Mysterious Hindu Temple: ଏମିତି ଏକ ଶିବ ମନ୍ଦିର ଯେଉଁଠି ବଢି ଚାଲିଛି ନନ୍ଦୀଙ୍କ ପ୍ରତିମା, ଜାଣନ୍ତୁ ରହସ୍ୟ!

Yaganti Uma Maheshwar Temple: ଭାରତରେ ଏମିତି ଅନେକ ମନ୍ଦିର ରହିଛି ଯାହାକୁ ନେଇ ବହୁ ରହସ୍ୟ ସାମ୍ନାକୁ ଆସିଥାଏ। ଦେଶରେ ଏମିତି ଏକ ଶିବ ମନ୍ଦିର ରହିଛି ଯେଉଁଠି ନନ୍ଦୀଙ୍କ ପ୍ରତିମୂର୍ତ୍ତି କ୍ରମାଗତ ଭାବରେ ବଢିବାରେ ଲାଗିଛି। ତେବେ ଆଜି ଆସନ୍ତୁ ଏହି ରହସ୍ୟମୟୀ ମନ୍ଦିର ବିଷୟରେ ଆଲୋଚନା କରିବା ।

Sun, 30 Apr 2023-1:30 pm,
1/5

ଭାରତର ଅନେକ ରହସ୍ୟମୟୀ ମନ୍ଦିର ରହିଛି । ଏଥି ମଧ୍ୟରୁ ଆନ୍ଧ୍ରପ୍ରଦେଶ କୁର୍ନୁଲ ଜିଲ୍ଲାରେ ଅବସ୍ଥିତ ଶ୍ରୀ ୟାଗନ୍ତୀ ଉମା ମହେଶ୍ୱର ମନ୍ଦିର ଅନ୍ୟତମ। ପଞ୍ଚଦଶ ଶତାବ୍ଦୀରେ ସାଙ୍ଗାମା ରାଜବଂଶର ରାଜା ହରିହରା ବୁକ୍କା ଏହାକୁ ନିର୍ମାଣ କରିଥିଲେ। ଏଠାରେ ଥିବା ନନ୍ଦୀଙ୍କ ପ୍ରତିମୂର୍ତ୍ତି ପାଇଁ ଏହା ସର୍ବଦା ଚର୍ଚ୍ଚାରେ ରହିଥାଏ ।

2/5

କୁହାଯାଏ ଯେ, ମନ୍ଦିରରେ ଥିବା ନନ୍ଦୀଙ୍କ ପ୍ରତିମୂର୍ତ୍ତି ରହସ୍ୟମୟ ଭାବେ ବଢିଥାଏ। ପ୍ରତି ୨୦ ବର୍ଷରେ ଏହି ମୂର୍ତ୍ତି ଏକ ଇଞ୍ଚ ବଢେ ଏହି କାରଣରୁ ମନ୍ଦିରର ଅନେକ ସ୍ତମ୍ଭକୁ ହଟାଯାଇଛି।

3/5

ନନ୍ଦୀଙ୍କ ପ୍ରତିମୂର୍ତ୍ତିର ମୂଳ ଆକାର ବହୁତ ଛୋଟ ଥିଲା, କିନ୍ତୁ ଯେତେବେଳେ ଏହା ବଢିବା ଆରମ୍ଭ କରିଥିଲା ସେ ସମୟରେ ପ୍ରାଚୀନ ବିଭାଗ ଏହା ଉପରେ ଗବେଷଣା କରିଥିଲେ । ଅନୁସନ୍ଧାନରୁ ଜଣାପଡିଲା ଯେ, ନନ୍ଦୀଙ୍କ ପ୍ରତିମୂର୍ତ୍ତି ଏପରି ଏକ ପଥରରୁ ନିର୍ମିତ ହୋଇଛି, ଯାହାର ବିସ୍ତାର କରିବାର ପ୍ରବୃତ୍ତି ରହିଛି।

4/5

କୁହାଯାଏ, ପ୍ରାଚୀନ କାଳରେ ଋଷି ଅଗସ୍ତ୍ୟ ଏହି ସ୍ଥାନରେ ଭଗବାନ ଭେଙ୍କଟେଶ୍ୱରଙ୍କ ମନ୍ଦିର ନିର୍ମାଣ କରିବାକୁ ଚାହୁଁଥିଲେ, କିନ୍ତୁ ମନ୍ଦିରରେ ପ୍ରତିମା ସ୍ଥାପନ କରିବା ସମୟରେ ମୂର୍ତ୍ତିର ପାଦ ଆଙ୍ଗୁଠି ନଖ ଭାଙ୍ଗି ଯାଇଥିଲା। ଏହାପରେ ଅଗସ୍ତ୍ୟ ଭଗବାନ ଶିବଙ୍କୁ ତପସ୍ୟା କରିଥିଲେ। ମହାଦେବଙ୍କ ଆଶୀର୍ବାଦ ଲାଭ ପରେ ଅଗସ୍ତ୍ୟ ଉମା ମହେଶ୍ୱର ଓ ନନ୍ଦୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ ।

5/5

ଏହି ମନ୍ଦିରରେ ପୁଷ୍କରିଣୀ ନାମକ ଏକ ପୋଖରୀ ମଧ୍ୟ ଅଛି । ଏହି ପୋଖରୀକୁ ନନ୍ଦୀଙ୍କ ମୁଖରୁ କ୍ରମାଗତ ଭାବେ ଜଳ ଝୁରୁଥିବା ଦେଖାଦେଇଥାଏ । ଏହି ଜଳ କେଉଁଠୁ ଆସେ ତାହା ଏବେ ବି ରହସ୍ୟ ଘେରରେ ରହିଛି । କୁହାଯାଏ ଯେ, ଋଷ ଅଗସ୍ତ୍ୟ ଏହି ପୋଖରୀରେ ଗାଧୋଇବା ପରେ ହିଁ ଶିବଙ୍କୁ ଆରାଧ୍ୟନା କରିଥିଲେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link