PM Modi Meditation: କନ୍ୟାକୁମାରୀରେ ଧ୍ୟାନରେ ବସିଲେ ମୋଦୀ, ଦେଖନ୍ତୁ ଫଟୋ

ଦେଶରେ ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ମତଦାନ ଜୁନ୍ ୧ରେ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟ ମତଦାନର ପ୍ରଚାର ଅବଧି ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ କନ୍ୟାକୁମାରୀରେ ପହଞ୍ଚିଛନ୍ତି। ବର୍ତ୍ତମାନ ସେ କନ୍ୟାକୁମାରୀଠାରେ ବିବେକାନନ୍ଦ ସ୍ମୃତି ପୀଠରେ ୪୫ ଘଣ୍ଟା ଅର୍ଥାତ୍ ଜୁନ୍ ୧ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଧ୍ୟାନରେ ରହିବେ। ଆଜ

ଜୀ ଓଡ଼ିଶା ଡେସ୍କ Fri, 31 May 2024-4:46 pm,
1/5

ଆଧ୍ୟାତ୍ମକ ଯାତ୍ରାରେ ଯାଇଥାଆନ୍ତି ମୋଦୀ ଏଠାରେ କହି ରଖୁ କି ସାଧାରଣ ନିର୍ବାଚନ ପ୍ରଚାର ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତ୍ୟେକ ଥର ଆଧ୍ୟାତ୍ମିକ ଯାତ୍ରାରେ ଯାଇଥାଆନ୍ତି। ୨୦୧୯ ନିର୍ବାଚନ ପ୍ରଚାର ପରେ ସେ କେଦାରନାଥ ଯାଇଥିଲେ। ୨୦୧୪ ମସିହାରେ ସେ ଶିବାଜୀ ମହାରାଜଙ୍କ ସହ ଜଡ଼ିତ ଥିବା ପ୍ରତାପଗଡ ଯାଇଥିଲେ।

2/5

ସୁରକ୍ଷା କଡ଼ାକଡ଼ି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଆଧ୍ୟାତ୍ମିକ ଗସ୍ତ ପାଇଁ କନ୍ୟାକୁମାରୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେମାନଙ୍କ ସୁରକ୍ଷା ପାଇଁ ୨୦୦୦ରୁ ଅଧିକ ସୁରକ୍ଷା କର୍ମଚାରୀ ନିୟୋଜିତ ହୋଇଛନ୍ତି। କୁହାଯାଉଛି ଯେ ପିଏମ ମୋଦୀ ବିବେକାନନ୍ଦ ରକ୍ ମେମୋରିଆଲରେ ରହିବା ପର୍ଯ୍ୟନ୍ତ କୌଣସି ସାଧାରଣ ପର୍ଯ୍ୟଟକଙ୍କୁ ସେଠାକୁ ଯିବାକୁ ଦିଆଯିବ ନାହିଁ। ପିଏମ ମୋଦୀଙ୍କ ସୁରକ୍ଷା ପାଇଁ ଏନଏସଜି କମାଣ୍ଡୋ ନିୟୋଜିତ ହେବାର ଖବର ମଧ୍ୟ ରହିଛି।

3/5

ଦକ୍ଷିଣ ଭାରତର ପାରମ୍ପରିକ ପୋଷାକରେ ନଜର ଆସିଲେ ମୋଦୀ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର କନ୍ୟାକୁମାରୀରେ ପହଞ୍ଚିଛନ୍ତି। ଦକ୍ଷିଣ ଭାରତର ପାରମ୍ପାରିକ ପୋଷାକରେ ଧୋତି ପିନ୍ଧି ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ମିଳିଥିଲା। ସେ ଏକ ଧଳା ରଙ୍ଗର ଧୋତୀ ପିନ୍ଧିଥିଲେ। କନ୍ୟାକୁମାରୀରେ ପହଞ୍ଚିବା ପରେ ଭଗବତୀ ଅମ୍ମାନ ମନ୍ଦିରରେ ପ୍ରାର୍ଥନା ଓ ପୂଜା କରିଥିଲେ।

 

4/5

ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଅର୍ପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସକାଳ ସମୟରେ କନ୍ୟାକୁମାରୀର ବିବେକାନନ୍ଦ ରକ୍ ମେମୋରିଆଲ୍ ନିକଟରେ ସୂର୍ଯ୍ୟ ଭଗବାନଙ୍କୁ ଅର୍ଘ୍ୟ ଅର୍ପଣ କରିଛନ୍ତି। ଏହା ପରେ ଦୁଇ ଦିନ ଧ୍ୟାନ କରିବା ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଜେପି ଏହା ସହ ଜଡିତ ଏକ ଭିଡିଓ ସେୟାର କରିଛି। ଏଥିରୁ ଜଣାପଡିଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ସୂର୍ଯ୍ୟୋଦୟକୁ ଜଳ ପ୍ରଦାନ କରିଥିଲେ। ଏହା ପରେ ସେ ହାତ ବାନ୍ଧି ପ୍ରାର୍ଥନା କରି ରୁଦ୍ରାକ୍ଷ ଜପ କରିବା ଆରମ୍ଭ କରିଥିଲେ।

5/5

କିଛି ଏଭଳି ଢଙ୍ଗରେ ନଜର ଆସିଥିଲେ ମୋଦି ଭାଇରାଲ ହେଉଥିବା ଫଟୋରେ ପ୍ରଧାନମନ୍ତ୍ରୀ ମୋଦୀ ଗେରୁଆ ରଙ୍ଗର କୁର୍ତ୍ତା ଏବଂ ଗାମୁଛାରେ ନଜର ଆସିଛନ୍ତି। ସେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବସି ଧ୍ୟାନ କରୁଛନ୍ତି। ତାଙ୍କ ହାତରେ ରୁଦ୍ରାକ୍ଷର ମାଳା ରହିଥିବା ଦେଖିୂବାକୁ ମିଳିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link