Priyanka Chopra: ଝିଅ ‘ମାଲତୀ’ର ମୁହଁ ଦେଖାଇଲେ ପ୍ରିୟଙ୍କା ,ଆଉ କହିଲେ...

Priyanka Chopra: ବଲିଉଡ୍‌ରୁ ହଲିଉଡ୍‌ ଅଭିନେତ୍ରୀ ବନିଥିବା ପ୍ରିୟଙ୍କା ଚୋପ୍ରା । ସୋସିଆଲ ମିଡିଆରୁ ନିଜ ଝିଅ ‘ମାଲତୀ’କୁ ଦୂରେଇ ରଖୁଥିବା ପ୍ରିୟଙ୍କା ବର୍ତ୍ତମାନ ଏକ ଇଭେଣ୍ଟରେ ନିଜ ଝିଅର ମୁହଁ ଦେଖାଇଛନ୍ତି ।

Tue, 31 Jan 2023-10:52 am,
1/6

2/6

ପ୍ରିୟଙ୍କା ଏବଂ ନିକ ଜୋନାସ ଡିସେମ୍ବର ୨୦୧୮ରେ ଯୋଧପୁରର ଏକ ପ୍ୟାଲେସରେ ବିବାହ କରିଥିଲେ। 

3/6

ସେ ୨୦୨୨ ଜାନୁଆରୀରେ ସରୋଗେସି ମାଧ୍ୟମରେ ଝିଅ ‘ମାଲତୀ’ ମେରି ଚୋପ୍ରାଙ୍କୁ ଦୁନିଆକୁ ସ୍ବାଗତ କରିଥିଲେ। ଲସ ଏଞ୍ଜେଲସରେ ରହିବା ସତ୍ତ୍ୱେ ପ୍ରିୟଙ୍କା ତାଙ୍କ ପ୍ରଶଂସକଙ୍କ ସହ ସର୍ବଦା ଜଡିତ ରହିଆସିଛନ୍ତି। 

 

4/6

ଫଟୋରେ ଦେଖିବାକୁ ମିଳିଥିଲା ଯେ,ଝିଅ ‘ମାଲତୀ’ ମେରି ପ୍ରିୟଙ୍କା ଚୋପ୍ରାଙ୍କ କୋଳରେ ବସିଥିବାର ନିଜର ଆସିଛି । କହିବାକୁ ଗଲେ ପ୍ରିୟଙ୍କା ଝିଅ ମାଲତୀ ଖୁବ ସୁନ୍ଦର ।

 

5/6

ବଲିଉଡ୍‌ରୁ ହଲିଉଡ୍‌ ଅଭିନେତ୍ରୀ ବନିଥିବା ପ୍ରିୟଙ୍କା ଚୋପ୍ରା ନିଜ ଝିଅକୁ ନେଇ ସବୁବେଳେ ଟ୍ରୋଲ୍‌ ହୋଇ ଆସୁଛନ୍ତି। ତାଙ୍କ ଝିଅ ସରୋଗେସି ପ୍ରକ୍ରିୟାରେ ଜନ୍ମ ନେଇଥିବା କାରଣରୁ ତାଙ୍କୁ ସୋସିଆଲ୍‌ ମିଡିଆ‌ରେ ଅନେକ ଟ୍ରୋଲ୍‌ର୍ସଙ୍କୁ ସାମ୍ନା କରିବାକୁ ପଡ଼ିଥାଏ। 

 

6/6

ମାତୃତ୍ବ ଲାଭ କରିବାର ଯାତ୍ରା ତାଙ୍କ ପାଇଁ କେତେ କଷ୍ଟଦାୟକ ଥିଲା ଏକ ସାକ୍ଷାତ୍‌କାରରେ ସେ ତାହାକୁ ପ୍ରକାଶ କରିଛନ୍ତି। ଗତ ସପ୍ତାହ ତାଙ୍କ ଝିଅ ମାଲତୀ ମ୍ୟାରିଙ୍କ ଜନ୍ମଦିନ ପାଳନ କରିଥିବା ବେଳେ ପ୍ରିୟଙ୍କା ଆହୁରି ଅନେକ କିଛି କହିଛନ୍ତି। ସେ କହିଛନ୍ତି ଯେ ‘ଲୋକମାନେ ଯେତେବେଳେ ମୋ ଝିଅ ବିଷୟରେ ଆଡୁସାଡୁ କଥା ହଉଥ‌ିଲେ ତ ମୋତେ ବହୁତ କଷ୍ଟ ହେଉଥିଲା। ମୁଁ ଚାହେଁ ମୋ ଝିଅକୁ ଏସବୁ କଥାରୁ ଦୂରେଇ ରଖିବାକୁ। ତା’ କୁନି ହାତକୁ ଧରିବା ବେଳେ ମୋତେ କିପରି ଅନୁଭବ ହୁଏ, ତାହା କେବଳ ମୁଁ ହିଁ ଜାଣେ।’

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link