Qutab Minar: କାହିଁକି ବନ୍ଦ ରହିଛି କୁତୁବ୍ ମୀନାର ଦ୍ୱାର? ଜାଣନ୍ତୁ ୪୩ ବର୍ଷର ପୁରୁଣା ଯନ୍ତ୍ରଣାଦାୟକ କାହାଣୀ

why does the door of qutab minar remain closed: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ପରିଦର୍ଶନ କରିବାକୁ ଆସୁଥିବା ଲୋକେ ନିଶ୍ଚିତ ଭାବରେ କୁତୁବ ମୀନାର ପରିଦର୍ଶନ କରିଥାନ୍ତି। ହେଲେ କ`ଣ ଆପଣ କୁତୁବ ମୀନାର ଦ୍ୱାର ବନ୍ଦ ହେବା ପଛରେ ରହିଥିବା କାରଣ ସମ୍ପର୍କରେ ଜାଣିଛନ୍ତି? କୁତୁବ ମୀନାର କୁତୁବ୍ ଉଦ-ଦିନ୍ ଆଇବାକ୍, ଇଲତୁତମିଶ୍, ଫିରୋଜ ଶାହା ତୁଗଲକ୍, ଶେର୍ ଶାହା ସୁରୀ ଏବଂ ସିକନ୍ଦର ଲୋଧିଙ୍କ ଆଦି ମୁସଲିମ ଶାସକଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ପ୍ରତିବର୍ଷ ଦେଶ ବିଦେଶରୁ ପ୍ରାୟ ୩୦-୪୦ ଲକ୍ଷ ପର୍ଯ୍ୟଟକ କୁତୁବ ମୀନାର ପରିଦର୍ଶନ କରିଥାନ୍ତି। ହେଲେ ବର୍ତ୍ତମାନ ସମୟରେ କୌଣସି ପର୍ଯ୍ୟଟକ କେବଳ ବାହାର ପାର୍ଶ୍ୱରୁ କୁତୁବ ମୀନାର ପରିଦର୍ଶନ କରିପାରିବେ। ଏବେ କାହାକୁ କୁତୁବ ମୀନାର ଭିତରକୁ ଯିବା ପାଇଁ ଅନୁମତି ଦିଆଯାଉ ନାହିଁ।

Wed, 31 Jan 2024-12:56 am,
1/5

ହେଲେ ଆଜକୁ ପ୍ରାୟ ୪୩ ବର୍ଷ ପୂର୍ବେ ଏପରି ନଥିଲା। ସେତେବେଳେ ପର୍ଯ୍ୟଟକଙ୍କୁ କୁତୁବ ମୀନାର ଭିତରକୁ ଯିବା ପାଇଁ ଅନୁମତି ଦିଆଯାଉଥିଲା। ହେଲେ ୪୩ ବର୍ଷ ପୂର୍ବେ ଏପରି କେଉଁ ଘଟଣା ଘଟିଲା ​​ଯେ କୁତୁବ ମୀନାର ଦ୍ୱାର ସବୁଦିନ ପାଇଁ ବନ୍ଦ ହୋଇଗଲା।

2/5

 

୧୯୮୧ ମସିହା ଡିସେମ୍ବର ୪ ତାରିଖ, ଶୁକ୍ରବାର ହୋଇଥିବାରୁ କୁତୁବ ମୀନାର ପର୍ଯ୍ୟଟକଙ୍କ ସହିତ ଭରପୂର ରହିଥିଲା। ପର୍ଯ୍ୟଟକଙ୍କ କୋଳାହଳରେ ଚଳଚଞ୍ଚଳ ହୋଇଉଠିଥିଲା କୁତୁବ ମୀନାର। ହେଲେ କେହି ଦିନ ଏପରି କିଛି ଘଟଣା ଘଟିଲା ଯେ ଯାହା ପରେ କେବଳ ଲୋକଙ୍କ ଚିତ୍କାର ଶୁଣାଗଲା।

3/5

ଆଜକୁ ୪୩ ବର୍ଷ ପୂର୍ବେ ଅର୍ଥାତ ୧୯୮୧ ମସିହା ଡିସେମ୍ବର ୪ ତାରିଖ ଶୁକ୍ରବାର କୁତୁବ ମୀନାର ପରିସରରେ ପର୍ଯ୍ୟଟକଙ୍କ ଭିଡ ବଢିବାରେ ଲାଗିଥିଲା। ଏହା ପରେ ମୀନାର ଭିତରେ ରହିଥିବା ଆଲୋକ ହଠାତ ବନ୍ଦ ହୋଇଯାଇଥିଲା। ଏହି ସମୟ ମୀନାର ମଧ୍ୟରେ ପ୍ରାୟ ୫୦୦ ଲୋକ ଉପସ୍ଥିତ ରହିଥିଲେ।

4/5

ଆଲୋକ ଲିଭିବା ମାତ୍ରେ ମୀନାର ଭିତରେ ରହିଥିବା ଲୋକେ ଭୟଭୀତ ହୋଇ ଉଠିଥିଲେ। କେହି କେହି ଗୁଜବ ପ୍ରଚାର କଲେ ଯେ କୁତୁବ ମୀନାର ଗଳି ପଡୁଛି। ଏକଥା ଶୁଣିବା ପରେ ଲୋକେ ମୀନାର ଭିତରୁ ବାାହରି ଯିବାକୁ ଚେଷ୍ଟା କରିଥିଲେ। ଯାହାର ଫଳ ସ୍ୱରୂପ ଦୌଡ଼ାଦୌଡ଼ି କରିବା ଭଳି ପରିସ୍ଥିତ ଉପୁଜିଥିଲା। ଯେତେବେଳେ ଏଭଳି ପରିସ୍ଥିତ ଉପୁଜିଲା  ସେତେବେଳେ ଲୋକେ କୌଣସି ପ୍ରକାରେ କୁତୁବ୍ ମୀନାର ପରିସରରୁ ବାହାରି ଯିବାକୁ ଚେଷ୍ଟା କରିଥିଲେ।

5/5

ଯେତେବେଳେ ପରିସ୍ଥିତ ଶାନ୍ତ ହୋଇଥିଲା ସେତେବେଳେ କୁତୁବ ମୀନାର ଭିତରର ଦୃଶ୍ୟ ଭୟଙ୍କର ରହିଥିଲା। ଦୌଡ଼ାଦୌଡ଼ି ହେବା କାରଣରୁ ଅନେକ ଲୋକ ଆହତ ହୋଇ ପ୍ରାଣ ହରାଇଥିଲେ। ସେତେବେଳର ଖବରକାଗଜ ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁସାରେ ଏହି ଘଟଣାରେ ପ୍ରାୟ ୪୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଆହତ ହୋଇଥିଲେ। ସେହି ଦିନ ଠାରୁ କୁତୁବ ମୀନାର ଦ୍ୱାର ବନ୍ଦ ହୋଇଯାଇଥିଲା।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link