କେତେ ସମ୍ପତ୍ତିର ମାଲିକ ରାହୁଲ ଗାନ୍ଧୀ; ଜାଣନ୍ତୁ ତାଙ୍କର କେତୋଟି ରହିଛି କାର୍, କ`ଣ ରହିଛି ଶିକ୍ଷାଗତ ଯୋଗ୍ୟତା
Rahul Gandhi Total Assets: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଜନ୍ମ ୧୯ ଜୁନ ୧୯୭୦ ମସିହାରେ ହୋଇଥିଲା । ତାଙ୍କ ମା` ସୋନିଆ ଗାନ୍ଧୀ (Sonia Gandhi) ଓ ପିତା ରାଜୀବ ଗାନ୍ଧୀ (Rajib Gandhi) । ରାହୁଲ ଗାନ୍ଧୀ ଇନ୍ଦିରା ଗାନ୍ଧୀ ଓ ଫିରୋଜ ଗାନ୍ଧୀଙ୍କ ନାତି ।
ନୂଆଦିଲ୍ଲୀ: Rahul Gandhi Total Assets: ବର୍ତ୍ତମାନ ସମୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ (Rahul Gandhi) ଭାରତ ଯୋଡ଼ ଯାତ୍ରା (Bharat Jodo Yatra) ରେ ବାହାରିଛନ୍ତି । ସେ କନ୍ୟାକୁମାରୀ ଠାରୁ ଆରମ୍ଭ କରି କାଶ୍ମୀର ପର୍ଯ୍ୟନ୍ତ ପଦଯାତ୍ରା କରିବେ । ଏହି ପଦଯାତ୍ରା ଦୀର୍ଘ ୧୫୦ ଦିନ ଧରି ଚାଲିବ । ବର୍ତ୍ତମାନ କଂଗ୍ରେସ (Congress) ର ଏହି ପଦଯାତ୍ରା କେରଳ ରାଜ୍ୟ ଦେଇ ଆଗକୁ ବଢ଼ୁଛି । ସେପଟେ ଏହି ପଦଯାତ୍ରା ସମୟରେ ଭାରତୀୟ ଜନତା ପାର୍ଟି (BJP) କେତେବେଳେ ରାହୁଲ ଗାନ୍ଧୀଙ୍କ ଟି-ସାର୍ଟ ଓ ଜୋତାର ଦାମକୁ ନେଇ ପ୍ରଶ୍ନ ଉଠାଇଥିବାବେଳେ କେତେବେଳେ ତାଙ୍କ ଯାତ୍ରାରେ ଶିଶୁମାନେ ସାମିଲ ହେବାକୁ ନେଇ ନୋଟିସ ଜାରି କରାଯାଇଛି । ଏହି ସମୟରେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବା ରାହୁଲ ଗାନ୍ଧୀ କେତେ ସମ୍ପତ୍ତିର ଅଧିକାରୀ ଓ ତାଙ୍କ ପାଖରେ କେତୋଟି କାର ଅଛି ଏବଂ ତାଙ୍କର ଶିକ୍ଷାଗତ ଯୋଗ୍ୟତା କ'ଣ ରହିଛି । ଆସନ୍ତୁ ଏସବୁ ବିଷୟରେ ବିସ୍ତାରିତ ଭାବେ ଜାଣିବା...
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଜନ୍ମ ୧୯ ଜୁନ ୧୯୭୦ ମସିହାରେ ହୋଇଥିଲା । ତାଙ୍କ ମା' ସୋନିଆ ଗାନ୍ଧୀ (Sonia Gandhi) ଓ ପିତା ରାଜୀବ ଗାନ୍ଧୀ (Rajib Gandhi) । ରାହୁଲ ଗାନ୍ଧୀ ଇନ୍ଦିରା ଗାନ୍ଧୀ ଓ ଫିରୋଜ ଗାନ୍ଧୀଙ୍କ ନାତି ।
ଶିକ୍ଷାଗତ ଯୋଗ୍ୟତା
ରାହୁଲ ଗାନ୍ଧୀ ୧୯୮୯ ରେ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ । ସ୍ନାତକୋତ୍ତରର ପ୍ରଥମ ବର୍ଷରେ ଆଡମିଶନ ହେବା ପରେ ରାହୁଲ ଗାନ୍ଧୀ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଆଡମିଶନ ହୋଇଥିଲେ । ବାପା ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ପରେ ରାହୁଲ ଗାନ୍ଧୀଙ୍କ ସୁରକ୍ଷା ଦୃଷ୍ଟିରୁ ଫ୍ଲୋରିଡାର ରୋଲିନ୍ସ କଲେଜକୁ ସ୍ଥାନାନ୍ତର ହୋଇଥିଲେ । ଏଠାରେ ରାହୁଲ ତାଙ୍କ ନାମ ଓ ପରିଚୟ ଲୁଚାଇ ଶିକ୍ଷା ଗ୍ରହଣ କରିଥିଲେ । କେବଳ କଲେଜ ପ୍ରଶାସନ ଓ ସୁରକ୍ଷା ଏଜେନ୍ସି ଏହା ବିଷୟରେ ଜାଣିଥିଲେ । ଏଠାରେ ସେ ରାହୁଲ ବିଶିଂଙ୍କ ନାମରେ ଅଧ୍ୟୟନ କରିଥିଲେ । ପରେ ୧୯୯୫ରେ ରାହୁଲ ଗାନ୍ଧୀ କେମ୍ବ୍ରିଜ୍ର ଟ୍ରିନିଟି କଲେଜରୁ ଏମ ଫିଲ୍ ଡିଗ୍ରୀ ହାସଲ କରିଥିଲେ ।
ଖୁବ୍ କମ୍ ଲୋକ ଜାଣିଥିବେ ଯେ ରାହୁଲ ଗାନ୍ଧୀ ଜାପାନର ମାର୍ଶଲ ଆର୍ଟ 'ଆଇକିଡୋ' ରେ ତାଲିମ ନେଇଛନ୍ତି । ଆଇକିଡୋରେ ଏହିପରି ମାର୍ଶଲ ଆର୍ଟରେ ଜଣେ ବ୍ୟକ୍ତିଙ୍କୁ କୌଣସି ଅସ୍ତ୍ର ବିନା ପ୍ରତିପକ୍ଷକୁ ପରାସ୍ତ କରିବାର କଳା ଶିକ୍ଷା ଦିଆଯାଏ । ୫୦ ବର୍ଷ ବୟସ ଅତିକ୍ରମ କରିଥିବା ରାହୁଲ ଗାନ୍ଧୀ ସେଥିପାଇଁ ବହୁତ ଫିଟ୍ ଦେଖାଯାଆନ୍ତି । ସେ ପ୍ରତିଦିନ ସକାଳେ ସାଇକେଲ ଚଳାନ୍ତି । ଏହା ବ୍ୟତୀତ ସେ ପହଁରିବା ଓ ରରରରଡାଇଭିଂକୁ ମଧ୍ୟ ପସନ୍ଦ କରନ୍ତି । ରାହୁଲ ପ୍ରତିଦିନ କିଛି ସମୟ ଜିମରେ ବିତାଇ ଅଭ୍ୟାସ କରନ୍ତି ।
ରାହୁଲ ଗାନ୍ଧୀଙ୍କ ସମ୍ପତ୍ତି
୨୦୧୯ ନିର୍ବାଚନ ପୂର୍ବରୁ ରାହୁଲଙ୍କ ଦ୍ୱାରା ଦାଖଲ ହୋଇଥିବା ଆଫିଡେଭିଟରେ କୁହାଯାଇଛି ଯେ ତାଙ୍କ ପାଖରେ ମୋଟ ୧୫ କୋଟି ୮୮ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି । ଏହା ବ୍ୟତୀତ ତାଙ୍କ ଉପରେ ୭୨ ଲକ୍ଷ ଟଙ୍କାର ଋଣ ବୋଝ ରହିଛି । ଏହି ଆଫିଡେଭିଟ୍ ଅନୁଯାୟୀ ଆଜି ଆମେ ଆପଣଙ୍କୁ ରାହୁଲ ଗାନ୍ଧୀଙ୍କ ସମ୍ପତ୍ତି ବିଷୟରେ ସୂଚନା ଦେବାକୁ ଯାଉଛୁ ।
ଅଧିକ ପଢ଼ନ୍ତୁ:-ଏକନାଥ ସିନ୍ଦେଙ୍କୁ ଏହି ଡିଲ୍ ବଦଳରେ ବିଜେପି ଠାରୁ ମିଳିଛି ମୁଖ୍ୟମନ୍ତ୍ରୀ ଗାଦି!
ଅଧିକ ପଢ଼ନ୍ତୁ:-ନୀତିଶ କୁମାରଙ୍କ ସହ ସାକ୍ଷାତ ପରେ ପ୍ରଶାନ୍ତ କିଶୋର କଲେ ବଡ଼ ଘୋଷଣା!
ଅଧିକ ପଢ଼ନ୍ତୁ:-ବିୟର ପିଉଥିବା ଲୋକମାନେ ସାବଧାନ! ସ୍ୱାସ୍ଥ୍ୟକୁ ପହଞ୍ଚାଇଥାଏ ଏହି ୮ଟି କ୍ଷତି
ରାହୁଲ ଗାନ୍ଧୀଙ୍କ ପାଖରେ ରହିଛି ୧୫ କୋଟିରୁ ଅଧିକ ସମ୍ପତ୍ତି
୨୦୧୯ ଆଫିଡେଭିଟ୍ ଅନୁଯାୟୀ, ରାହୁଲ ଗାନ୍ଧୀଙ୍କ ପାଖରେ ୧୫ କୋଟି ୮୮ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି । ୨୦୧୪ରେ ତାଙ୍କର ସମ୍ପତ୍ତି ୯.୪ କୋଟି ଥିଲା ।
ରାହୁଲଙ୍କ ଉପରେ ମଧ୍ୟ ୭୨ ଲକ୍ଷ ଟଙ୍କାର ଋଣ ବୋଝ ଅଛି । ଏହା ବ୍ୟତୀତ ତାଙ୍କର ନିଜସ୍ୱ କାର ମଧ୍ୟ ନାହିଁ । ରାହୁଲ ଗାନ୍ଧୀଙ୍କ ଚଳନ ସମ୍ପତ୍ତି ହେଉଛି ୫ କୋଟି ୮୦ ଲକ୍ଷ ୫୮ ହଜାର ୭୯୯ ଟଙ୍କା ଓ ଅସ୍ଥାବର ସମ୍ପତ୍ତି ହେଉଛି ୧୦ କୋଟି ୮ ଲକ୍ଷ ୧୮ ହଜାର ୨୮୪ ଟଙ୍କା ।
ତାଙ୍କ ପାଖରେ ୪୦ ହଜାର ନଗଦ ଅଛି । ଏହା ସହିତ ବିଭିନ୍ନ ବ୍ୟାଙ୍କରେ ୧୭ ଲକ୍ଷ ୯୩ ହଜାର ଟଙ୍କା ଜମା ରହିଛି । ସେ ବଣ୍ଡରେ ୫ କୋଟି ୧୯ ଲକ୍ଷ ଟଙ୍କା ବିନିଯୋଗ କରିଛନ୍ତି, ମ୍ୟୁଚୁଆଲ୍ ଫଣ୍ଡରେ ମଧ୍ୟ ନିବେଶ କରିଛନ୍ତି ।
ଦିଲ୍ଲୀର ସୁଲତାନପୁର ଗ୍ରାମରେ ଚାଷ ଜମି ରାହୁଲ ଗାନ୍ଧୀଙ୍କର ଭାଗରେ ରହିଛି । ତାଙ୍କ ପାଖରେ ୩୩୩.୩ ଗ୍ରାମ ସୁନା ଅଛି । ୨୦୧୭-୧୮ରେ ତାଙ୍କର ମୋଟ ଆୟ ଥିଲା ୧ କୋଟି ୧୧ ଲକ୍ଷ ୮୫ ହଜାର ୫୭୦ ଟଙ୍କା ।
ରାହୁଲ ଗାନ୍ଧୀଙ୍କ ଆୟର ଉତ୍ସ
ସାଂସଦ ଭାବରେ ଦରମା
ରୟାଲଟି ଆୟ
ଭଡ଼ା ଆୟ
ବଣ୍ଡରୁ ସୁଧ
ମ୍ୟୁଚୁଆଲ୍ ଫଣ୍ଡରୁ ଡିଭିଡେଣ୍ଡ ଓ ପୁଞ୍ଜି ଲାଭ