Ramshila: ଅଯୋଧ୍ୟା ଅଭିମୁଖେ ଶାଲିଗ୍ରାମ, ଶୋଭାଯାତ୍ରା ଦେଖିବାକୁ ଏକାଠି ହେଲେ ଲୋକେ

Shaligram Procession: ଗୋପାଳଗଞ୍ଜ ଠାରେ ରାମଶିଳା ସକାଳ ଆଠଟା ସମୟରେ ପହଞ୍ଚିଥିଲା। ହେଲେ ରାମଶିଳା ନିର୍ଦ୍ଧାରିତ ସମୟ ଠାରୁ ପ୍ରାୟ ୫ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା। ବିଳମ୍ବ ହେବା ସତ୍ତ୍ୱେ ସ୍ଥାନୀୟ ଲୋକଙ୍କ ଉତ୍ସାହ କମି ନଥିଲା। ରାମଶିଳା ଏଠାରେ ପହଞ୍ଚିବା ମାତ୍ରେ ଭକ୍ତ ଏହାର ପୂଜାର୍ଚ୍ଚନା କରିବା ଆରମ୍ଭ କରି ଦେଇଥିଲେ।

Tue, 31 Jan 2023-5:40 pm,
1/5

ଉତ୍ତର ପ୍ରଦେଶ ଅଯୋଧ୍ୟା ଅଭିମୁଖେ ଯାଉଥିବା ଶଲିଗ୍ରାମ ଯେତେବେଳେ ଗୋପାଳଗଞ୍ଜ ଠାରେ ପହଞ୍ଚିବା ମାତ୍ରେ ଏହାର ଦୃଶ୍ୟ ଦେଖିବା ଯୋଗ୍ୟ ଥିଲା। ରାମଶିଳାର ବଡ ପଥର କେବଳ ଗୋପାଳଗଞ୍ଜ ଜିଲ୍ଲା ଦେଇ ଉତ୍ତର ପ୍ରଦେଶ ସୀମାରେ ପ୍ରବେଶ କରିବ।

2/5

ନେପାଳସ୍ଥିତ ଜନକପୁର ଠାରୁ ଆସୁଥିବା ଶାଲିଗ୍ରାମ ଅଯୋଧ୍ୟା ରାମ ମନ୍ଦିରରେ ରାମ ଜନକୀ ମୂର୍ତ୍ତି ନିର୍ମାଣରେ ବ୍ୟବହୃତ ହେବ। ସକାଳେ ଗୋପାଳଗଞ୍ଜସ୍ଥିତ ଡୁମାରିଆ ଘାଟ ବ୍ରିଜ ଠାରେ ବହୁ ସଂଖ୍ୟାରେ ଭକ୍ତ ଏକତ୍ରୀତ ହୋଇଥିଲେ। ସଂଗୀତ ସହିତ ସେଠାରେ ରାମଶିଳାର ପୂଜାପାଠ କରାଯାଇଥିଲା। ଯେତେବେଳେ ନେପାଳ ଜନକପୁର ଅଯୋଧ୍ୟାକୁ ଯାଉଥିବା ଶଲିଗ୍ରାମ ପଥର ଗୋପାଳଗଞ୍ଜ ଠାରେ ପହଞ୍ଚିଲା, ସେତେବେଳେ ଏହାକୁ ଦେଖିବା ପାଇଁ ଲୋକ ରୁଣ୍ଡ ହୋଇଥିଲେ। 

3/5

ଶାଲିଗ୍ରାମ ପଥର ଅଯୋଧ୍ୟା ଅଭୁମୁଖେ ଯାତ୍ରା କରିବା ବେଳେ ଲୋକେ ଏହାକୁ ଦେଖିବା ପାଇଁ ଏକାଠି ହୋଇଥିଲେ। ଏହି ପଥର ସହିତ ଚାଲୁଥିବା ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟ ସଦସ୍ୟ କାମେଶ୍ୱର ଚୌପାଲ କହିଛନ୍ତି ଯେତେବେଳେ ଆମେ ଆଗକୁ ବଢୁଥିଲି ସେତେବେଳେ ହଜାର ହଜାର ଭକ୍ତ ଆମକୁ ସ୍ୱାଗତ କରିବାକୁ ରାସ୍ତାରେ ଛିଡା଼ ହୋଇଥିଲେ।

4/5

ଜୟ ଶ୍ରୀରାମ ସ୍ଲୋଗାନ ଦେଇ ରାମଶିଳା ଗୋପାଳଗଞ୍ଜ ଠାରୁ ଆଗକୁ ବଢିଥିଲା। ରାମଶିଳା ବିହାର ଗୋପାଳ ଜିଲ୍ଲାର ହଜିୟାପୁର ଏବଂ ବଞ୍ଜାରୀ ଚୌକ୍ ଦେଇ ସାସାମୁସା ଏବଂ କୁଚାୟାକୋଟ ପରେ ଉତ୍ତର ପ୍ରଦେଶ ସୀମାରେ ପ୍ରବେଶ କରିଯିବ।

5/5

ମୁଜ୍ଜାଫରପୁର ଠାରେ ରାମଶିଳାକୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହା ପରେ ପୂର୍ବ ଚମ୍ପାରଣ ରାସ୍ତାରେ ଗୋପାଳଗଞ୍ଜ ଠାରେ ଲୋକେ ଏହାକୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link