Rashmika Mandanna: ୧୩ ବର୍ଷ ବଡ଼ ଅଭିନେତାଙ୍କ ପ୍ରେମରେ ପଡ଼ିଥିଲା ରଶ୍ମିକା, ଏହି କାରଣ ପାଇଁ ସଂପର୍କରେ ଆସିଥିଲା ଫାଟ!

Rashmika Mandanna: ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କୁ କିଏ ବା ନ ଜାଣେ । `ଜାତୀୟ କ୍ରସ୍` ଭାବେ ପରିଚିତ ରଶ୍ମିକା ଆଜି ସେ ନିଜର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ପରଦା ଉପରେ ତାଙ୍କର ଜବରଦସ୍ତ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରିଥାଆନ୍ତି । ତେବେ ତାଙ୍କର ଏହି ବିଷେଶ ଦିନରେ ଆସନ୍ତୁ ଜାଣିବା ରଶ୍ମିକାଙ୍କୁ ନେଇ କିଛି ଅଜଣା କଥା ।

Wed, 05 Apr 2023-4:09 pm,
1/5

ରଶ୍ମିକା ମନ୍ଦନା ୫ ଏପ୍ରିଲ ୧୯୯୬ ମସିହାରେ କର୍ଣ୍ଣାଟକର ବେରଜପେଟରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନରୁ ରଶ୍ମିକା ଅଭିନୟ କରିବାକୁ ଭଲ ପାଉଥିଲେ, ଏହା ବ୍ୟତୀତ ରଶ୍ମିକା ଭଲ ପାଠ ମଧ୍ୟ ପଢୁଥିଲେ ।

2/5

ସ୍କୁଲ ପାଠ ପଢା ସରିବା ପରେ ଅଭିନେତ୍ରୀ ଟେଲିଭିଜନ ବିଜ୍ଞାପନ ଓ ମଡେଲିଂ ଇଭେଣ୍ଟରେ କାମ କରିବା ଆରମ୍ଭ କରିଥିଲେ। ପରେ ସେ ମାଇସୋରର ଇନଷ୍ଟିଚ୍ୟୁଟ୍ ଅଫ୍ କମର୍ସ ଆଣ୍ଡ ଆର୍ଟରେ ଆଡ଼ମିଶନ କରିଥିଲେ। ଏଠାରେ ପ୍ରି-ୟୁନିଭରସିଟି ପାଠ୍ୟକ୍ରମ ଶେଷ କରିବା ପରେ ସେ ବାଙ୍ଗାଲୁରୁ ରାମାୟା କଲେଜ ଅଫ୍ ଆର୍ଟ ସାଇନ୍ସ ଆଣ୍ଡ କମର୍ସରେ ନାମ ଲେଖାଇଲେ। ରଶ୍ମିକା କଲେଜରେ ସାଇକୋଲୋଜି, ଇଂରାଜୀ ଓ ଓ ସାମ୍ବାଦିକତାରେ ଡିଗ୍ରୀ ହାସଲ କରିଛନ୍ତି।

3/5

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୨୦୧୪ ମସିହାରେ ଅଭିନେତ୍ରୀ ‘କ୍ଲିନ୍ ଆଣ୍ଡ କ୍ଲିୟର ଫ୍ରେସ୍ ଫେସ୍’ ଟାଇଟଲ୍ ଜିତିଥିଲେ। ଏହି ଟାଇଟଲ୍ ଅଭିନେତ୍ରୀଙ୍କ ପାଇଁ ଫିଲ୍ମ ଇଣ୍ତଷ୍ଟ୍ରି ଲାଗି ରାସ୍ତା ଖୋଲିଦେଇଥିଲା । କାନ୍ତାରାର ନିର୍ଦ୍ଦେଶକ ତଥା ଅଭିନେତା ରିଷଭ ଶେଟ୍ଟୀ ରଶ୍ମିକାଙ୍କୁ ‘କ୍ଲିନ୍ ଆଣ୍ଡ କ୍ଲିୟର’ ବିଜ୍ଞାପନରେ ଦେଖିଥିଲେ। ସେ ପ୍ରଥମ ଦେଖାରେ ହିଁ ଅଭିନେତ୍ରୀ ଭବିଷ୍ୟତରେ କିଛି ବଡ଼ କରିବା ନେଇ ଅନୁମାନ କରିଥିଲେ । ଏହାପରେ ବିନା କୌଣସି ଅଡ଼ିସନରେ ରଶ୍ମିକାଙ୍କୁ ଫିଲ୍ମ 'କିରିକ୍ ପାର୍ଟି' ଅଫର ହୋଇଥିଲା। ଏହି ଚଳଚ୍ଚିତ୍ର ୨୦୧୬ ମସିହାରେ ରିଲିଜ ହୋଇଥିଲା । ସେ ସମୟରେ ଏହି ଫିଲ୍ମ ହିଟ୍ ମଧ୍ଯ ହୋଇଥିଲା ।

4/5

କ୍ୟାରିୟର ଶୀର୍ଷରେ ଥିବା ରଶ୍ମିକାଙ୍କର ଲଭ ଲାଇଫ ଏତେ ସହଜ ନଥିଲା। ମିଡି଼ଆ ରିପୋର୍ଟ ଅନୁଯାୟୀ, ପ୍ରଥମ ଚଳଚ୍ଚିତ୍ର ସମୟରେ ଅଭିନେତ୍ରୀ ନିଜଠାରୁ ୧୩ ବର୍ଷ ବଡ଼ ଅଭିନେତା ରକ୍ଷୀତ ସେଟ୍ଟୀଙ୍କ ପ୍ରେମରେ ପଡି଼ଥିଲେ। ଉଭୟର ନିର୍ବନ୍ଧ ମଧ୍ଯ ସରିଥିଲା କିନ୍ତୁ ପରେ ଏହି ସମ୍ପର୍କ ଆଗକୁ ବଢିପାରିନଥିଲା । ସଠିକ୍ ବୁଝାମଣା ନଥିବାରୁ ଉଭୟ ଅଲଗା ହେବା ନେଇ ନିଷ୍ପତ୍ତି ନେଇଥିଲେ। ରଶ୍ମିକା ସେ ସମୟରେ କ୍ୟାରିୟର ଉପରେ ଧ୍ୟାନ ଦେବାକୁ ଚାହୁଁଥିଲେ ତେବେ ଏହାକୁ ସମ୍ପର୍କ ଶେଷ ହେବାର ଆଉ ଗୋଟିଏ କାରଣ ବୋଲି କୁହାଯାଉଛି। ତେବେ ଏନେଇ ଉଭୟ କେବେ ମୁହଁ ଖୋଲି ନାହାଁନ୍ତି ।

5/5

ଅଲ୍ଲୁ ଅର୍ଜନଙ୍କ ସହ ରିଲିଜ ହୋଇଥିବା ଫିଲ୍ମ ‘ପୁଷ୍ପା’ରେ ରଶ୍ମିକାଙ୍କ ଅଭିନୟକୁ ବେଶ ପସନ୍ଦ କରିଥିଲେ ଦର୍ଶକ । ଫିଲ୍ମର ରିଲିଜ ପରେ ତାଙ୍କ କ୍ରେଜ୍ ଆହୁରୀ ବଢିବାରେ ଲାଗିଛି । ଅଭିନେତ୍ରୀଙ୍କ ମୋଟ ନେଟ୍ ୱର୍ଥ କଥା ଯଦି କହିବା ତାହାଲେ ସେ ୪୫ କୋଟିରୁ ଅଧିକ ସମ୍ପତ୍ତିର ମାଲିକାଣୀ ବୋଲି କୁହାଯାଉଛି । ସେ ଗୋଟିଏ ପ୍ରୋଜେକ୍ଟ ପାଇଁ ପ୍ରାୟ ୪ କୋଟି ଟଙ୍କା ଚାର୍ଜ କରିଥାଆନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link