Subhadra Yojana: ଆଜିଠୁ `ସୁଭଦ୍ରା` ଯୋଜନାର ପଞ୍ଜୀକରଣ ଆରମ୍ଭ, ଜାଣନ୍ତୁ କିପରି କରିବେ ଆବେଦନ...

Subhadra Yojana: ଆଜିଠୁ `ସୁଭଦ୍ରା` ଯୋଜନାର ପଞ୍ଜୀକରଣ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରା ଯୋଜନା ପାଇଁ ଆବେଦନ ଫର୍ମ ପୂରଣ ଓ ଦାଖଲ ସମ୍ପୂର୍ଣ୍ଣ ଦେୟମୁକ୍ତ ରହିଛି।

ପ୍ରିୟମ୍ବଦା ରଣା Sun, 01 Sep 2024-7:21 am,
1/6

Subhadra Yojana: ଆଜିଠୁ 'ସୁଭଦ୍ରା' ଯୋଜନାର ପଞ୍ଜୀକରଣ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରା ଯୋଜନା ପାଇଁ ଆବେଦନ ଫର୍ମ ପୂରଣ ଓ ଦାଖଲ ସମ୍ପୂର୍ଣ୍ଣ ଦେୟମୁକ୍ତ ରହିଛି।

2/6

ଅଙ୍ଗନବାଡ଼ି କେନ୍ଦ୍ର(Anganwadi Center), ବ୍ଲକ କାର୍ଯ୍ୟାଳୟ, ପୌର କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଓ ସାଧାରଣ ସେବା କେନ୍ଦ୍ରରେ ମଧ୍ୟ ଫର୍ମ ମିଳିବ। ଏଥି ସହିତ ମୋ ସେବା କେନ୍ଦ୍ର, ସାଧାରଣ ସେବା କେନ୍ଦ୍ରରେ ଫର୍ମ ଦାଖଲ କରିହେବ। ମହିଳାମାନଙ୍କୁ ଫର୍ମ ପୁରଣ ଓ ଦାଖଲରେ ଅଙ୍ଗନୱାଡି କର୍ମୀ, ସିଆରପି(CRP), ଏମବିସି, ବ୍ୟାଙ୍କ ମିତ୍ର, କୃଷିମିତ୍ରମାନେ ସହଯୋଗ କରିବେ।

3/6

ସୁଭଦ୍ରା’ ଯୋଜନାରେ ଆବେଦନ କରିବା ନିମନ୍ତେ ହିତାଧିକାରୀଙ୍କ ପାଖରେ ନିଜ ନାମରେ ଆଧାର କାର୍ଡ/ନମ୍ବର ଥିବା ଆବଶ୍ୟକ। ଏହା ସହ ଆଧାର କାର୍ଡ(Adhar Card) ସହିତ ଏକକ-ଧାରକ ବ୍ୟାଙ୍କ ଆକାଉଣ୍ଟ ଯୋଗ ହୋଇଥିବା ଜରୁରୀ।

4/6

ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ହିତାଧିକାରୀଙ୍କୁ ପ୍ରଥମ କିସ୍ତି ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ(PM Modi)ସୁଭଦ୍ରା ଯୋଜନାର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ।

5/6

ସରକାରକୁ ଆସିଲେ ଓଡ଼ିଶାର ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନା ଲାଗୁ କରିବାକୁ ବିଜେପି ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲା। ବିଜେପି ସରକାର ପ୍ରଥମ ବଜେଟରେ ‘ସୁଭଦ୍ରା’ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୧୦ ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।

6/6

ରାଜ୍ଯର ପ୍ରାୟ ୧ କୋଟି ୩୦ ଲକ୍ଷ ହିତାଧିକାରୀ ସୁଭଦ୍ରା ଯୋଜନାରେ ସାମିଲ ହେବେ ବୋଲି କହିଛନ୍ତି ମହିଳା ଓ ଶିଶୁ କଲ୍ଯାଣ ବିଭାଗ ଦାୟିତ୍ବରେ ଥିବା ଉପମୁଖମନ୍ତ୍ରୀ ପ୍ରଭାତୀ ପରିଡା(Prabhati parida)।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link