KKR Player Rinku Singh: ବର୍ଷକୁ କେତେ ରୋଜଗାର କରନ୍ତି କେକେଆର୍ ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂହ? ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

KKR Batsman Rinku Singh: ବିଭିନ୍ନ ମ୍ୟାଚରେ ନିଜର ପ୍ରଦର୍ଶନ ଆଧାରରରେ କୋଲକାତା ନାଇଟ ରାଇଡର୍ସ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହଙ୍କୁ ଦରମା ଏବଂ ଅନ୍ୟାନ୍ୟା ସୁବିଧା ମିଳିଥାଏ।

Tue, 11 Apr 2023-8:51 pm,
1/4

ଆଇପିଏଲ୍ ଇତିହାସର ଶେଷ ଓଭରରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ ତାଲିକାରେ ସାମିଲ ହୋଇଛନ୍ତି ରିଙ୍କୁ ସିଂହ। ଏହା ସହିତ ସେ ହେଉଛନ୍ତି ପଞ୍ଚମ ବ୍ୟାଟ୍ସମ୍ୟାନ୍ ଯିଏ ଏହି ମୁକାବିଲାରେ କ୍ରମାଗତ ଭାବେ ପାଞ୍ଚଟି ଛକା ମାରିଛନ୍ତି। ଟି-୨୦ ଫର୍ମାଟ କ୍ରିକେଟ ମୁକାବିଲାରେ ଚହଳ ସୃଷ୍ଟି କରିଥିବା କେକେଆର୍ ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂହଙ୍କ କାହାଣୀ ବହୁ ସଂଘର୍ଷ ପୂର୍ଣ୍ଣ ରହିଛି। ଏହି ଯୁବ କେକେଆର୍ ବ୍ୟାଟ୍ସମ୍ୟାନ୍ ଜଣଙ୍କ ଘରେ କାମ କରିବା ଠାରୁ ଆରମ୍ଭ କରି ସିଲିଣ୍ଡର ଉଠାଇବା ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି।

2/4

ରିଙ୍କୁ ସିଂହଙ୍କ ବାର୍ଷିକ ଆୟ କେତେ଼: ପାଞ୍ଚ ଛକା ମାରିବା ସହିତ ରିଙ୍କୁ ସିଂହଙ୍କ ବାର୍ଷିକ ଆୟ ୫୮.୮ ଲକ୍ଷରୁ ୬୮.୪ ଲକ୍ଷ ମଧ୍ୟରେ ରହିଛି। ରିଙ୍କୁ ସିଂହଙ୍କ ମୋଟ ନିଟ୍ ମୂଲ୍ୟ ପ୍ରାୟ ୬.୧୨ କୋଟି ରହିଛି। ଆଇପିଏଲ ମୁକାବିଲାରେ ନିଜର ଚମତ୍କାରୀ ବ୍ୟାଟିଂ ପାଇଁ ଚର୍ଚ୍ଚାକୁ ଆସିଥିବା ରିଙ୍କୁ ସିଂହ ଉତ୍ତର ପ୍ରଦେଶ ପାଇଁ ଘରୋଇ କ୍ରିକେଟ ମୁକାବିଲାରେ ମଧ୍ୟ ଭାଗ ନେଇଛନ୍ତି। ଘରୋଇ କ୍ରିକେଟ୍ ମ୍ୟାଚ ଖେଳୁଥିବା ଖେଳାଳିଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ପକ୍ଷରୁ ଏକ ସୁନ୍ଦର ଦରମା ପ୍ରଦାନ କରାଯାଏ।

 

3/4

କେକେଆର ଦଳରୁ ରିଙ୍କୁ ସିଂହ କେତେ ଦରମା ପାଆନ୍ତି: କୋଲକାତା ନାଇଟ୍ ରାଇଡର୍ସ ଦଳ ଗୋଟିଏ ଆଇପିଏଲ ମ୍ୟାଚ୍ ଖେଳିବା ପାଇଁ ରିଙ୍କୁ ସିଂହଙ୍କୁ ୪.୨୩ ଲକ୍ଷ ଟଙ୍କା ପ୍ରଦାନ କରିଥାଏ। ଏହା ସହିତ ସମଗ୍ର ସିଜନ ପାଇଁ ୧୪ ମ୍ୟାଚ୍ ଖେଳିବା ପରେ ସେ ପ୍ରାୟ ୫୫-୫୬ ଲକ୍ଷ ବେତନ ପାଇଥନ୍ତି। କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ମିଲିଥିବା ବେତନ ବ୍ୟତୀତ ରିଙ୍କୁ ସିଂହ ମ୍ୟାନ୍ ଅଫ୍ ଦି ମ୍ୟାଚ୍ କିମ୍ବା କୌଣସି ଶାନଦାର କ୍ୟାଚ ଧରିବା ପରେ ମଧ୍ୟ ଅନ୍ୟାନ୍ୟ ପୁରସ୍କାର ରାଶି ପାଇଥାନ୍ତି। 

4/4

ଗୁଜୁରାଟ ଟାଇଟନ୍ସ ମ୍ୟାଚ ଜିତିବା ପରେ କୋଲକାତା ନାଇଟ୍ ରାଇଡର୍ସ ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂହ ଚର୍ଚ୍ଚାକୁ ଆସୁଥିଲେ। ଟି-୨୦ ଫର୍ମାଟ କ୍ରିକେଟ ମୁକାବିଲା ଅନ୍ୟତମ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଭାବେ ଉଭା ହୋଇ ଶେଷ ପାଞ୍ଚଟି ବଲରେ କ୍ରମାଗତ ଭାବେ ଛକା ମାରି ଦଳକୁ ଏକ ରୋମାଞ୍ଚକର ବିଜୟ ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଗତ ରବିବାର ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଗତ ଥରର ବିଜେତା ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ମୁକାବିଲାରେ ୩ ୱିକେଟ୍ ବ୍ୟବଧାନରେ ବିଜୟୀ ହୋଇଛି କୋଲକାତା ନାଇଟ୍ ରାଇଡର୍ସ। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link