Route 66 USA: ଏହା ହେଉଛି ବିଶ୍ୱର ପ୍ରସିଦ୍ଧ ରାଜପଥ; ଯାହାକୁ ନେଇ ଲେଖାଯାଇଛି ଗୀତ, ନିର୍ମିତ ହୋଇଛି ଚଳଚ୍ଚିତ୍ର

Route 66 Highway: ରୁଟ ୬୬ ରାଜପଥ ଯୁକ୍ତରାଷ୍ଟ୍ର ଆମେରିକାର ୮ ରାଜ୍ୟ ମଧ୍ୟ ଅତିକ୍ରମ କରିଥାଏ। ଏହି ରାସ୍ତା ପ୍ରାୟ ୪ ହଜାର କିଲୋମିଟର ଦୂରତା ଅତିକ୍ରମ କରିଥାଏ।

Wed, 07 Jun 2023-12:23 am,
1/7

ରୁଟ ୬୬ ରାଜପଥ ଯୁକ୍ତରାଷ୍ଟ୍ର ଆମେରିକାର ୮ ରାଜ୍ୟ ମଧ୍ୟ ଅତିକ୍ରମ କରିଥାଏ। ଏହି ରାଜ୍ୟ ହେଉଛି ଇଲିନୋଇସ୍, ମିସୌରୀ, କାନସାସ୍, ଓକଲହାମା, ଟେକ୍ସାସ୍, ନ୍ୟୁ ମେକ୍ସିକୋ, ଆରିଜୋନା ଏବଂ କାଲିଫର୍ଣ୍ଣିଆ। ୧୯୮୫ ମସିହାରେ ଆମେରିକା ସରକାର ଦେଶରେ ଇଣ୍ଟର ଷ୍ଟେଟ ହାଇୱେ ନେଟୱାର୍କ କରି ଏହି ରାଜପଥର ବ୍ୟବହାରକୁ ବନ୍ଦ କରିଦେଇଥିଲେ। ହେଲେ ଏହି ରାଜପଥର ଚମତ୍କାରିତା ଏବେ ଅକ୍ଷୁର୍ଣ୍ଣ ରହିଛି। ଲୋକେ ଏହି ରାଜପଥ ସହାୟତାରେ ଯାତ୍ରା କରୁଛନ୍ତି। 

2/7

୧୯୨୬ ମସିହା ନଭେମ୍ବର ୧୧ ତାରିଖରେ ଖୋଲିଥିଲା ରୁଟ ୬୬ ରାଜପଥ। ଯାହା ଯୁକ୍ତରାଷ୍ଟ୍ର ଆମେରିକର ମୂଳ ରାଜପଥ ମଧ୍ୟରୁ ଅନ୍ୟତମ। ପ୍ରାୟ ୪୦୦୦ କିଲୋମିଟର ଲମ୍ୱା ଏହି ରାଜପଥ ଟେକ୍ସାସ ପ୍ରଦେଶର ଅମରିଲୋ ଥିବା କ୍ୟାଡିଲାକ୍ ରେଞ୍ଚ୍ ଏବଂ ଆରିଜୋନା ପ୍ରଦେଶରେ ପେଟ୍ରାଇଫେଡ୍ ଫରେଷ୍ଟ ନ୍ୟାସନାଲ ପାର୍କ ଦେଇ ଯାଇଥାଏ। ଏହା ସହିତ ଓକାଲହାମ ପ୍ରଦେଶର କାଟୋଶା ଠାରେ ଯାତ୍ରା କରିବା ସମୟରେ ଯାତ୍ରୀ ନୀଳ ହ୍ୱେଲ ମଧ୍ୟ ଦେଖିପାରିବେ।

 

3/7

ରୁଟ ୬୬ ରାଜପଥ ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ଐତିହାସିକ ସ୍ଥାନର ମାନ୍ୟତା ହାସଲ କରିଛି। ଏହା ଆମେରିକାର ମୂଳ ରାଜପଥ ତାଲିକାରେ ଅନ୍ତର୍ଭୂକ୍ତ। ଐତିହାସିକ ସଂରକ୍ଷଣ ପାଇଁ ନ୍ୟାସନାଲ ଟ୍ରଷ୍ଟ ଏହାକୁ ଏକ ଜାତୀୟ ଦୃଶ୍ୟ ଉପମାର୍ଗର ମାନ୍ୟତା ପ୍ରଦାନ କରିଛି।

 

4/7

ରୁଟ ୬୬ ରାଜପଥର ଶୀଲ୍ଡ ଲୋଗୋ ର ମଧ୍ୟ ନିଜସ୍ୱ ଇତିହାସ ରହିଛି। ଯାହାକୁ ଡ୍ୱାଇଟ୍ ଡି.ଇଜେନହାୱର୍ ଡିଜାଇନ୍ କରିଥିଲେ। ଯିଏକି ଯୁକ୍ତରାଷ୍ଟ୍ର ଆମେରିକାର ୩୪ ତମ ରାଷ୍ଟ୍ରପତି ହୋଇଥିଲେ।

5/7

ରୁଟ ୬୬ ରାଜପଥରେ ଅନେକ ଗୀତ ମଧ୍ୟ ପ୍ରସ୍ତୁତ କରାଯାଇଛି। ବବି ଟ୍ରୁପ୍ ଦ୍ୱାରା ଲିଖିତ "ଗେଟ ୟୋର କିକ୍ସ ଅନ ରୁଟ ୬୬" ବହୁତ ପ୍ରସିଦ୍ଧ ହୋଇଥିଲା। ଯାହାକୁ ଜଣେ ବହୁ ପ୍ରସିଦ୍ଧ ଗାୟକ ଗାଇଥିଲେ। "କାର୍ସ" ନାମକ ଚଳଚ୍ଚିତ୍ର ଏହି ରାଜପଥରେ ନିର୍ମିତ ହୋଇଛି। ଏପରିକି ଏଠାରେ ଟିଭି ଶୋ "ରୁଟ୍ ୬୬" ମଧ୍ୟ ପ୍ରସ୍ତୁତ ହୋଇଥିଲା। ଯାହା ୧୯୬୦-୧୯୬୪ ମସିହାରେ ପ୍ରସାରିତ ହୋଇଥିଲା।

 

6/7

ରୁଟ ୬୬ ରାଜପଥର ଇତିହାସକୁ ଦର୍ଶାଉଥିବା ଦୁଇଟି ସଂଗ୍ରହାଳୟ ଏହି ରାଜପଥ ମାର୍ଗରେ ଅବସ୍ଥିତ। ଏହି ଐତିହାସିକ ରାସ୍ତାର ଇତିହାସ ଦେଖିବାକୁ ଅନେକ ଲୋକ ଓକାଲହାମା ପ୍ରଦେଶର କ୍ଲିଣ୍ଟନ୍ ସ୍ଥିତ ରୁଟ୍ ୬୬ ସଂଗ୍ରହାଳୟ ଏବଂ କାଲିଫର୍ନିଆ ପ୍ରଦେଶର ଭିକ୍ଟରଭିଲ ଠାରେ ଥିବା ରୁଟ୍ ୬୬ ମଦର ରୋଡ୍ ସଂଗ୍ରହାଳୟ ପରିଦର୍ଶନ କରିଥାନ୍ତି।

7/7

ରୁଟ ୬୬ ରାଜପତ ସମ୍ମାନରେ ଆଜି ମଧ୍ୟ ଅନେକ ବାର୍ଷିକ କାର୍ଯ୍ୟକ୍ରମ ଯୁକ୍ତରାଷ୍ଟ୍ର ଆମେରିକାରେ ଅନୁଷ୍ଠିତ ହୋଇଯାଇଛି। ଏହା ମଧ୍ୟରେ ଇଲିନୋଇସ ସ୍ପ୍ରିଙ୍ଗଫିଲ୍ଡ ଠାରେ ଥିବା ରୁଟ୍ ୬୬ ଆନ୍ତର୍ଜାତୀୟ ମହୋତ୍ସବ ଏବଂ କାଲିଫର୍ନିଆ ଓଣ୍ଟାରିଓ ଠାରେ ଥିବା ରୁଟ୍ ୬୬ କ୍ରୁଜିନ୍ ରିୟୁନିଅନ୍ ପ୍ରମୁଖ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link