Sabyasachi Mishra: ଲଭର୍ ବୟରୁ ରହସ୍ୟମୟ ଚରିତ୍ର...

Sabyasachi Mishra Film: ଓଡ଼ିଆ ଷ୍ଟାର ତଥା ଓଲିଉଡ ଜଗତର ଚର୍ଚ୍ଚିତ ଚେହେରା ସବ୍ୟସାଚୀ ମିଶ୍ର କେବଳ ନିଜକୁ ଅଭିନୟରେ ସୀମିତ ରଖିନାହାଁନ୍ତି । କୋରୋନା କାଳରେ ଅନେକ ଜନସେବା କରି ସେ ବେଶ ପ୍ରଂଶସା ସାଉଁଣ୍ଟିଛନ୍ତି । ୨୦୨୧ ମସିହାରେ ସେ ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ବିବାହ କରିଥିଲେ।

Wed, 04 Jan 2023-5:36 pm,
1/5

ପାଗଳ ପ୍ରେମୀ- ୨୦୦୭ ମସିହାରେ ମୁକ୍ତିଲାଭ କରିଥିଲା ଏକ ଓଡ଼ିଆ ରୋମାଣ୍ଟିକ ଫିଲ୍ମ। ତ୍ରିକୋଣୀୟ ପ୍ରେମ କାହାଣୀ ଉପରେ ଆଧାରିତ ହୋଇଥିଲା 'ପାଗଳ ପ୍ରେମୀ' । ଏହା ତେଲୁଗୁ ଫିଲ୍ମ ଆର୍ୟା ର ରିମେକ ଥିଲା । ଏଥିରେ ପ୍ରଥମ ଥର ଡେବ୍ୟୁ କରିଥିଲେ ସବ୍ୟସାଚୀ ମିଶ୍ର । ହର ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ଏହି ଚଳଚ୍ଚିତ୍ରରେ ସବ୍ୟସାଚୀଙ୍କୁ ଦେଖିବାକୁ ମିଳିଥିଲା ଏକ ବିନ୍ଦାସ ଲଭର ବୟ ହିସାବରେ। ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ଖୁବ ପ୍ରଶଂସା କରିଥିଲେ । 

2/5

ଏହାପରେ ରିଲିଜ ହୋଇଥିଲା 'ମୁଁ ସପନର ସୌଦାଗର' । ୨୦୦୮ ରେ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଅରିନ୍ଦମ ରାୟ ଓ ଅର୍ଚ୍ଚିତା ସାହୁ ଓ ଅଭିନେତା ସବ୍ୟସାଚୀ ମିଶ୍ର । ଏହି ଚଳଚ୍ଚିତ୍ରରେ ସବ୍ୟସାଚୀ ମିଶ୍ର ଜଣେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ତାଙ୍କର ଏହି ଖଳନାୟକ ବେଶ ସହ ଅଭିନୟକୁ ଦର୍ଶକ ଭୁରି ଭୁରି ପ୍ରଶଂସା କରିଥିଲେ। ଏହି ଫିଲ୍ମଟି ହିଟ୍ ସାବ୍ୟସ୍ତ ହୋଇଥିଲା । 

3/5

୨୦୧୧ ମସିହାରେ ସବ୍ୟଙ୍କ ଉପରେ ପୁଣି ଭରସା କରିଥିଲେ ନିର୍ଦ୍ଦେଶକ ସଞ୍ଜୟ ନାୟକ । ପରଦାରେ ରିଲିଜ ହେଲା 'ଛାତିରେ ଲେଖିଛି ତୋରି ନାଁ' । ଦୁଇ ଭାଇଙ୍କ ମଧ୍ୟରେ ଅଗାଢ ପ୍ରେମ ଓ ସ୍ନେହ ସହ ଜଣେ ପ୍ରେମିକାକୁ ନେଇ ଏହି ପାରିବାରିକ କାହାଣୀ ହୋଇଥିଲା। ଫିଲ୍ମରେ ନିଜ ପ୍ରେମିକାର ଆତ୍ମହତ୍ୟା ଘଟଣା ଶୁଣି ପାଗଳ ଭୂମିକାରେ ନଜର ଆସିଥିଲେ ସବ୍ୟସାଚୀ ମିଶ୍ର । ପାଗଳ ଆକ୍ଟିଂ ସହ କାହାଣୀ ସବ୍ୟଙ୍କ ଫ୍ୟାନ୍ସ ଫଲୋଅର୍ସକୁ ବଢାଇଦେଇଥିଲା। 

4/5

୨୦୧୩ ରେ ପରଦାରେ ଏଣ୍ଟ୍ରି କରିଥିଲା ଓଡ଼ିଆ ଫିଲ୍ମ 'ମୁଁ ଏକା ତୁମର' । ଏହି ଫିଲ୍ମରେ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ସହ ଦେବାଶିଷ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଅର୍ଚ୍ଚିତା ଓ ସବ୍ୟଙ୍କ ଏକାଠି ଫିଲ୍ମ କରିବାରେ ଏହା ଥିଲା ସପ୍ତମ ଫିଲ୍ମ। ଏହି ଫିଲ୍ମରେ ସବ୍ୟସାଚୀ ମୁକ ସହ ଘରର ଚାକର ଭାବେ ଅଭିନୟ କରିଥିଲେ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ସୁଶାନ୍ତ ମଣି। ଏହି ଫିଲ୍ମକୁ ସେହି ବର୍ଷ ବେଷ୍ଟ ଓଡ଼ିଆ ଫିଲ୍ମ ଭାବେ ପୁରସ୍କୃତ କରାଯାଇଥିଲା। 

5/5

ଆଉ ଗତ ଦୁଇଦିନ ହେଲା ସବ୍ୟଙ୍କ ନୂଆ ଫିଲ୍ମ 'ପୁଷ୍କରା' କୁ ନେଇ ବେଶ ଚର୍ଚ୍ଚା ହୋଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶୁଭ୍ରାଂଶୁ ଦାଶ। ଏକ ଭିଡିଓ ମାଧ୍ୟମରେ 'ପୁଷ୍କରା' ଏକ ଫିଲ୍ମ ନୁହେଁ ବରଂ ହଜିଯାଉଥିବା ସଂସ୍କୃତି ଓ ପରମ୍ପରା ମଧ୍ୟରେ ବଞ୍ଚିଥିବା ଏକ ରହସ୍ୟମୟ ଚରିତ୍ର ବୋଲି ପୁରା ଟିମ କହିଛନ୍ତି। ଫିଲ୍ମର ଭିନ୍ନ ଏକ କାହାଣୀ ଓ କଳାକାରଙ୍କ ଦମଦାର ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସିବା ନେଇ ଆଶା କରାଯାଉଛି। ଏଥିରେ ମଧ୍ୟ ସବ୍ୟଙ୍କ ଲୁକ୍ ଓ ଆକ୍ଟିଂର ଝଲକ ଦେଖି ଫ୍ୟାନ୍ସ ମାନେ ତାଙ୍କ ଫିଲ୍ମର ରିଲିଜ ଡେଟକୁ ଅପେକ୍ଷା କରି ରହିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link