Country Without River: ବିଶ୍ୱର ସେହି ଦେଶ ଯେଉଁଠି ପ୍ରବାହିତ ହୁଏ ନାହିଁ କୌଣସି ନଦୀ

Country without River in the World: ବିଶ୍ୱ କୋଣ ଅନୁକୋଣରେ ଅବସ୍ଥିତ ବିଭିନ୍ନ ଦେଶରେ ଅନେକ ନଦୀ ପ୍ରବାହିତ ହେଉଛି। ହେଲେ କ`ଣ ଆପଣ ଜାଣିଛନ୍ତି ବିଶ୍ୱରେ ଏପରି ଏକ ଦେଶ ରହିଛି ଯେଉଁଠି ଗୋଟିଏ ହେଲେ ମଧ୍ୟ ନଦୀ ନାହିଁ? ସେଠାକାର ଲୋକେ ସେମାନଙ୍କର ଜଳ ଆବଶ୍ୟକତା କିପରି ପୂରଣ କରିଥାନ୍ତି? ଏବେ ଆମେ ଆପଣଙ୍କୁ ବିଶ୍ୱର ସେହି ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁଠି ଗୋଟିଏ ହେଲେ ମଧ୍ୟ ନଦୀ ପ୍ରବାହିତ ହେଉନାହିଁ।

Fri, 08 Dec 2023-1:39 am,
1/4

ଜଳ ବିନା ପୃଥିବୀ ପୃଷ୍ଠରେ ଜୀବନ କଳ୍ପନା କରିପାରିବ ସମ୍ଭବପର ନୁହେଁ। ପାଣି ବିନା ଆମର ଦୈନନ୍ଦିନ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଥାଏ। ଆପଣ ନିଶ୍ଚୟ ଶୁଣିଥିବେ ଯେ ଭାରତ ଭଳି ଏକ ନଦୀ ବହୁଳ ଦେଶର ଅନେକ ସହରରେ ଭୂତଳ ଜଳ ସରିଯାଇଛି କିମ୍ବା ଶେଷ ହେବାକୁ ଯାଉଛି। ଆମ ଦେଶରେ ପାନୀୟ ଜଳ ଆବଶ୍ୟକତାର ଏକ ବଡ଼ ଅଂଶ ନଦୀ ଜଳ ଦ୍ୱାରା ପୂରଣ ହୋଇଥାଏ। ପୃଥିବୀ ପୃଷ୍ଠରେ ଅବସ୍ଥିତ ବିଭିନ୍ନ ନଦୀ କୂଳରେ ଐତିହାସିକ ସଭ୍ୟତା ଗଢି ଉଠିଥିବାର ଆପଣ ଇତିହାସରେ ପଢିଥିବେ। 

2/4

ହେଲେ କ'ଣ ଆପଣ ଜାଣିଛନ୍ତି ବିଶ୍ୱ ମାନଚିତ୍ରରେ ସାଉଦି ଆରବ ହେଉଛି ଏକମାତ୍ର ଦେଶ ଯେଉଁଠାରେ ଗୋଟିଏ ନଦୀ କିମ୍ବା ହ୍ରଦ ମହଜୁଦ ନାହିଁ। ହେଲେ ତଥାପି ସାଉଦି ଆରବ ବିଶ୍ୱର ସମୃଦ୍ଧ ଦେଶ ମଧ୍ୟରେ ଗଣାଯାଏ। ସାଉଦି ଆରବରେ ବର୍ଷା ହୁଏ ନାହିଁ କହିଲେ ଚଳିବ। କାରଣ ବର୍ଷକୁ ୨-୩ ସାଉଦି ଆରବରେ ବର୍ଷା ହୋଇଥାଏ। ବର୍ଷା ଅଭାବରୁ ଏଠାରେ ଭୂତଳ ଜଳ ମିଳିବା କଷ୍ଟକର ହୋଇଯାଏ।

3/4

ଭୂତଳ ଜଳ ଅଭାବରୁ ସାଉଦି ଆରବକୁ ପାଣି ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିବାକୁ ହୋଇଥାଏ। ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ସାଉଦି ଆରବ ସରକାର ପ୍ରତିବର୍ଷ ଦେଶର ମୋଟ ଜିଡିପି ପରିମାଣର ୨ ପ୍ରତିଶତ ପାନୀୟ ଜଳ ପାଇଁ ଖର୍ଚ୍ଚ କରିଥାନ୍ତି। ସାଉଦି ଆରବ ପ୍ରାୟତଃ ଭୂତଳ ଜଳ ଉପରେ ନିର୍ଭରଶୀଳ। ଆଜି ମଧ୍ୟ ଦେଶର ଜନସାଧାରଣ ଜଳ ପାଇଁ କୂଅ ବ୍ୟବହାର କରିଥାନ୍ତି। ହେଲେ ତଥାପି ସମଗ୍ର ଜନସଂଖ୍ୟାକୁ ଜଳ ଯୋଗାଇବା ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ଭୂତଳ ଜଳ  ଉପଲବ୍ଧ ନାହିଁ।

4/4

କିଛି ତଥ୍ୟ ଅନୁଯାୟୀ ସାଉଦି ଆରବରେ ଭୂତଳ ଜଳ ମଧ୍ୟ ଶୀଘ୍ର ଶେଷ ହୋଇଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସାଉଦି ଆରବରେ ସମୁଦ୍ର ଜଳକୁ ପାନୀୟ ଜଳ ଯୋଗ୍ୟ ଭାବରେ ବ୍ୟବହାର କରାଯାଇଥାଏ। ହେଲେ  ସମୁଦ୍ର ଜଳକୁ ପାନୀୟ ଜଳ ଯୋଗ୍ୟ କରିବାର ପ୍ରକ୍ରିୟା ବହୁତ ମହଙ୍ଗା। ଦେଶରେ ଗୋଟିଏ ନଦୀ ନଥିବା ସତ୍ତ୍ୱେ ସାଉଦି ଆରବ ଉଭୟ ପାର୍ଶ୍ୱରେ ସମୁଦ୍ର ଦ୍ୱାରା ଘେରି ହୋଇ ରହିଛି। ଏହା ପଶ୍ଚିମରେ ଲୋହିତ ସାଗର ଏବଂ ପୂର୍ବରେ ପାରସ୍ୟ ଉପସାଗର ଅବସ୍ଥିତ ରହିଛି। ଏହି ଦୁଇଟି ସମୁଦ୍ରର ବ୍ୟବସାୟିକ ଗୁରୁତ୍ୱ ରହିଛି। 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link