Actress Archita Sahu: ଫଟୋରେ ଖବର, ଜାଣନ୍ତୁ କେଉଁ ଫିଲ୍ମରୁ ଅର୍ଚ୍ଚିତା ଆରମ୍ଭ କରିଥିଲେ ଓଲିଉଡର ଯାତ୍ରା ?

Actress Archita Sahu : ଓଡିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ନିଜର ଦମଦାର ଅଭିନୟ ପାଇଁ ଆଜିବି ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ତାଙ୍କ ଅଭିନୀତ ଫିଲ୍ମ `ଚକ୍‌ଲେଟ୍‌` ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ ।

Thu, 22 Dec 2022-3:23 pm,
1/6

ଅର୍ଚ୍ଚିତା ସାହୁ ଓଡ଼ିଶାରେ ୧୯୯୦ରେ ଜନ୍ମ ଗ୍ରହଣ କରିଥିଲେ । ସେ ଭୁବନେଶ୍ୱରର ଡେମୋନଷ୍ଟ୍ରେସନ ଓ ମଲ୍ଟିପରପସ ସ୍କୁଲରୁ ଯୁକ୍ତ ୨ ପରେ କଳିଙ୍ଗ ଇନଷ୍ଟିଚୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକନୋଲୋଜିରେ ଇଞ୍ଜିନିଅରିଙ୍ଗ ଓ ଏମ.ବି.ଏରେ ଉତ୍ତୀର୍ଣ୍ଣ ହେଇଛନ୍ତି । ସେ 'ଓ ମାଇଁ ଲଭ', 'ବାବୁ ଆଇ ଲଭ ୟୁ',  'ତୋବିନା ମୋ କାହାଣୀ ଅଧା', 'ଲୋଫର' ଓ 'ଥକୁଲ' ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । 

 

2/6

ସେହିପରି 'କେବେ ତମେ ନାହଁ କେବେ ମୁଁ ନାହିଁ', 'ରାଜା ଝିଅ ସଙ୍ଗେ ହେଇଗଲା ଭାବ', 'ଏସିପି ସାଗରିକା' ଏବଂ 'ମୁଁ ଏକା ତୁମର' ଚଳଚ୍ଚିତ୍ରରେ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି ଅର୍ଚ୍ଚିତା । 

3/6

ତାଙ୍କ ଅଭିନୀତ ଫିଲ୍ମ 'ଚକ୍‌ଲେଟ୍‌' ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ । 

 

4/6

ରାଜସ୍ଥାନରେ, ୨୦୨୧ ମସିହା ମାର୍ଚ୍ଚ ୧ତାରିଖ ଦିନ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ବିବାହ କରିଥିଲେ ଅର୍ଚ୍ଚିତା ।

 

5/6

ସବ୍ୟସାଚୀ-ଅର୍ଚ୍ଚିତା ଯୋଡ଼ି ଓଲିଉଡ୍ ଚଳଚ୍ଚିତ୍ର ‘ପିଲାଟା ବିଗିଡ଼ି ଗଲା’, ‘ସ୍ମାଇଲ୍ ପ୍ଲିଜ୍‘,‘ମୁଁ ଏକା ତୁମର‘,‘ମୁଁ ସ୍ୱପ୍ନର ସୌଦାଗର‘,‘ପାଗଳ କରିଛି ପାଉଁଞ୍ଜି ତୋର‘,‘କୋଉ ଦୁନିଆରୁ ଆସିଲ ବନ୍ଧୁ‘,‘ତୋର ମୋର ଯୋଡ଼ି ସୁନ୍ଦର‘,‘କେବେ ତୁମେ ନାହଁ କେବେ ମୁଁ ନାହିଁ’ ଚଳଚ୍ଚିତ୍ରରେ ଏକାଠି ନଜର ଆସିଛନ୍ତି ।

 

6/6

୨୦୧୩ରେ ସବ୍ୟସାଚୀଙ୍କ ଛାଡ଼ପତ୍ର ପରେ ଅର୍ଚ୍ଚିତାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ଯାହାକୁ ଉଭୟ ସବ୍ୟସାଚୀ ଓ ଅର୍ଚ୍ଚିତା ଖଣ୍ଡନ କରିଥିଲେ । 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link