Shani Nakshtra Parivartan 2023: ୨ ଦିନ ପରେ ଶନି ପରିବର୍ତ୍ତନ, ଆଗାମୀ ୭ ମାସ ପର୍ଯ୍ୟନ୍ତ ଏହି ୪ଟି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ, ହେବ ଧନ ବର୍ଷା!

Shani Nakshtra Parivartan 2023: ଶନି ଦେବ ୩୦ ବର୍ଷ ପରେ ଚଳିତ ବର୍ଷ ଜାନୁଆରୀ ୧୭ରେ ତାଙ୍କର ମୂଳ ରାଶି କୁମ୍ଭ ରାଶିରେ ପ୍ରବେଶ କରିଥିଲେ । ଏବେ ପୁଣି ଶନି ଦେବ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି । ମାର୍ଚ୍ଚ ୧୫,୨୦୨୩ରେ ଶନି ଶତଭିଷା ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଶନିଙ୍କ ଏହି ସ୍ଥିତି ୩୦ ବର୍ଷ ପରେ ମହାଭାଗ୍ୟ ରାଜ ଯୋଗ ସୃଷ୍ଟି କରୁଛି, ଯାହା ଜ୍ୟୋତିଷ ଶାସ୍ତ୍ରରେ ଅତ୍ୟନ୍ତ ଶୁଭ ବୋଲି ମନେ କରାଯାଏ । ଶନି ଦେବ ମାର୍ଚ୍ଚ ୧୫ରେ ସକାଳ ୧୧:୪୦ ମିନିଟରେ ଶତଭିଷା ନକ୍ଷତ୍ରର ପ୍ରଥମ ପର୍ଯ୍ୟାୟରେ ଗୋଚର କରିବେ ।

ଜୀ ଓଡ଼ିଶା ଡେସ୍କ Mar 13, 2023, 08:51 AM IST
1/6

Shani Nakshtra Parivartan 2023: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆମର ଗ୍ରହମାନେ ସମୟ ସମୟରେ ରାଶି ଓ ନକ୍ଷତ୍ର ପରିବର୍ତ୍ତନ କରିଥା’ନ୍ତି । ହିନ୍ଦୁ ଧାର୍ମିକ ଶାସ୍ତ୍ର ଅନୁଯାୟୀ, ଶନି ଦେବ (Shani Dev) ଙ୍କୁ ନ୍ୟାୟର ଦେବତା ଭାବରେ ମନେ କରାଯାଏ ଯିଏ କର୍ମ ଅନୁଯାୟୀ ଫଳ ପ୍ରଦାନ କରିଥାଏ । ଶନି ଦେବ ୩୦ ବର୍ଷ ପରେ ଚଳିତ ବର୍ଷ ଜାନୁଆରୀ ୧୭ରେ ତାଙ୍କର ମୂଳ ରାଶି କୁମ୍ଭ ରାଶିରେ ପ୍ରବେଶ କରିଥିଲେ । ଏବେ ପୁଣି ଶନି ଦେବ ନକ୍ଷତ୍ର ପରିବର୍ତ୍ତନ (Shani Nakshtra Parivartan) କରିବାକୁ ଯାଉଛନ୍ତି । ମାର୍ଚ୍ଚ ୧୫,୨୦୨୩ରେ ଶନି ଶତଭିଷା ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଶନିଙ୍କ ଏହି ସ୍ଥିତି ୩୦ ବର୍ଷ ପରେ ମହାଭାଗ୍ୟ ରାଜ ଯୋଗ ସୃଷ୍ଟି କରୁଛି, ଯାହା ଜ୍ୟୋତିଷ ଶାସ୍ତ୍ରରେ ଅତ୍ୟନ୍ତ ଶୁଭ ବୋଲି ମନେ କରାଯାଏ ।

2/6

ଶନି ଦେବ (Shani Dev) ମାର୍ଚ୍ଚ ୧୫ରେ ସକାଳ ୧୧:୪୦ ମିନିଟରେ ଶତଭିଷା ନକ୍ଷତ୍ରର ପ୍ରଥମ ପର୍ଯ୍ୟାୟରେ ଗୋଚର କରିବେ । ଅକ୍ଟୋବର ୧୭ରେ ଅପରାହ୍ନ ୧:୩୭ ମିନିଟ ପର୍ଯ୍ୟନ୍ତ ଶନି ମହାରାଜ ଏଠାରେ ରହିବେ । ଯେତେବେଳେ ଶନି ଦେବ ଶତଭିଷା ନକ୍ଷତ୍ରରେ ପ୍ରବେଶ କରନ୍ତି ସେତେବେଳେ ସମସ୍ତ ୧୨ଟି ରାଶିର ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବା ନିଶ୍ଚିତ । ୧୨ଟି ରାଶି ମଧ୍ୟରୁ ୪ଟି ରାଶିଫଳ ମହାଭାଗ୍ୟ ରାଜ ଯୋଗର ବିଶେଷ ଲାଭ ପାଇବେ । ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶି ବିଷୟରେ...

3/6

୧. ବୃଷ ରାଶି

ମାର୍ଚ୍ଚ ୧୫ରେ ଶନି ଦେବଙ୍କ ରାଶି ପରିବର୍ତ୍ତନ ସହିତ ମହାଭାଗ୍ୟ ରାଜ ଯୋଗ ଗଠନ ହେବ, ଯାହା ଏହି ରାଶିର ଜାତକଙ୍କ ପାଇଁ ଅତ୍ୟନ୍ତ ଶୁଭ ଏବଂ ଫଳପ୍ରଦ ପ୍ରମାଣିତ ହେବ । ବୃଷ ରାଶିର ଜାତକଙ୍କ ଲୋକମାନେ ନିଜ କ୍ୟାରିୟରରେ ବଡ଼ ସଫଳତା ହାସଲ କରିପାରିବେ, ଯେପରିକି- ପଦୋନ୍ନତି, ଟଙ୍କା ଏବଂ ପୁରସ୍କାର କାର୍ଡ ପାଇବାର ଯୋଗ ରହିଛି । ବାହାଘର ମଧ୍ୟ ହୋଇପାରେ । ବୃଷ ରାଶିର ଲୋକଙ୍କ ଆର୍ଥିକ ସ୍ଥିତିରେ ଏକ ବଡ଼ ଉନ୍ନତି ହେବ ।

4/6

୨. ସିଂହ ରାଶି

ସିଂହ ରାଶିର ଲୋକମାନଙ୍କ ଜାତକରେ ଷଷ୍ଠ ଓ ସପ୍ତମ ଘରର ମାଲିକ ହେଉଛନ୍ତି ଶନି ଦେବ ଓ ଏହି ସମୟ ମଧ୍ୟରେ ଏହା ସପ୍ତମ ଘରେ ଗୋଚର କରୁଛି । ଏହି ଅବଧିରେ ସିଂହ ରାଶିର ଲୋକମାନେ ନିଜ କ୍ୟାରିଅରରେ ସଫଳତା ପାଇବେ । ଯଦି ଆପଣ ଭାଗିଦାରୀରେ କୌଣସି ବ୍ୟବସାୟ କରୁଛନ୍ତି ତେବେ ଆପଣ ଲାଭ ପାଇବାର ସମ୍ଭାବନା ଅଛି । ଶାଶୁଘର ପକ୍ଷରୁ ମଧ୍ୟ ଆୟ ସୁଯୋଗ ପାଇବାର ସମ୍ଭାବନା ଅଛି । ବ୍ୟବସାୟରେ ଆର୍ଥିକ ଲାଭ ହେବ ।

ଅଧିକ ପଢ଼ନ୍ତୁ:-ଦିନିକିଆ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଏହି ଖତରକାକ୍ ବ୍ୟାଟ୍ସମ୍ୟାନ୍ ଦଳରୁ ହେଲେ ବାହାର!

ଅଧିକ ପଢ଼ନ୍ତୁ:-ଜିଓର ସବୁଠାରୁ ଶସ୍ତା ପ୍ଲାନ; ୭୫ ଟଙ୍କାର ରିଚାର୍ଜରେ ୨୩ ଦିନ ପାଇଁ ମିଳିବ ଅସୀମିତ କଲିଂ, ଡାଟା

ଅଧିକ ପଢ଼ନ୍ତୁ:-୩ ବର୍ଷ ପରେ ଶେଷ ହେଲା ବିରାଟ କୋହଲିଙ୍କ ଟେଷ୍ଟ ଶତକର 'ବନବାସ', ଅହମ୍ମଦାବାଦରେ ଲଗାଇଲେ ୨୮ତମ ସେଞ୍ଚୁରୀ

5/6

୩. ଧନୁ ରାଶି

ମହାଭାଗ୍ୟ ରାଜୟୋଗ ଧନୁ ରାଶି ଲୋକଙ୍କ ପାଇଁ ଆର୍ଥିକ ଲାଭ ଓ ପ୍ରଗତି ନିଶ୍ଚିତ କରିବ । ଯେଉଁମାନଙ୍କର ବ୍ୟବସାୟ ଅଛି ସେମାନେ ଏକ ବଡ଼ ଅର୍ଡର ପାଇପାରନ୍ତି । ବେତନ ପ୍ରାପ୍ତ ବ୍ୟକ୍ତି ପଦୋନ୍ନତି ଓ ବୃଦ୍ଧି ପାଇବେ । ବେକାରମାନେ ଚାକିରି ପାଇବେ ।

6/6

୪. ମକର ରାଶି

ମକର ରାଶିର ଜାତକରେ ଶନି ଦେବ ଦ୍ୱିତୀୟ ଘରେ ଗୋଚର କରିବାକୁ ଯାଉଛନ୍ତି । ଦ୍ୱିତୀୟ ଘର ହେଉଛି ଆୟର ଉତ୍ସ । ଶନି ଦେବଙ୍କ ଆୟ ଘରରେ ଗୋଚର ଆପଣଙ୍କୁ ବିପୁଳ ଆର୍ଥିକ ସୁବିଧା ଦେବ । ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନେ ଏହି ପରିବର୍ତ୍ତନ ସମୟରେ ଲାଭ ପାଇବେ । ଆପଣ ହଠାତ୍ ଏକ ବଡ଼ ଲାଭ ପାଇପାରିବେ । ଏହି ସମଗ୍ର ଅବଧି ମଧ୍ୟରେ ଆପଣ ନିଜ ପରିବାର ସହିତ ଏକ ଭଲ ସମୟ ଅତିବାହିତ କରିବେ ଓ ଆପଣଙ୍କର ଆର୍ଥିକ ସ୍ଥିତିକୁ ଦୃଢ଼ କରିବାକୁ ସମର୍ଥ ହେବେ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଓ ବିଭିନ୍ନ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link