Country with 3 Capitals: ବିଶ୍ୱର ଏକମାତ୍ର ଦେଶ; ଯାହାର ଗୋଟିଏ ନୁହେଁ ବରଂ ରହିଛି ତିନୋଟି ରାଜଧାନୀ

which country has three capitals: ବିଶ୍ୱର ଏପରି ଏକ ଦେଶ ଅବସ୍ଥିତ ଅଛି ଯାହାର ଗୋଟିଏ ନୁହେଁ ବରଂ ତିନୋଟି ରାଜଧାନୀ ରହିଛି। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ହେଲେ ବିଶ୍ୱରେ ତିନୋଟି ରାଜଧାନୀ ରହିଥିବା ଦେଶ ମଧ୍ୟ ରହିଛି। କ`ଣ ଆପଣ ସେହି ଦେଶର ନାମ ଜାଣିଛନ୍ତି? ଯଦି ଆପଣ ସେହି ଦେଶର ନାମ ଜାଣିନାହାଁନ୍ତି ତାହେଲେ ଜାଣିରଖନ୍ତୁ।

Mon, 04 Mar 2024-1:44 am,
1/4

ତିନୋଟି ରାଜଧାନୀ ରହିଥିବା ଦେଶ ଆଫ୍ରିକା ମହାଦେଶରେ ଅବସ୍ଥିତ ରହିଛି। ଯାହାର ନାଁ ହେଉଛି ଦକ୍ଷିଣ ଆଫ୍ରିକା। ସମଗ୍ର ବିଶ୍ୱରେ ଦକ୍ଷିଣ ଆଫ୍ରିକା ହେଉଛି ଏକମାତ୍ର ଦେଶ ହେଉଛି ଯାହାର ତିନୋଟି ରାଜଧାନୀ ରହିଛି। ଏହି ଦେଶର ୩ ରାଜଧାନୀ ହେଉଛି କେପଟାଉନ୍, ପ୍ରିଟୋରିଆ ଏବଂ ବ୍ଲୁମଫୋଣ୍ଟେନ୍। କେପଟାଉନ୍ ହେଉଛି ଦେଶର ବ୍ୟବସ୍ଥାପିକା ରାଜଧାନୀ ରହିଛି। ଯେଉଁଠି ବିଧାନସଭା/ସଂସଦ ରହିଛି। ଅନ୍ୟପକ୍ଷରେ ବ୍ଲୁମଫୋଣ୍ଟେନ୍ ହେଉଛି ଦେଶର ନ୍ୟାୟିକ ରାଜଧାନୀ ରହିଛି। ସେହିପରି ପ୍ରିଟୋରିଆ ହେଉଛି ପ୍ରଶାସନିକ ଏବଂ କାର୍ଯ୍ୟନିର୍ବାହୀ ରାଜଧାନୀ। 

 

2/4

କେପଟାଉନ୍ (Cape Town): କେପଟାଉନ୍ ସହରରେ ଅବସ୍ଥିତ ରହିଛି ଦକ୍ଷିଣ ଆଫ୍ରିକା ସଂସଦ। ଏହି ସହର ଏହାର ବନ୍ଦର, କେପ୍ ପଏଣ୍ଟ ଏବଂ ଟେବୁଲ୍ ମାଉଣ୍ଟେନ୍ ପାଇଁ ପ୍ରସିଦ୍ଧି ଲାଭ କରିଛି। ଡଚ୍ ଜାହାଜ ପାଇଁ ଯୋଗାଣ କେନ୍ଦ୍ର ଭାବରେ ଡଚ୍ ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା କେପଟାଉନ୍ ସହର ପ୍ରତିଷ୍ଠା କରାଯାଇଥିଲା। ୧୬୫୨ ମସିହାରେ ଦକ୍ଷିଣ ଆଫ୍ରିକା ଠାରେ କେପଟାଉନ୍ ପ୍ରଥମ ସ୍ଥାୟୀ ୟୁରୋପୀୟ ବସତି ରହିଥିଲା। ଯାହା ଏବେ ପ୍ରାୟ ୫୦ ଲକ୍ଷ  ଜନସଂଖ୍ୟା ବିଶିଷ୍ଟ ଏକ ବିଶାଳ ସହର।

 

3/4

ବ୍ଲୁମଫୋଣ୍ଟେନ୍ (Bloemfontein): ବ୍ଲୁମଫୋଣ୍ଟେନ୍ ହେଉଛି ଏପରି ଏକ ନାମ ଯେଉଁଥିରେ ସ୍ପଷ୍ଟ ଭାବରେ ଡଚ୍ ଭାଷାର ସମ୍ପୃକ୍ତି ରହିଛି। ଯାହା ଦକ୍ଷିଣ ଆଫ୍ରିକାର ଫ୍ରି ଷ୍ଟେଟ୍ ପ୍ରଦେଶର ରାଜଧାନୀ। ବ୍ଲୁମଫୋଣ୍ଟେନ୍ ହେଉଛି ଦେଶର ସପ୍ତମ ବୃହତ୍ତମ ସହର। ଯାହାର ଜନସଂଖ୍ୟା ୧୦ ଲକ୍ଷରୁ କମ୍। ୧୮୪୬ ମସିହାରେ ବ୍ଲୁମଫୋଣ୍ଟେନ୍ ସହର ଆନୁଷ୍ଠାନିକ ଭାବେ ସ୍ଥାପିତ ହୋଇଥିଲା। ଦକ୍ଷିଣ ଆଫ୍ରିକାର ସର୍ବୋଚ୍ଚ ନ୍ୟାୟାଳୟ ବ୍ଲୁମଫୋଣ୍ଟେନ୍ ସହରରେ ଅବସ୍ଥିତ ରହିଛି।

4/4

ପ୍ରିଟୋରିଆ (Pretoria): ପ୍ରିଟୋରିଆ ସହର ଦକ୍ଷିଣ ଆଫ୍ରିକାର ପ୍ରଶାସନିକ ଏବଂ କାର୍ଯ୍ୟନିର୍ବାହୀ ରାଜଧାନୀ ଭାବେ କାର୍ଯ୍ୟ କରିଥାଏ। ଦକ୍ଷିଣ ଆଫ୍ରିକାରେ ମହଜୁଦ ରହିଥିବା ସମସ୍ତ ବିଦେଶୀ ଦୂତାବାସ ପ୍ରିଟୋରିଆ ସହରରେ ଅବସ୍ଥିତ ରହିଛି। ଏହା ସହିତ ପ୍ରିଟୋରିଆ ଏକ ଶିକ୍ଷଣୀୟ ସହର ଭାବେ ଜଣାଶୁଣା। ଯେଉଁଠି ଦେଶର ୨ ପ୍ରମୁଖ ବିଦ୍ୟାଳୟ ପ୍ରିଟୋରିଆ ୟୁନିଭରସିଟି ଏବଂ ଦକ୍ଷିଣ ଆଫ୍ରିକା ୟୁନିଭରସିଟି ଅବସ୍ଥିତ ରହିଛି।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link