Rajinikanth Love Story: ମାତ୍ର ୧୫ ମିନିଟର ଦେଖା ସାକ୍ଷାତ, ଲତାଙ୍କୁ ୭ ଜନ୍ମର ସାଥୀ କରିଥିଲେ ଥଲାଇବା
Rajinikanth Love Story: ସାଉଥ ସୁପରଷ୍ଟାର ରାଜନୀକାନ୍ତ । ତେବେ ଖୁବ କମ୍ ଲୋକେ ଏହା ଜାଣିଥିବେ କି ଏହି ଥଲାଇବା ନାମରେ ପରିଚିତ ଥିବା ଏହି ସୁପରଷ୍ଟାର ଜଣେ ସାଧାରଣ ଝିଅଙ୍କୁ ବିବାହ କରିଥିଲେ । ମାତ୍ର ୧୫ ମିନିଟ୍ ର ଦେଖା ସାକ୍ଷାତରେ ପତ୍ନୀ ଲତାଙ୍କୁ ମନ ଦେଇ ବସିଥି୍ଲେ ରଜନୀକାନ୍ତ ।
ନିଜ ଷ୍ଟାଇଲ ଓ ସାଧାରଣ ଜୀବନ ଯାପନ ପାଇଁ ପ୍ରସିଦ୍ଧ ୭୨ ବର୍ଷୀୟ ରଜନୀକାନ୍ତଙ୍କ ପ୍ରେମ କାହାଣୀ ମଧ୍ଯ କୌଣସି ଚଳଚ୍ଚିତ୍ରର କାହାଣୀଠାରୁ କମ୍ ନଥିଲା । ଯେତେବେଳେ ପ୍ରଥମ ଥର ଲଥାଙ୍କୁ ଦେଖିଥିଲେ ସେତେବେଳେ ମାତ୍ର ୧୫ ମିନିଟ୍ ର ଦେଖା ସାକ୍ଷାତରେ ଲତାଙ୍କୁ ସାତ ଜନ୍ମର ସାଥୀ କରିଥିଲେ ରଜନୀକାନ୍ତ। ୧୯୫୮ ମସିହାରେ ଜନ୍ମ ଗ୍ରହଣ କରିଥିବା ଲଥା ଜଣେ ଫିଲ୍ମ ପ୍ରଡ୍ୟୁସର ଥିଲେ ।
୧୯୭୫ ମସିହାରେ ରଜନୀକାନ୍ତଙ୍କୁ ତାଙ୍କର ପ୍ରଥମ ବ୍ରେକ୍ ମିଳିଥିଲା । ସେତେବେଳେ ତାଙ୍କୁ ୨୫ ବର୍ଷ ହୋଇଥିଲା । ‘ଅପୂର୍ବ ରାଗଙ୍ଗାଲ’(Apoorva Raagangal) ନାମକ ଏକ ତାମିଲ ଚଳଚ୍ଚିତ୍ରରୁ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏଥିରେ କମଲ ହାସନ ଲିଡ଼ ରୋଲରେ ନଜର ଆସିଥିଲେ । ନିର୍ଦ୍ଦେଶକ କେ. ବାଲଚାନ୍ଦରଙ୍କ ଏହି ଫିଲ୍ମରେ ରଜନୀକାନ୍ତଙ୍କୁ ମାତ୍ର ୧୫ ମିନିଟର ଛୋଟ ରୋଲ ମିଳିଥିଲା ।
୧୯୮୧ ମସିହାରେ ଏକ ଫିଲ୍ମର ସୁଟିଂ ସମୟରେ ରଜନୀକାନ୍ତଙ୍କୁ ନିକଟକୁ ସାକ୍ଷାତକାର ନେଇ ଏକ କଲେଜ ପତ୍ରିକାରୁ ଅନୁରୋଧ ଆସିଥିଲା । ରଜନୀକାନ୍ତଙ୍କ ଏହି ସାକ୍ଷାତକାର ନେବା ପାଇଁ ଆଉ କେହି ନୁହେଁ ବରଂ ତାଙ୍କ ପତ୍ନୀ ଲତା ଆସିଥି୍ଲେ । ସେ ସମୟରେ ସେ ସେହି କଲେଜର ଛାତ୍ରୀ ଥିଲେ ।
ଯେତେବେଳ ରଜନୀକାନ୍ତଙ୍କ ସାକ୍ଷାତକାର ନେବା ଲାଗି ଲତା ଆସିଥିଲେ ସେତେବେଳେ ପ୍ରଥମ ଦେଖାରେ ହିଁ ଲତାଙ୍କୁ ମନ ଦେଇ ବସିଥିଲେ ରଜନୀକାନ୍ତ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସାକ୍ଷାତକାର ଶେଷ ହେବା ପରେ ରଜନୀକାନ୍ତ ଲତାଙ୍କୁ ବିବାହ ଲାଗି ପ୍ରସ୍ତାବ ଦେଇଥିଲେ
ଏହି ପ୍ରସ୍ତାବ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଲତା। ପରେ ହସି କରି ସେ ଏହାର ଉତ୍ତର ଦେଇ କହିଥିଲେ ଯେ, ଏନେଇ ତାଙ୍କ ମାତା ପିତାଙ୍କ ସହ କଥା ହେବାକୁ ପଡ଼ିବ। ଏହାଶୁଣି ଚିନ୍ତାରେ ପଡ଼ିଯାଇଥିଲେ ଥଲାଇବା ।
ପରବର୍ତ୍ତୀ ସମୟରେ ୨୬ ଫେବୃୟାରୀ ୧୯୮୧ ମସିହାରେ ଉଭୟ ବିବାହ କରିଥିଲେ । ରଜନୀକାନ୍ତ ଓ ଲତାଙ୍କ ଦୁଇ ଝିଅ ମଧ୍ଯ ଅଛନ୍ତି ।