Stocks to BUY: ଏହି ୫ଟି ସେୟାର ନିବେଶ ଆପଣଙ୍କୁ କରିପାରେ ଧନୀ !

ବ୍ରୋକରେଜ ସଂସ୍ଥା ମୋତିଲାଲ୍ ଓସୱାଲ୍ (Motilal Oswal) ରିଅଲିଟି ସେକ୍ଟରର ପାଞ୍ଚଟି ଷ୍ଟକ୍ ଉପରେ ମତ ଦେଇଛନ୍ତି । ସେ କହିଛନ୍ତି ଯେ, ନିବେଶକମାନେ ଆସନ୍ତା ଏକ ବର୍ଷ ମଧ୍ୟରେ ଏହି ଷ୍ଟକ ଗୁଡିକରୁ ପ୍ରାୟ ୨୨% ଲାଭ ପାଇପାରିବେ ।

ସୌଭାଗ୍ୟ ରଞ୍ଜନ ମିଶ୍ର Sat, 30 Sep 2023-7:41 pm,
1/6

ମୋତିଲାଲ ଓସୱାଲ ନିବେଶକମାନଙ୍କୁ ଗୋଡ୍ରେଜ ପ୍ରପର୍ଟିଜ (Godrej Properties)ରେ ଟଙ୍କା ବିନିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ଗୋଟିଏ ବର୍ଷରେ ଏହି ଷ୍ଟକ୍ ୨୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । ଶୁକ୍ରବାର ଦିନ, ଏହା ୧.୧୬ ପ୍ରତିଶତ ବୃଦ୍ଧି ହେବା ସହିତ ସହିତ NSE ରେ ୧,୫୫୫ ଟଙ୍କାରେ ବନ୍ଦ ହୋଇଛି। ବ୍ରୋକରେଜ ପକ୍ଷରୁ ଏହାର ଲକ୍ଷ୍ୟ ମୂଲ୍ୟ ୧,୯୧୫ ହେବା ନେଇ ଅନୁମାନ କରାଯାଇଛି ।

2/6

ମାକ୍ରୋଟେକ୍ ଡେଭଲପର୍ସ (Macrotech Developers)ଙ୍କ ସେୟାରରେ ଟଙ୍କା ବିନିଯୋଗ କରିବା ପାଇଁ ମୋତିଲାଲ ଓସୱାଲ ମଧ୍ୟ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ଏହାର ଷ୍ଟକ୍ ଭବିଷ୍ୟତରେ ୮୫୦ ଟଙ୍କା ପର୍ଯ୍ୟନ୍ତ ଛୁଇଁପାରେ । ଶୁକ୍ରବାର ଦିନ ଏହି ଅଂଶ NSE ରେ ୭୯୫.୧୦ ଟଙ୍କା ଛୁଇଁବା ସହିତ ବନ୍ଦ ହୋଇଛି ।

3/6

ମୋତିଲାଲ ଓସୱାଲରଙ୍କ ଟପ୍ କମ୍ପାନୀ ମଧ୍ୟରେ ରହିଛି ଶୋଭା ଲିମିଟେଡ୍ । ବ୍ରୋକରେଜ ଏହି ଷ୍ଟକକୁ ନେଇ ପୂର୍ବାନୁମାନ କରିଛନ୍ତି । ଭବିଷ୍ୟତରେ ଏହାର ମୂଲ୍ୟ ୭୫୦ ଟଙ୍କା ହୋଇପାରେ । ଶୁକ୍ରବାର ଦିନ ଶୋଭା ଲିମିଟେଡର ସେୟାର ମୂଲ୍ୟ ପ୍ରାୟ ଚାରି ପ୍ରତିଶତ ବୃଦ୍ଧି ପାଇଥିଲା । ଏଥି ସହିତ NSEରେ ୭୦୧.୧୦ ଟଙ୍କାରେ ବନ୍ଦ ହୋଇଯାଇଥିଲା ।

4/6

ପ୍ରେଷ୍ଟିଜ୍ ଏଷ୍ଟେଟ୍ ପ୍ରୋଜେକ୍ଟ (Prestige Estates Projects)କୁ ନେଇ ବ୍ରୋକରେଜ ପୂର୍ବାନୁମାନ କରିଛନ୍ତି । ଏହି ଅଂଶରେ ଅର୍ଥ ବିନିଯୋଗ କରିବା ପାଇଁ ନିବେଶକମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି ରିଅଲିଟି ସେୟାରର ଧାର୍ଯ୍ୟ ମୂଲ୍ୟ ୭୦୫ ଟଙ୍କା ଧାର୍ଯ୍ୟ କରାଯାଇଛି । ଶୁକ୍ରବାର ଦିନ ପ୍ରେଷ୍ଟିଜ୍ ଏଷ୍ଟେଟ୍ସ ପ୍ରୋଜେକ୍ଟର ସେୟାର ସାମାନ୍ୟ ବୃଦ୍ଧି ପାଇବା ସହିତ ୬୦୩ ଟଙ୍କାରେ ବନ୍ଦ ହୋଇଯାଇଥିଲା । ଆଗକୁ ଏହା ବଢି ୧୬.୭୨% ବୃଦ୍ଧି ହେବାନେଇ ଆଶା କରାଯାଇଛି ।

5/6

ସେହିପରି ବ୍ରିଗେଡ ଏଣ୍ଟରପ୍ରାଇଜେସକୁ ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି । ବ୍ରିଗେଡ୍ ଏଣ୍ଟରପ୍ରାଇଜେସର ସେୟାର ଶୁକ୍ରବାର ଦିନ ଏକ ପ୍ରତିଶତ ହ୍ରାସ ପାଇଥିଲା । ଏହା ୫୬୭.୯୦ ଟଙ୍କାରେ ବନ୍ଦ ହୋଇଯାଇଛି । ମୋତିଲାଲ ଓସୱାଲ ଏହି ଷ୍ଟକ୍ ର ଧାର୍ଯ୍ୟ ମୂଲ୍ୟ ୭୨୦ ଟଙ୍କା ହେବା ନେଇ କହିଛନ୍ତି ।

6/6

(ବିଶେଷ ସୂଚନା: ଏଠାରେ ଉଲ୍ଲେଖ କରାଯାଇଥିବା ଷ୍ଟକ ସମ୍ପର୍କିତ ତଥ୍ୟ ବ୍ରୋକରେଜ ହାଉସର ପରାମର୍ଶ ଉପରେ ଆଧାରିତ । ଯଦି ଆପଣ କୌଣସି ଷ୍ଟକରେ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି ତେବେ ଆପଣ ନିଜର ବିଶ୍ୱାସଯୋଗ୍ୟ ପରାମର୍ଶ ଦାତାଙ୍କଠାରୁ ତଥ୍ୟ ସଂଗ୍ରହ କରିବା ଆବଶ୍ୟକ । ଆପଣଙ୍କ ଲାଭ କିମ୍ୱା କ୍ଷତି ପାଇଁ ଜୀ ଓଡ଼ିଶା ଦାୟୀ ନୁହେଁ ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link