bird who does not fly: ଡେଣା ଥାଇ ମଧ୍ୟ ଉଡ଼ିପାରନ୍ତି ନାହିଁ ଏହି ୫ ପକ୍ଷୀ

these 5 birds cannot fly even if they have wings: ବିଶ୍ୱର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଧରଣର ପକ୍ଷୀ ଦୃଶ୍ୟମାନ ହୋଇଥାନ୍ତି। ସେମାନଙ୍କ ମଧ୍ୟରୁ କେତେକ ନିଜର ଉଡ଼ିବା କ୍ଷମତାକୁ ନେଇ ପରିଚୟ ପାଇଥାନ୍ତି। ଆଉ କେତେକ ନିଜର ଶୀକାର କରିବାର ଶୈଳୀ ପାଇଁ ଜଣାଶୁଣା ହୋଇଥାନ୍ତି। ହେଲେ ବିଶ୍ୱରେ ଏପରି କିଛି ପକ୍ଷୀ ରହିଛନ୍ତି ଯିଏ ଡେଣା ଥାଇ ମଧ୍ୟ ଉଡ଼ିପାରନ୍ତି ନାହିଁ।

Wed, 06 Dec 2023-1:50 am,
1/5

୧. ପେଙ୍ଗୁଇନ୍: ପୃଥିବୀର ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ ଆଣ୍ଟାର୍କଟିକା ମହାଦେଶରେ ପେଙ୍ଗୁଇନ୍ ପକ୍ଷୀ ଦେଖିବାକୁ ମିଳିଥାନ୍ତି। ନିଜର ଡେଣା ରହିଥିବା ସତ୍ତ୍ୱେ ପେଙ୍ଗୁଇନ ଅନ୍ୟ ପକ୍ଷୀ ଭଳି ଉଡିପାରେ ନାହିଁ। ପେଙ୍ଗୁଇନ୍ ଘଣ୍ଟା ଘଣ୍ଟା ଧରି ପାଣିରେ ରହି ଶିକାର କରିବାରେ ସକ୍ଷମ।

2/5

୨ ଏମୁ: ଅଷ୍ଟ୍ରେଲିଆ ମହାଦେଶରେ ଏମୁ ହେଉଛି ଏକ ଜଣାଶୁଣା ପକ୍ଷୀ। କେବଳ ଅଷ୍ଟ୍ରେଲିଆ ବିଶ୍ୱରେ ଏମୁ ଏକ ପ୍ରସିଦ୍ଧ ପକ୍ଷୀ ଭାବରେ ମଧ୍ୟ ଜଣାଶୁଣା। ଅନ୍ୟ ପକ୍ଷୀ ଏମୁ ପାଖରେ ଡେଣା ରହିଛି। ହେଲେ ଏମୁ ଅନ୍ୟ ସାଧାରଣ ପକ୍ଷୀ ଭଳି ଉଡ଼ି ପାରେନାହିଁ।

3/5

୩. ଗୁଆମ ରେଲ: ଯୁକ୍ତରାଷ୍ଟ୍ର ଆମେରିକାରେ ଗୁଆମ ଦ୍ୱୀପରେ ଗୁଆମ ରେଲ ନାମକ ଏକ ପକ୍ଷୀ ଦେଖାଯାଇଥାଏ। ଅନ୍ୟ ପକ୍ଷୀ ଭଳି ଡେଣା ରହିଥିଲେ ମଧ୍ୟ ଗୁଆମ ରେଲ ଉଡ଼ି ପାରେନାହିଁ।

4/5

୪. ତାକାହ ପକ୍ଷୀ: ନ୍ୟୁଜିଲାଣ୍ଡ ଠାରେ ଦେଖାଯାଇଥାଏ ତାକାହ ନାମକ ଏକ ପକ୍ଷୀ। ଅନ୍ୟ ପକ୍ଷୀ ଭଳି ଡେଣା ରହିଥିଲେ ମଧ୍ୟ ତାକାହ ପକ୍ଷୀ ଉଡ଼ି ପାରେନାହିଁ।  

5/5

୫. କାକାପୋ: ନ୍ୟୁଜିଲାଣ୍ଡ ଠାରେ ଦେଖାଯାଇଥାଏ କାକାପୋ ନାମକ ଏକ ପକ୍ଷୀ। କାକାପୋ ପାଖରେ ଅନେକ ଡେଣା ରହିଛି। ହେଲେ ଅନ୍ୟ ପକ୍ଷୀ ଭଳି କାକାପୋ ଉଡ଼ିପାରେ ନାହିଁ।

 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link