Poisonous Fruit Seeds: ସେହି ଫଳ ଯାହାର ମଞ୍ଜି ଖାଇବା ଦ୍ୱାରା ହୋଇପାରେ ମୃତ୍ୟୁ! ଏହି ମଞ୍ଜିରେ କ`ଣ ରହିଛି? ଜାଣନ୍ତୁ

Poisonous Fruit Seeds: ଫଳ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ପ୍ରତ୍ୟେକ ବ୍ୟକ୍ତି ଦୈନିକ ଫଳ ଖାଇବା ଆବଶ୍ୟକ। ହେଲେ କିଛି ଫଳରେ ବିଷାକ୍ତ ମଞ୍ଜି ରହିଛି। ସେହି ଫଳର ମଞ୍ଜିକୁ ଖାଇବା ଦ୍ୱାରା ଭୟଙ୍କର ପରିଣାମ ହୋଇପାରେ।

Aug 21, 2023, 18:49 PM IST
1/5

ସେଉ ହେଉଛି ଏକ ଲୋକପ୍ରିୟ ଫଳ। ଏହି ଫଳ ଏହାର ସ୍ୱାଦ ଏବଂ ପୋଷକତତ୍ତ୍ୱ ଗୁଣ ପାଇଁ ଜଣାଶୁଣା। ହେଲେ ସେଉ ମଞ୍ଜିରେ ସିଆନାଇଡ୍ ମିଳିଥାଏ। ସିଆନାଇଡ୍ ହେଉଛି ଏକ ବିଷାକ୍ତ ଉପାଦାନ। ଯାହା ଅତ୍ୟଧିକ ମାତ୍ରାରେ ଖାଇଲେ ପେଟ କଷ୍ଟ, ବାନ୍ତି, ଝାଡ଼ା ଏବଂ ଅତି ଗୁରୁତର ଅବସ୍ଥା ହୋଇପାରେ। ଅଧିକ ମାତ୍ରାରେ ସେଉ ମଞ୍ଜି ଖାଇବା ଦ୍ୱାରା ମୃତ୍ୟୁ ମଧ୍ୟ ହୋଇପାରେ। ସେଥିପାଇଁ ସେଉ ଖାଇବା ସମୟରେ ଏହାର ମଞ୍ଜି ଫିଙ୍ଗିଦେବା ଆବଶ୍ୟକ। 

2/5

3/5

ନାସପାତି ହେଉଛି ଏକ ସ୍ୱାଦିଷ୍ଟ ଫଳ। ଯେଉଁଥିରେ ପୁଷ୍ଟିକର ଖାଦ୍ୟ ପ୍ରଚୁର ପରିମାଣରେ ମିଳିଥାଏ। ହେଲେ ନାସପାତି ମଞ୍ଜି ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ।  ନାସପାତି ମଞ୍ଜିରେ ସିଆନାଇଡ୍ ମଧ୍ୟ ମିଳିଥାଏ। ଯାହାକୁ ଖାଇଲେ ପେଟ ଯନ୍ତ୍ରଣା, ବାନ୍ତି ଏବଂ ଝାଡ଼ା ହୋଇପାରେ। ସେଥିପାଇଁ ନାସପାତି ମଞ୍ଜି ଖାଇବା ଠାରୁ ଦୂରେଇ ରହିବା ଆବଶ୍ୟକ। ନାସପାତି ଖାଇବା ବେଳେ ଏହାର ମଞ୍ଜିକୁ ଫୋପାଡ଼ି ଦେବା ଆବଶ୍ୟକ। 

4/5

ପିଚ ଫଳ ଏହାର ମିଠା ସ୍ୱାଦ ଏବଂ ପୁଷ୍ଟିକର ଗୁଣ ପାଇଁ ଜଣାଶୁଣା। ହେଲେ ଏହାର ମଞ୍ଜିରେ ଆମିଗଡାଲିନ୍ ଏବଂ ସିଆନୋଜେନିକ୍ ଗ୍ଲାଇକୋସାଇଡ୍ ଭଳି ବିଷାକ୍ତ ଉପାଦାନ ମିଳିଥାଏ। ଏଭଳି ବିଷାକ୍ତ ଉପାଦାନ ରହିଥିବା ହେତୁ, ପିଚ ମଞ୍ଜି ଖାଇବା ଦ୍ୱାରା ପେଟ ଯନ୍ତ୍ରଣା, ସ୍ନାୟୁ ଏବଂ ଦୁର୍ବଳତା ହୋଇପାରେ। ସବୁଠାରୁ ଖରାପ ପରିସ୍ଥିତିରେ ପିଚ ମଞ୍ଜି ଖାଇଦେଇ ଥିବା ବ୍ୟକ୍ତିଙ୍କୁ କୋମା ମଧ୍ୟ ହୋଇପାରେ।

5/5

ଚେରି ଫଳ ଏହାର ଉତ୍କୃଷ୍ଟ ସ୍ୱାଦ ଏବଂ ରଙ୍ଗ ପାଇଁ ପ୍ରସିଦ୍ଧ। ହେଲେ ଚେରି ମଞ୍ଜି ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ। ଏହାର ମଞ୍ଜିରେ ସିଆନାଇଡ୍ ଉପାଦନ ରହିଥାଏ। ଯାହାକୁ ଅଧିକ ମାତ୍ରାରେ ଖାଇଲେ ପେଟ ଯନ୍ତ୍ରଣା, ଝାଡ଼ା ଏବଂ ବାନ୍ତି ହୋଇପାରେ। ଚେରି ମଞ୍ଜି ଖାଇଦେବା ଦ୍ୱାରା ମୃତ୍ୟୁ ହେବାର ଆଶଙ୍କା ମଧ୍ୟ ରହିଥାଏ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link