Unique Traffic Rules: ଦେଶର ଏହି ସହରରେ ଲାଗୁ ହୋଇଥାଏ ଅଦ୍ଭୂତ ଟ୍ରାଫିକ ନିୟମ, ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

Unique Traffic Rules in India: ଦେଶରେ ଏପରି ଅନେକ ଟ୍ରାଫିକ୍ ନିୟମ ରହିଛି। ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣିଛନ୍ତି। ଯଦି ଏହି ନିୟମ ଭଙ୍ଗ ହୁଏ, ତାହେଲେ ଚାଲାଣ କଟାଯାଇ ପାରିବ। ଏଭଳି ଅନନ୍ୟ ଟ୍ରାଫିକ ନିୟମ ବିଷୟରେ ଆପଣ ଜାଣି ରଖନ୍ତୁ।

Sat, 05 Aug 2023-5:39 pm,
1/5

ଗାଡିରେ ପ୍ରାଥମିକ ଚିକିତ୍ସା କିଟ୍: ଯଦି ଚେନ୍ନାଇ ଏବଂ କୋଲକାତା ଭଳି ସହରରରେ ଆପଣଙ୍କ ଗାଡିରେ ଯଦି ପ୍ରଥମ ଚିକିତ୍ସା କିଟ୍ (First Aid Box) ନାହିଁ, ତାହେଲେ ଆପଣଙ୍କ ଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇପାରେ କିମ୍ବା ୩ ମାସ ପାଇଁ ଜେଲ୍ ଦଣ୍ଡ ମିଳିପାରେ। ଏହି ନିୟମ ଅନୁଯାୟୀ ସମସ୍ତଙ୍କ ଗାଡିରେ ପ୍ରାଥମିକ ଚିକିତ୍ସା କିଟ୍ ରହିବା ବାଧ୍ୟତାମୂଳକ।

2/5

କାର ଭିତରେ ଧୂମପାନ ନିଷେଧ: ଯଦି ଆପଣ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ କିମ୍ବା ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ମଧ୍ୟ ଯଦି ଡ୍ରାଇଭର କାର ଭିତରେ ଧୂମପାନ କରିବାର ଧରାପଡ଼ନ୍ତି, ତାହେଲେ ତାଙ୍କର ଚାଲାଣ କଟିଯିବ। ଦିଲ୍ଲୀ-ଏନସିଆର ଠାରେ ପ୍ରଯୁଜ୍ୟ ଏହି ନିୟମ ଅନୁଯାୟୀ, ଗାଡି ଚଳାଇବା ସମୟରେ ଧୂମପାନ କରିବା ହେଉଛି ଏକ ଅପରାଧ।

3/5

ଆପଣ କୌଣସି ସୂଚନା ନ ଦେଇ କାର ଆପଣଙ୍କ ସାଙ୍ଗ କିମ୍ବା ସମ୍ପର୍କୀୟଙ୍କ ନିକଟକୁ ନେଇଯାଉଛନ୍ତି? ଯଦି ହଁ ତାହେଲେ ପରି କରିବା ବନ୍ଦ କରନ୍ତୁ। କାରଣ ଏପରି କରିବା ଦ୍ୱାରା ଆପଣଙ୍କର ଚାଲାଣ କଟିପାରେ। କେବଳ ଏତିକି ନୁହେଁ, ଯଦି ଏପରି କରୁଥିବାର ଧରାପଡ଼ନ୍ତି, ତାହେଲେ ଆପଣଙ୍କୁ ଜରିମାନା କିମ୍ବା ୩ ମାସର ଜେଲଦଣ୍ଡ ହୋଇପାରେ। ହେଲେ ଏହି ନିୟମ କେବଳ ଚେନ୍ନାଇ ଠାରେ ଲାଗୁ ହୋଇଥାଏ। 

4/5

ଗାଡି ଚଳାଇବା ସମୟରେ ଭିଡିଓ ଦେଖିବା: ଆଜିକାଲି ଭିଡିଓ ଚାହିଦା ବହୁତ ବୃଦ୍ଧି ପାଇଛି। ଅନେକ ଲୋକ ସେମାନଙ୍କ ଗାଡ଼ିରେ ଏପରି ଏକ ଗ୍ୟାଜେଟ୍ ଲଗାଇଥାନ୍ତି, ଯେଉଁଥିରେ ଫୋନ୍ ବ୍ୟବହାର କରି ଭିଡିଓ ଆରାମରେ ଦେଖାଯାଇ ପାରିବ। ଯଦି ଆପଣ ମୁମ୍ବାଇ ବାସିନ୍ଦା ଏବଂ ଆପଣ ଏପରି ଭିଡିଓ ଦେଖୁଛନ୍ତି, ତାହେଲେ ଆପଣଙ୍କ ଚାଲାଣ କଟିଯାଇପାରେ।

5/5

ଯଦି ଆପଣ ରେଡ ଲାଇଟ କିମ୍ବା ରାସ୍ତା ପାର୍ଶ୍ୱରେ ଛିଡ଼ା ହେବା ପରେ ଆପଣଙ୍କ ଗାଡିର ଇଞ୍ଜିନ ଚାଲୁ ରଖିଛନ୍ତି, ତାହେଲେ ଆପଣଙ୍କର ଚାଲାଣ କଟାଯାଇ ପାରିବ। ଏହି ନିୟମ ବର୍ତ୍ତମାନ କେବଳ ମାୟାନଗରୀ ମୁମ୍ବାଇରେ ଲାଗୁ ହୋଇଛି।

 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link