New Year Vastu Tips: ନୂଆବର୍ଷ ପୂର୍ବରୁ ଘରୁ କାଢିଦିଅନ୍ତୁ ଏହି ୫ଟି ଜିନିଷ, ବର୍ଷସାରା ଦେଖାଦେବନି ଆର୍ଥିକ ସମସ୍ୟା

New Year Vastu Tips: ରାଶିଫଳ ପରି ହିନ୍ଦୁ ଧର୍ମରେ ବାସ୍ତୁଶାସ୍ତ୍ରର ମଧ୍ୟ ଅନେକ ମହତ୍ୱ ଓ ଗୁରୁତ୍ୱ ରହିଛି। ଘରର କବାଟ ହେଉ ବା ଝରକା ଏବଂ ଏଥିରେ ରଖାଯାଇଥିବା ଜିନିଷଗୁଡ଼ିକ ଯୋଗୁଁ ବାସ୍ତୁଶାସ୍ତ୍ରରେ ତ୍ରୁଟି ବା ସମସ୍ୟା ଦେଖାଦେଇଥାଏ । ବାସ୍ତୁ ତ୍ରୁଟି ମୁଖ୍ୟତଃ ଜଣେ ବ୍ୟକ୍ତିର ରୋଜଗାର ଏବଂ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ବାସ୍ତୁ ତ୍ରୁଟି ହେତୁ ଘରେ ଟଙ୍କା ଅଭାବ ଦେଖାଦେଇଥାଏ। ଜଣେ ବ୍ୟକ୍ତିର ଜୀବନ ଦୁଃଖ ଏବଂ ଦାରିଦ୍ରରେ ପରିପୂର୍ଣ୍ଣ ହୋଇଯାଏ। ଏହି କାରଣରୁ ମାତା ଲକ୍ଷ୍ମୀ ସେ ଘରେ ବାସ କରିବାକୁ ଭଲ ପାଆନ୍ତି ନାହିଁ। ଏହାର କାରଣ ହେଉଛି କିଛି ଜିନିଷକୁ ଏମିତି ଭାବେ ପରିତ୍ୟକ୍ତ ଭାବେ ରଖାଯାଏ ଯାହାର କୌଣସି ବ୍ୟବହାର ନଥାଏ। ତେବେ ନୂଆ ବର୍ଷ ଆରମ୍ଭ ପୂର୍ବରୁ ଏହି ଜିନିଷଗୁଡିକ ଘରୁ ବାହାରୁ କାଢିନିଅନ୍ତୁ।

Fri, 15 Dec 2023-3:30 pm,
1/5

ଯଦି ଘରର ଠାକୁର ଘର କିମ୍ବା କୌଣସି ସ୍ଥାନରେ ଭଙ୍ଗା ମୂର୍ତ୍ତି ରହିଛି ତେବେ ତୁରନ୍ତ ତାହାକୁ ସେଠାରୁ କାଢି ନିଅନ୍ତୁ । ତେବେ ନୂଆ ବର୍ଷ ଆରମ୍ଭ ପୂର୍ବରୁ ସେଗୁଡ଼ିକୁ ସେ ସ୍ଥାନରୁ କାଢି ନିଅନ୍ତୁ । କାରଣ ଘରେ ଭଙ୍ଗା ମୂର୍ତ୍ତି ରଖିବା ଉଚିତ୍ ନୁହେଁ। ଘରେ ଏହିପରି ଭଙ୍ଗା ପ୍ରତିମା ରଖିବା ଦ୍ୱାରା ବାସ୍ତୁ ତ୍ରୁଟି ହୋଇଥାଏ, ଯାହା ଆର୍ଥିକ ସଙ୍କଟର ମୁଖ୍ୟ କାରଣ ହୋଇଥାଏ । 

 

2/5

ପୁରୁଣା ଜୋତା ଏବଂ ଛିଣ୍ଡା ଚପଲଗୁଡିକୁ ଘର ଭିତରେ ସ୍ଥାନ ନେବାକୁ ଦିଅନ୍ତୁ ନାହିଁ । ନୂଆ ବର୍ଷ ଆରମ୍ଭ ପୂର୍ବରୁ ତାହାକୁ ଫୋପାଡି ଦିଅନ୍ତୁ । ବାସ୍ତୁଶାସ୍ତ୍ରୀଙ୍କ ଅନୁଯାୟୀ, ଛିଣ୍ଡା ଚପଲ ସହ ଅବ୍ୟବହୃତ ଚପଲ ଘରର ସୁଖ, ସମୃଦ୍ଧତା ଏବଂ ଦକ୍ଷତାରେ ବାଧା ସୃଷ୍ଟି କରିଥାଏ । ଏମାନେ ସଫଳତା ହାସଲ କରିବାରେ ବାଧା ଉପୁଜାଇଥାନ୍ତି।

 

3/5

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ବନ୍ଦ ପଡ଼ିଥିବା ବା ଅଦରକାରୀ ଘଣ୍ଟା ରଖିବା ଉଚିତ ନୁହେଁ। ବନ୍ଦ ମାନେ ଏହା ପ୍ରତ୍ୟେକ କାର୍ଯ୍ୟରେ ବାଧା ଭାବରେ ଦେଖାଯାଏ ।   ଯଦି ଆପଣଙ୍କ ଘରେ କୌଣସି ଭଙ୍ଗା ଘଣ୍ଟା ଅଛି ବା ବନ୍ଦ ଘଣ୍ଟା ଅଛି ତେବେ ତୁରନ୍ତ ଏହାକୁ ବାହାର କରି ଫୋପାଡି ଦିଅନ୍ତୁ । ଏହା ପରିବାରର ଭାଗ୍ୟକୁ ପ୍ରଭାବିତ କରିଥାଏ । 

 

4/5

ଘର କଣରେ କିମ୍ବା ଘରର କୌଣସି କୋଣରେ ଅଳିଆ ଆବର୍ଜନା ଜମା କରିକି ରଖନ୍ତୁ ନାହିଁ । ମା ଲକ୍ଷ୍ମୀ ଏପରି ଆଚରଣରେ ଅତ୍ୟନ୍ତ କ୍ରୋଧିତ ହୁଅନ୍ତି। ଏମିତି ଆବର୍ଜନା ରଖିବା ଦ୍ୱାରା ଘରେ ଟଙ୍କାର ଅଭାବ ଦେଖାଦେଇଥାଏ। 

 

5/5

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଆଇନା ଭାଗ୍ୟ ପରିବର୍ତ୍ତନ କରିଥାଏ । ହେଲେ ଭୁଲରେ ମଧ୍ୟ ଭଙ୍ଗା କିମ୍ବା ଫାଟିଯାଇଥିବା କାଚକୁ ଘରେ ରଖନ୍ତୁ ନାହିଁ । ଏପରି ଦର୍ପଣ ଘର ଭିତରେ ଅଶୁଭ ବୋଲି ବିବେଚନା କରାଯାଏ । ମାଆ ଲକ୍ଷ୍ମୀ ଏଥିରେ କ୍ରୋଧିତ ହୁଅନ୍ତି । ଜଣେ ବ୍ୟକ୍ତିର ଜୀବନ ଏବଂ ଘରର ସୁଖ ଆଇନା ସାହାଯ୍ୟରେ ଆସିଥାଏ ତେଣୁ ଘରେ ଭଙ୍ଗା ଆଇନା ରଖିବାରୁ ଦୂରେଇ ରୁହନ୍ତୁ।  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link