Inauspicious indication: ଅଶୁଭ ଘଟଣା ପୂର୍ବରୁ ଏହିଭଳି ମିଳିଥାଏ ସଙ୍କେତ, ହୋଇଯାଆନ୍ତୁ ଆଗୁଆ ସାବଧାନ!

Inauspicious indication: ଜୀବନରେ ସବୁକିଛି ଠିକ୍ ଚାଲିଥିବା ବେଳେ ହତାଠ୍ କିଛି ଏଭଳି ଘଟଣା ଘଟିଥାଏ ଯାହା ମଣିଷର ଚିନ୍ତା ବଢାଇଥାଏ। ଯେମିତି କି, ହଠାତ୍ ଘରେ କେହି ଅସୁସ୍ଥ ହୋଇପଡ଼ିବା, ବ୍ୟବସାୟରେ କ୍ଷତି, ଚାକିରୀ ନେଇ ସଙ୍କଟ ଦେଖାଦେବା ଓ ଆର୍ଥିକ ସ୍ଥିତି ଦୋହଲିଯିବା । ତେବେ ଏହି ସବୁ ଘଟଣା ପୂର୍ବରୁ କିଛି ଏଭଲି ସଂଙ୍କେତ ଦେଖାଦେଇଥାଏ ଯାହା ଆଗକୁ ଆସିବାକୁ ଥିବା ବିପଦ ନେଇ ଆଗୁଆ ସୁଚାଇଥାଏ ।

Sun, 26 Feb 2023-2:57 pm,
1/5

ତୁଳସୀ ଗଛ ହଠାତ ଶୁଖିବାକୁ ଲାଗିବା- ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ବେଶ ପବିତ୍ର ବୋଲି ମନ୍ୟତା ରହିଛି। ଖାଲି ଏତିକି ନୁହେଁ ତୁଳସୀ ଗଛକୁ ଲକ୍ଷ୍ମୀଙ୍କ ରୂପ ବୋଲି ମଧ୍ଯ ବିବେଚନା କରାଯାଏ । ପ୍ରତ୍ୟେକ ଦିନ ସକାଳ ଓ ସନ୍ଧ୍ୟାରେ ତୁଳସୀ ଗଛକୁ ପୂଜା କରିବା ଦ୍ବାରା ଲକ୍ଷ୍ମୀ ସନ୍ତୁଷ୍ଟ ହେବା ସହ ଘରର ସୁଖ ସବୃଦ୍ଧି ବୃଦ୍ଧି ପାଇଥାଏ । ତେବେ ଯଦି ନିୟମିତ ଭାବେ ତୁଳସୀ ଗଛକୁ ପାଣି ଦେବା ପରେ ବି ଏହା ଶୁଖିବା ଆରମ୍ଭ କରେ ତାହାଲେ ଏହା ଜଣାରଖିବା ଉଚିତ୍ ଯେ, ଆପଣଙ୍କ ସହ ଆଗକୁ କିଛି ଅଘଟଣ ଘଟିବାକୁ ଯାଉଛି । ସ୍ବାସ୍ଥ୍ୟ, ଧନ ଓ ମାନ ସମ୍ମାନ ଉପରେ ଆଞ୍ଚ ଆସିପାରେ ।

2/5

କାଚ ଭାଙ୍ଗିବା- ଶାସ୍ତ୍ରରେ କାଚ ଭାଙ୍ଗିବା ଘଟଣାକୁ ଅଶୁଭ ବୋଲି ଧରାଯାଇଥାଏ । ଯେତେବେଳେ ଘରେ ବାରମ୍ବାର କାଚ ଭାଙ୍ଗିବା ଆରମ୍ଭ କରେ ତାହାଲେ ଜାଣି ରଖିବା ଉଚିତ୍ ଯେ, ଆଗକୁ କିଛି ବିପଦ ଆସୁଛି । ଏହି କାଚ ଭାଙ୍ଗିବା ଘରୋଇ ମତଭେଦର ମଧ୍ଯ ସଂଙ୍କେତ ଦେଇଥାଏ ।

3/5

ବିଲେଇ କାନ୍ଦିବା- ଶାସ୍ତ୍ରରେ ବିଲେଇ କାନ୍ଦିବାକୁ ଅଶୁଭ ସଂଙ୍କେତ ବୋଲି ଧରାଯାଇଥାଏ । ଯଦି ଘରେ କିମ୍ବା ଘରର ଆଖପାଖରେ ବିଲେଇ କାନ୍ଦିବା ଭଳି ଶଦ୍ଦ ଶୁଣାଯାଇଥାଏ , ତାହାଲେ ଏହା ଘରର ସୁଖ ସବୃଦ୍ଧି ଉପରେ ବିପଦ ଆସିବା ସହ କିଛି ଅପ୍ରୀତିକର ଘଟଣା ଘଟିବା ନେଇ ସୂଚାଇଥାଏ । ସେହିପରି ରାସ୍ତାରେ ଯିବା ସମୟରେ ବିଲେଇ ରାସ୍ତା କାଟିଲେ ଏହାକୁ ମଧ୍ଯ ଅଶୁଭ ସଂଙ୍କେତ ବୋଲି ବିଶ୍ବାସ କରାଯାଏ ।

4/5

ଦୀପ ଲିଭିଯିବା- ଯଦି ପୂଜା କରିବା ସମୟରେ ଦୀପ ଲିଭିଯାଏ ତାହାଲେ ସର୍ତକ ହୋଇଯାଆନ୍ତୁ । ପୂଜା ସମୟରେ ଦୀପ ଲିଭିବା ବହୁତ ଅଶୁଭ ହୋଇଥାଏ । ଏହା ଦେବୀ ଦେବତା ରୋଷ ହୋଇଥି୍ବା ନେଇ ସୂଚାଇଥାଏ । ଏହି ଘଟଣା ଦ୍ରାରିଦ୍ରତାରେ ବୃଦ୍ଧି ଘଟିବା ନେଇ ସଂଙ୍କେତ ଦେଇଥାଏ  ।

5/5

ସୁନା ହଜିବା- ସୁନା ଗହଣା ହଜିବାକୁ ମଧ୍ଯ ଅଶୁଭ ସଂଙ୍କେତ ହୋଇଥାଏ । ସୁନା ଜିନିଷ ହଜିଲେ ଜାଣି ରଖିବା ଉଚିତ୍ ଯେ, ଆଗକୁ ଆର୍ଥିକ ସଂଙ୍କଟ ଦେଖାଦେଇପାରେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link