Today Horoscope: ଶୁଭଫଳ ସହ ଖୁସି ଖବର ପାଇବେ ଏହି ସବୁ ରାଶି, ଜାଣନ୍ତୁ କେମିତି କଟିବ ଆଜିର ଦିନ

Horoscope Today 11 April 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଏପ୍ରିଲ୍ ୧୧ ହେଉଛି ଗୁରୁବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

ଜୀ ଓଡ଼ିଶା ଡେସ୍କ Thu, 11 Apr 2024-5:50 am,
1/12

ମେଷ:  ଆଜିର ଦିନଟି ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ମଙ୍ଗଳମୟ ହେବ। ବିଶେଷ କରି କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ନିଜ ସନ୍ତାନଙ୍କ ଠାରୁ କୌଣସି ଖୁସି ଖବର ପାଇଁ ମନ ଆନନ୍ଦିତ ହେବ। ବାକିପଡ଼ିଥିବା ଅର୍ଥ ଆଦାୟ ହେବ । ବ୍ୟବସାୟରେ ଲାଭ ମିଳିବ। 

 

2/12

ବୃଷ: ଦିର୍ଘ ଦିନର ଆଶା ପୂରଣ ହେବ।  କୌଣସି ସ୍ଥାନର ଶୁଭ ଖବର ମିଳିପାରେ। କିନ୍ତୁ ଦୂରଯାତ୍ରା ବେଳେ ସାବଧାନତା ଅବଲମ୍ବନ କରନ୍ତୁ । ନଚେତ୍ ଦୁର୍ଘଟଣାର ଶୀକାର ହୋଇପାରନ୍ତି। ରାଜନୀତିର ସକ୍ରିୟ ଥିବା ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଅନୁକୂଳ ରହିବ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ଠାରୁ ସମ୍ମାନ ମିଳିବ ।

 

3/12

ମିଥୁନ: ଏହି ରାଶିଙ୍କ ପାଇଁ ଦିନଟି ଏତେ ଖାସ୍ ରହିବ ନାହିଁ। ଦାମ୍ପତ୍ୟ ଜୀବନରେ ବିବାଦ ଦେଖାଦେବ। ପ୍ରେମ ବ୍ୟାପାରରେ କୌଣସି କଥାକୁ ନେଇ ନିଜ ସାଥୀଙ୍କ ସହ ମନୋମାଳିନ୍ୟ ଦେଖାଦେବ। କର୍ମକ୍ଷେତ୍ରରେ ପାରିଶ୍ରମିକ ଠିକ୍ ନ ମିଳିବାରୁ ମନସ୍ତାପ କରିବେ । ଶତ୍ରୃମାନେ ମିତ୍ରତାର ହାତ ବଢ଼ାଇବେ। ନୂଆ ବନ୍ଧୁଙ୍କ ସହ ଭାବର ଆଦାନ ପ୍ରଦାନ କରିବେ। 

 

4/12

କର୍କଟ:  ଏହି ରାଶିର ବ୍ୟକ୍ତୁ ବିଶେଷଙ୍କ ପାଇଁ ଦିନଟି ଏତେ ଖାସ୍ ରହିବ ନାହିଁ। ଯାତ୍ରା କଲା ବେଳେ ସତର୍କ ରୁହନ୍ତୁ। ନଚେତ୍ ଅସୁବିଧାରେ ପଡିପାରନ୍ତି । କୌଣସି ଛୋଟ କଥାକୁ ନେଇ ପରିବାରରେ ବିବାଦ ଦେଖାଦେଇପାରେ। ପରିବାରରେ ଛୋଟ କଥାକୁ ନେଇ ଅସନ୍ତୋଷ ଦେଖାଯିବାରୁ ମନ ଭଲ ରହିବ ନାହିଁ । ବ୍ୟବସାୟରେ ଅଶାନୁସାରେ ଲାଭ ପାଇବେ ନାହିଁ କିନ୍ତୁ ବନ୍ଧୁ ସାହାଯ୍ୟ କରିବେ।

5/12

ସିଂହ:  ଆକସ୍ମିକ ଧନଲାଭର ଯୋଗ ରହିଛି। କାର୍ଯ୍ୟାଳୟରେ ନିଜ ସହକର୍ମୀଙ୍କ ସାହାର୍ଯ୍ୟ ପାଇ ଅଧା କାମ ପୂରା କରିବେ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ବନ୍ଧୁଙ୍କର ସହଯୋଗ ପାଇ ଉଚିତ ପନ୍ଥା ଗ୍ରହଣ କରିବେ । ଧାର୍ମିକ କାର୍ଯ୍ୟରେ ମନୋବଳାଇବେ। 

 

6/12

କନ୍ୟା: ପ୍ରେମୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଖାସ୍ ରହିବ।  ନିଜ ସାଥୀଙ୍କ ସହ କୌଣସି ସ୍ଥାନକୁ ବୁଲିବାକୁ ବା  ଲଂଗ ଡ୍ରାଇଭ୍ ରେ ଯାଇପାରନ୍ତି। ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ବି ଯୋଡି ହୋଇପାରେ।  ପଡୋଶୀମାନେ ସମ୍ମୁଖରେ ପ୍ରଶଂସା କରି ପଛରେ ନିନ୍ଦା କରିପାରନ୍ତି। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ୍ ହେଉଛନ୍ତି। ସେମାନେ ଖୁସି ଖବର ପାଇ ପାରନ୍ତି।

 

7/12

ତୁଳା:  କୌଣସି ପୁରୁଣା ସମସ୍ୟାକୁ ନେଇ ମନ ଭାରକ୍ରାନ୍ତ ରହିବ। ପରିବାରରେ ଅର୍ଥକୁ କଳହ ଦେଖାଦେବ। ବିଭିନ୍ନ ପ୍ରକାର ବାଧାବିଘ୍ନ ଜୀବନରେ ଲାଗି ରହୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନକାରାତ୍ମକ ଚିନ୍ତା ମନକୁ ଆକ୍ରାନ୍ତ କରିବ। 

8/12

ବିଛା: ଆଜିର ଦିନରେ କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସୃଷ୍ଟି ହେବାର ଆଶଙ୍କା ରହିଛି। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ପୁରୁଣା ବିବାଦକୁ କେନ୍ଦ୍ର କରି ନିଜ ପଡୋଶୀଙ୍କ ସହ କଳହ ହୋଇପାରେ। ପୁରୁଣା ବନ୍ଧୁଙ୍କୁ ଭେଟି ମନ ଆନନ୍ଦିତ ହେବ। 

 

9/12

ଧନୁ: ଆଜି ସ୍ୱାସ୍ଥ୍ୟ ଓ କର୍ମହାନି ସାଙ୍ଗକୁ ବିବାଦୀୟ ସ୍ଥିତି ଉପୁଜିବ। କୌଣସି ବ୍ୟକ୍ତି ଆଜି ପରୋକ୍ଷରେ ଆକ୍ଷେପ କରିପାରନ୍ତି। ଅସାବଧାନତା କାରଣରୁ କୌଣସି ଦାମୀ ଜିନିଷ ହଜି ଯାଇପାରେ। ଶିଳ୍ପ ଓ ପରିବହନରେ ସମସ୍ୟା ଲାଗିରହିବ । ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚିନ୍ତିତ ରହିବେ।

 

10/12

ମକର: ମନ ଚଞ୍ଚଳ ରହିବ । ଆୟ ପରିମାଣ ବୃଦ୍ଧି ପାଇବ । ବାରମ୍ବାର ଚେଷ୍ଟା କଲେ ସଫଳତା ମିଳିବ । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଉନ୍ନତି ପଥରେ ଆଗେଇ ଚାଲିବେ।  

 

11/12

କୁମ୍ଭ: କୌଣସି ବନ୍ଧୁଙ୍କ ସାହାଯ୍ୟ ପାଇ ନୂତନ କର୍ମାରମ୍ଭ କରିପାରନ୍ତି। ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ବ୍ୟବସାୟ କ୍ଷେତ୍ରରେ ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବ । ଛାତ୍ର ଛାତ୍ରୀମାନେ ପାଠ ପଢ଼ାରେ ମନୋନିବେଶ କରିବେ । ରାଜନୈତିକ ଲୋକେ କୌଣସି ନୂତନ ପଦ ପଦବୀ ଲାଭ କରିପାରନ୍ତି । 

 

12/12

ମୀନ: ଶାରିରୀକ ପୀଡା ଅନୁଭବ କରିବେ। କର୍ମକ୍ଷେତ୍ରରେ ସଠିକ୍ ନିଷ୍ପତି ନେଇ ପାରିବେ ନାହିଁ। ଯାହାକୁ ନେଇ ଆପଣ ଚିନ୍ତିତ ରହିବେ। ପ୍ରତିବନ୍ଧକ କାରଣରୁ ଶେଷ ସମୟରେ ଯାତ୍ରା ସ୍ଥଗିତ ରହିଯିବ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link