Today Horoscope: ଏହି ସବୁ ରାଶି ଉପରେ ହେବ ଧନର ବର୍ଷା! ଜାଣନ୍ତୁ କେମିତି କଟିବ ଆଜିର ଦିନ?

Horoscope Today 11 November 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ନଭେମ୍ବର ୧୧ ହେଉଛି ଶନିବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...

ଜୀ ଓଡ଼ିଶା ଡେସ୍କ Sat, 11 Nov 2023-5:50 am,
1/12

ମେଷ ରାଶି-  ନୂତନ କାର୍ଯ୍ୟରମ୍ଭ କିମ୍ବା ନିଯୁକ୍ତିର ସମ୍ଭାବନା ରହିଛି । ପରିବାର ସଦସ୍ୟଙ୍କ ସାହାଯ୍ୟ ଓ ସହାନୁଭୂତି ମିଳିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ମାନେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟବସାୟରେ ଲାଭ ହେବ ।

 

2/12

ବୃଷ ରାଶି - ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ ପାଠପଢାରେ ଅବହେଳା କରିବେ । ଗୁରୁଜନଙ୍କ ସହ ବିବାଦ ହୋଇପାରେ। ଚାକିରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ନେଇ ସମ୍ଭାବନା ରହିଛି ।

 

3/12

ମିଥୁନ ରାଶି- ମନ ଅସ୍ଥିର ରହିବ । ପରିବାରରେ ବିବାଦ ଦେଖାଦେବ । ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ । ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । ପ୍ରେମୀ ମାନଙ୍କ ଲାଗି ସମୟ ଅତ୍ୟନ୍ତ ଶୁଭ ରହିବ । ବିଦ୍ୟାର୍ଥୀମାନେ ପାଠ ପଢାରେ ଅବହେଳା କରିପାରନ୍ତି ।

 

4/12

କର୍କଟ ରାଶି- କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ । ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ। ବିଦ୍ୟାର୍ଥୀମାନେ ଅସ୍ଥିର ମନା ହେବେ । ଅର୍ଥ ଲାଭ ନେଇ ଯୋଗ ରହିଛି । କୌଣସି କାରଣକୁ ନେଇ ପରିବାରରେ ବିବାଦ ଦେଖା ଦେଇପାରେ ।

 

5/12

ସିଂହ ରାଶି- ବାଦ ବିବାଦ ପ୍ରତି ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ରହିବ । କର୍ମରେ ଆଳସ୍ୟତା ଓ ଅନାଗ୍ରହଭାବ ପ୍ରକାଶ ପାଇବ । ଶତ୍ରୁମାନଙ୍କ ଦ୍ୱାରା ପୀଡ଼ା ପାଇବେ। ପରିବାର ଲୋକଙ୍କ ସହ ମତାନ୍ତର ହେତୁ ମାନସିକ ଚାପରେ ରହିପାରନ୍ତି ।

 

6/12

କନ୍ୟା ରାଶି- ଅପମାନ, ଅପଯଶ, ଅପବାଦ ପାଇପାରନ୍ତି। ସନ୍ତାନ ସନ୍ତତିଙ୍କୁ ନେଇ ଚିନ୍ତିତ ରହିବେ । ବାପା ମା’ଙ୍କ ସହ ମତାନ୍ତର କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ମନ ଭଲ ରହିବ ନାହିଁ । ଅବବାହିତଙ୍କ ବିବାହ ସ୍ଥିର ହୋଇପାରେ । ଅଟକି ରହିଥିବା ଧନ ବି ପ୍ରାପ୍ତ ହେବ। 

 

7/12

ତୁଳା ରାଶି- ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମ ସ୍ଥାନରେ ପ୍ରଶଂସିତ, ସଫଳତା ଓ ନୂତନ ସୁବିଧା ସୁଯୋଗ ହାସଲ କରିବେ। ମୂଲ୍ୟବାନ ଧାତୁ, ଭୂମି କିମ୍ବା ଯାନବାହନ କ୍ରୟ କରିପାରନ୍ତି । ମହିଳାମାନେ ଅତିଥି ସତ୍କାର କରିବେ। ଦିନଟି ଭଲରେ ଅତିବାହିତ ହେବ ।

 

8/12

ବିଛା ରାଶି- କର୍ମ ପ୍ରତି ଆଗ୍ରହ, ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବା ସହ ଆଶାତୀତ ସଫଳତା ପାଇବେ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସାମାନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ । କୋର୍ଟ କଚେରୀ ମାମଲାକୁ ନେଇ ଚିନ୍ତିତ ରହିପାରନ୍ତି ।

 

9/12

ଧନୁ ରାଶି- ଦିନଟି ଭଲରେ କଟିଲେ ମଧ୍ଯ ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଖରାପ ହୋଯାଇପାରେ । ଅର୍ଥକୁ ନେଇ ବିବାଦ ଓ ପରିବାରରେ ଅଶାନ୍ତି ଦେଖାଦେଇପାରେ । ମହିଳାମାନେ ବଦଖର୍ଚ୍ଚି ହେବେ । ସ୍ତ୍ରୀଙ୍କ ସହଯୋଗ ମିଳିବ । ପିତାମାତାଙ୍କ ସହ ସୁସମ୍ପର୍କ ରହିବ ।

 

10/12

ମକର ରାଶି- ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମ କ୍ଷେତ୍ରରେ ବାଧା ବିଘ୍ନ ଉପୁଜିବ । ବିଦ୍ୟାର୍ଥୀ ମାନେ ପ୍ରଶଂସିତ ହେବେ । ମହିଳାମାନେ ପରିବାରରେ ଆଦର ପାଇବେ ।

 

11/12

କୁମ୍ଭ ରାଶି- ଦୀର୍ଘ ଦିନରୁ ଅଟକିଥିବା କାର୍ଯ୍ୟ ପୂରଣ ହେବ । ବ୍ୟବସାୟରେ ଆୟ ବୃଦ୍ଧି ସହ ବ୍ୟୟ ଭାର କମ୍‌ ରହିବ। ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ । ପରିବାରରେ ସୁଖଶାନ୍ତି ରହିବ ।

12/12

ମୀନ ରାଶି- ଆକସ୍ମିକ ଧନଲାଭ ଓ କୌଣସି ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିବା ଲାଗି ଯୋଜନା କରିବେ । ପରିବାରରେ ଅଶାନ୍ତି ଯୋଗୁଁ ମନ ଭଲ ରହିବ ନାହିଁ । ଗାଡ଼ି ଚଳାଇବା ସମୟରେ ସାବଧାନ ରୁହନ୍ତୁ । ବିଶେଷ କରି ଦୂର ଯାତ୍ରା କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link