Horoscope Today 20 July 2023: ୨ ରାଶିଙ୍କ ପାଇଁ ବଢିପାରେ ଅଡୁଆ! ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Today Horoscope: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ,ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...

Thu, 20 Jul 2023-6:43 am,
1/12

ମେଷ ରାଶି: ରୁଚିପୂର୍ଣ୍ଣ ବ୍ୟବହାର ଯୋଗୁଁ ପ୍ରଶଂସିତ ହେବେ। ଆକସ୍ମିକ୍ ଅର୍ଥ ବ୍ୟୟ ହେବା ନେଇ ଯୋଗ ରହିଛି । ସାଂଗଠନିକ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ଯୋଗୁଁ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ଶ୍ରଦ୍ଧା ଭାଜନ କରିବେ। କ୍ୟାରିୟରରେ ଅଗ୍ରଗତି ନେଇ ନୂତନ ସୁଯୋଗ ମିଳିବ । ପୁରୁଣା ମକଦ୍ଦମାରେ ସଫଳତା ମିିଳିବ। ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିପାରେ ।

2/12

ବୃଷ ରାଶି: ପାରିବାରିକ ଜୀବନରେ ସୁଖ ଓ ଶାନ୍ତି ବଜାଇ ରହିବ। ଆକସ୍ମିକ ଅର୍ଥ ଲାଭ ହୋଇପାର। ସମାଜରେ ମାନ ସମ୍ମାନରେ ବୃଦ୍ଧି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଅନୁକୂଳ ରହିବ। କୋର୍ଟ କଚେରୀ ମାମଲାରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ ।

3/12

ମିଥୁନ ରାଶି: କାର୍ଯ୍ୟବ୍ୟସ୍ତତା ଯୋଗୁଁ କୌଣସି କାମ ଠିକ୍‌ ସମୟରେ କରିପାରିବେ ନାହିଁ। କର୍ମକ୍ଷେତ୍ରରେ ପଦୋନ୍ନତି ନେଇ ଯୋଗ ରହିଛି। ଆପଣଙ୍କ ବ୍ୟସ୍ତତାକୁ ହୃଦୟଙ୍ଗମ କରି କୌଣସି ବନ୍ଧୁ ଅଥବା ପାଖ ପଡୋଶୀମାନେ ସହଯୋଗର ହାତ ବଢାଇପାରନ୍ତି । ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହୋଇପାରେ ।

4/12

କର୍କଟ ରାଶି: ବ୍ୟବସାୟରେ ସଫଳତା ମିଳିବା ସହ ବ୍ୟାପାରରେ ବୃଦ୍ଧି ହେବ । ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଜୀବନସାଥୀଙ୍କ ସହ ମତଭେଦ ଦେଖାଦେଇପାରେ । ସ୍ବାସ୍ଥ୍ୟ ଭଲ ରହିବ । ପରିବାର ଲୋକଙ୍କ ସହଯୋଗ ମିଳିବ ।

5/12

ସିଂହ ରାଶି: ଚାକିରୀରେ ପଦ ମର୍ଯ୍ୟାଦା ପ୍ରାପ୍ତି ହୋଇପାରେ । ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ। ପାରିବାରିକ ସମସ୍ୟାର ସମାଧାନ ହେବା ସହ ଜମିଜମା ବିବାଦରେ ବିଜୟୀ ହେବେ।

6/12

କନ୍ୟା ରାଶି: ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ପାଇବ । ଧନ ସଂଚୟ ପାଇଁ ଦିନଟି ବେଶ ଉତ୍ତମ ରହିବ । ବ୍ୟବସାୟିକ ସଫଳତା ଓ କଳା, ସାହିତ୍ୟରେ ପ୍ରଶଂସିତ ହେବେ। ଦୀର୍ଘ ଦିନରୁ ରହି ଆସିଥିବା ବିବାଦୀୟ ଘଟଣାର ଅବସାନ ଘଟିବ। ଅଭାବ ନଥିଲେ ମଧ୍ୟ ଛୋଟ ଛୋଟ କଥାକୁ କେନ୍ଦ୍ର କରି ପରିବାରରେ ଝଡ଼ ଉଠିବ।

7/12

ତୁଳା ରାଶି: ବ୍ୟୟ ବହୁଳତା ମଧ୍ୟରେ କାର୍ଯ୍ୟ ସିଦ୍ଧି ହେବ। ବନ୍ଧୁଙ୍କ ସହଯୋଗ ଓ ହିତୈଷୀଙ୍କ ପରାମର୍ଶ ପାଇ ଖୁସୀ ହେବେ। ହଠାତ୍ ଦୂରସ୍ଥାନକୁ ଭ୍ରମଣ କରିବାକୁ ପଡ଼ିପାରେ। ଉଦ୍ୟୋଗ, ନୂତନ ପ୍ରକଳ୍ପ କିମ୍ବା ବ୍ୟବସାୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ। କୌଣସି ବ୍ୟକ୍ତିଙ୍କ ସହ ଉଚ୍ଚବାଚ୍ଚ ଘଟିବାର ଆଶଙ୍କା ରହିଛି।

8/12

ବିଛା ରାଶି: ଆଜି ଦିନଟି ନୂତନ କାର୍ଯ୍ୟାରମ୍ଭ ଲାଗି ଅତ୍ୟନ୍ତ ଶୁଭ ଅଟେ । ସଭାସମିତି ଓ ବନ୍ଧୁଙ୍କ ସହ ଆଲୋଚନା ସକାରାମତ୍କ ରହିବ। ଅନୁଷ୍ଠାନିକ କାମ, ଯାନ୍ତ୍ରିକ୍ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ ନାହିଁ। ସହଯୋଗ କରିବାକୁ କଥା ଦେଇଥିବା ବନ୍ଧୁ ଓଲଟା କଥା କହି ଯୁକ୍ତି ତର୍କର ଆଶ୍ରୟ ନେଇପାରନ୍ତି।

9/12

ଧନୁ ରାଶି: ଆଜି ଉଚ୍ଚ ପଦସ୍ଥବ୍ୟକ୍ତିଙ୍କ ସହଯୋଗ ପାଇ ଖୁସି ହେବେ। ପ୍ରଶାସନିକ ସ୍ତରରେ ବିଭିନ୍ନ ଯୋଜନା ସହ ଦୂରଯାତ୍ରାର ସୁଯୋଗ ଲାଭ କରି ଖୁସି ହେବେ। ଜମିଜମା କାରବାରରେ ସଫଳତା ମିଳିବ। ବ୍ୟବସାୟରେ କ୍ଷତି ହୋଇପାରେ ।

10/12

ମକର ରାଶି: ଆଜି ମନୋବଳ ଦୃଢ଼ ରହିବ କିନ୍ତୁ କିଛି ବ୍ୟକ୍ତିଗତ ସମସ୍ୟା ଆପଣଙ୍କୁ ଚିନ୍ତାରେ ପକାଇପାରେ । ରାଜନୀତି ସହ ଜଡ଼ିତ ଥିବା ବ୍ୟକ୍ତିଙ୍କୁ ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ । ପ୍ରେମୀଙ୍କ ଲାଗି ଦିନଟି ଭଲ ରହିବ ।

11/12

କୁମ୍ଭ ରାଶି: କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଲାଭ ହେବ। ପରିବାରରେ ବିବାଦ ଦେଖାଦେଲେ ମଧ୍ଯ ଏହାର ସମାଧାନ ବାଟ ବାହାରିବ । ଦୀର୍ଘ ଦିନର ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ମାନସିକ କ୍ଳାନ୍ତ ଅନୁଭବ କରିବେ ।

12/12

ମୀନ ରାଶି: ଘରେ ଲାଗି ରହିଥିବା ଅଶାନ୍ତି ହିଁ ଚ଼ିନ୍ତାର କାରଣ ହେବ । ଦିନଟି କାର୍ଯ୍ୟ ବ୍ୟସ୍ତତା ମଧ୍ଯରେ କଟିବ। ଚାକିରି କରୁଥିବା ବ୍ୟକ୍ତିଙ୍କୁ ପଦୋନ୍ନତି ମିଳିପାରେ । ପିଲା ଦିନର ବନ୍ଧୁଙ୍କ ସହ ସାକ୍ଷାତ କରି ଖୁସି ହେବେ । ବୈବାହିକ ଜୀବନ ସୁଖମୟ ହେବ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link