Today Horoscope: ଆୟ ବୃଦ୍ଧି ସହ ଦୂରଯାତ୍ରାରୁ ମିଳିବ ଲାଭ! ଜାଣନ୍ତୁ ଆଜି କମିତି କଟିବ ଆପଣଙ୍କ ଦିନ

Today Horoscope: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....

ଜୀ ଓଡ଼ିଶା ଡେସ୍କ Sat, 13 Jan 2024-5:50 am,
1/12

ମେଷ ରାଶି: କୌଣସି ବନ୍ଧୁ ସ୍ବତଃପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବେ। ପରିବାର ଲୋକଙ୍କ ସହଯୋଗ ମିଳିବ । ମନ ପ୍ରସନ୍ନ ରହିବ । ଦୀର୍ଘ ଦିନରୁ ଅଟକି ଥିବା କାମ ସଂପୂର୍ଣ୍ଣ ହେବ । ଉତ୍ସାହର ସହ ସମସ୍ତ କାର୍ଯ୍ୟ ତୁଳାଇବେ । କୋର୍ଟ କଚେରୀ ମକଦ୍ଦମା ଆପଣଙ୍କ ସପକ୍ଷରେ ଯିବ । ଘରେ କୌଣସି ଶୁଭ କାର୍ଯ୍ୟ ହେବା ନେଇ ଯୋଗ ରହିଛି ।

2/12

ବୃଷ ରାଶି: ଆଜି ଦିନ ତମାମ ମନ ପ୍ରସନ୍ନ ରହିବ । ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ଚକ୍ଷୁରେ ଯନ୍ତ୍ରଣା ଅନୁଭବ କରିବେ। ଚାକିରି କ୍ଷେତ୍ରରେ ଉଚ୍ଚଅଧିକାରୀଙ୍କ ପ୍ରିୟଭାଜନ ହେବେ । କୌଣସି ଆତ୍ମୀୟଙ୍କ ଅସହଯୋଗ ଯୋଗୁଁ କ୍ଷୁବ୍ଧ ହୋଇପାରନ୍ତି। ଅର୍ଥହାନୀ ନେଇ ଯୋଗ ଥିବାରୁ, ସାବଧାନ ରୁହନ୍ତୁ ।

3/12

ମିଥୁନ ରାଶି: ଉଚ୍ଚ ଆଶା ଫଳବତୀ ହେବ । ରୋଜଗାର ଆଶନୁରୂପ ହେବ । ଲୋକପ୍ରିୟତା ଅର୍ଜନ କରିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ହେବ । ସାଙ୍ଗଠନିକ ସ୍ତରରେ ନେତୃତ୍ୱ ନେଇ କିମ୍ବା ପ୍ରଶାସନିକ ସ୍ତରରେ ଦକ୍ଷତାଭିତ୍ତିକ ପ୍ରଶଂସନୀୟ କାମ କରିବେ। ବ୍ୟବସାୟରେ ଲାଭ ମିଳିବ ।

4/12

କର୍କଟ ରାଶି: ଅସୁସ୍ଥା ଯୋଗୁଁ କୌଣସି କାର୍ଯ୍ୟ ସଠିକ୍ ଭାବେ ତୁଳାଇପାରିବେ ନାହିଁ । ଧାର କରଜ କରିପାରନ୍ତି । ଶତ୍ରୁ ବୃଦ୍ଧି ପାଇବେ । ପୂର୍ବ ବିବାଦ ଜଟିଳତା ଆଡକୁ ଅଗ୍ରସର ହେବ । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ । 

5/12

ସିଂହ ରାଶି: ବ୍ୟବସାୟ ଲାଭଜନକ ହେବ । ପରିଶ୍ରମର ମୂଲ୍ୟ ମିଳିବ । ମନ ପ୍ରସନ୍ନ ରହିବ । ଥଣ୍ଡା-କଫ ଜନିତ ପୀଡା ଅନୁଭବ କରିବେ । ଦୂରସ୍ଥାନକୁ ଯାତ୍ରା ସମୟରେ ସତର୍କ ରୁହନ୍ତୁ । ପିତାମାତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଯୋଗୁଁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ।

 

6/12

କନ୍ୟା ରାଶି: ବ୍ୟବସାୟରେ ଅର୍ଥ ବିନିଯୋଗ କରି ପ୍ରଚୁର ଧନ ଅର୍ଜନ କରିବେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ପାଇବେ । ସର୍ବସୁଖ ଲାଭ କରିପାରନ୍ତି । ଅପରାହ୍ନରେ ଜମିଜମାକୁ କେନ୍ଦ୍ରକରି ବିବାଦ ଦେଖାଦେଇପାରେ।

7/12

ତୁଳା ରାଶି: କାର୍ଯ୍ୟକ୍ଷେତ୍ର ଶୃଙ୍ଖଳିତ ରହିବ ନାହିଁ। ଆଶା କରୁଥିବା ଅର୍ଥ ପାଇବା ସହଜ ହେବ ନାହିଁ, ବରଂ ଖର୍ଚ୍ଚାନ୍ତ ହୋଇ ମନସ୍ତାପ କରିପାରନ୍ତି। ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରର ଘଟଣା ଗୁଡ଼ାକ ଅସାଧାରଣ ମନେ ହେବ। ପରିବାରରେ ନିଜ ଜିଦ୍‌ରେ ଅଟଳ ରହି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି।

8/12

ବିଛା ରାଶି: କର୍ମକ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟ ଲାଭବାନ ହେବେ। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି । ସାହିତ୍ୟ, ଚିତ୍ରକଳା, ଲେଖାପଢ଼ା ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଗୃହ, ଭୂମି ଓ ଗାଡ଼ିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିବ।

9/12

ଧନୁ ରାଶି: ନୂତନ ଜମି କ୍ରୟ ସହ ଆକସ୍ମିକ୍ ଧନ ଲାଭ ନେଇ ଯୋଗ ରହିଛି । ବ୍ୟବସାୟରେ ଲାଭ ହେବ । ଭାବିଚିନ୍ତି କାମ କରନ୍ତୁ, ନଚେତ୍ ଅସୁବିଧାରେ ପଡ଼ିପାରନ୍ତି ।

10/12

ମକର ରାଶି: ସାମୂହିକ କାର୍ଯ୍ୟରେ ଆଗେଇବେ । ସମ୍ମାନିତ ହେବେ । ମନ ପ୍ରସନ୍ନ ରହିବ । ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି । ମଧୁରଭାଷା ବ୍ୟବହାର କରି ଅନୁସରଣକାରୀଙ୍କୁ ଉତ୍ସାହିତ କରିବେ । ସାନ ଭାଇଙ୍କଠାରୁ ଆଦର ମିଳିବ ।

11/12

କୁମ୍ଭ ରାଶି: ଶାରିରୀକ ସୁସ୍ଥତା ଲାଭ କରିବେ । ଦାନ ଧର୍ମ ପ୍ରତି ମନ ବଳିବ । କାର୍ଯ୍ୟ କ୍ଷେତ୍ରରେ ଚାପ ରହିବ । ଆୟ ଉତ୍ତମ ହେବ । ବ୍ୟବସାୟ ଲାଭପ୍ରଦ ହେବ । ପାରିବାରିକ ସୁଖ ଶାନ୍ତି ବଜାୟ ରହିବ । ଅପରାହ୍ନରେ ଶୁଭ ସମାଚାର ଯୋଗୁଁ ମନ ପ୍ରସନ୍ନ ରହିବେ ।

12/12

ମୀନ ରାଶି: ଚିନ୍ତାଗ୍ରସ୍ତ ରହିବେ । ଆୟ ତୁଳନାରେ ବ୍ୟୟ ଅଧିକ ହେବ । ଶତ୍ରୁ ବୃଦ୍ଧି ପାଇବେ । ପୂର୍ବ ବିବାଦ ଜଟିଳତା ଆଡକୁ ଅଗ୍ରସର ହେବ । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ ।ସ୍ଥଗିତ ଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କ ଦ୍ବାରା ପୂରା ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link