Horoscope: ବ୍ୟବସାୟରେ କ୍ଷତି ସହ ଅପମାନ ଯୋଗ! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

Horoscope Today: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଏପ୍ରିଲ ୨୫ ହେଉଛି ମଙ୍ଗଳବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....

ଜୀ ଓଡ଼ିଶା ଡେସ୍କ Thu, 04 Jan 2024-5:50 am,
1/12

ମେଷ ରାଶି: ବ୍ୟାପାର ବାଣିଜ୍ୟରେ ଲାଭ ମିଳିବ। ମିତ୍ରମାନଙ୍କ ସହ ସାକ୍ଷାତ କରି ମନ ଭଲ ରହିବ। ଅବିବାହିତଙ୍କ ବିବାହ ସ୍ଥିର ହେବା ନେଇ ଯୋଗ ରହିଛି । ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ । ଅକସ୍ମାତ୍ ଧନ ପ୍ରାପ୍ତିର ଯୋଗ ରହିଛି । ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭଦାୟୀ ରହିବ । କର୍ମରେ ଉନ୍ନତି ଆସିବା ସହ ବାଧାବିଘ୍ନ ଦୂର ହେବ ।

2/12

ବୃଷ ରାଶି: ଆର୍ଥିକ୍ ଅବସ୍ଥାରେ ଉନ୍ନତି ଘଟିବ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ। କର୍ମ କ୍ଷେତ୍ରରେ ପଦୋନ୍ନତି । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ ନେଇ ଯୋଗ ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ମନୋନିବେଶ କରିବେ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିବ । ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ହେବ । ଆୟ ଅପେକ୍ଷା ବ୍ୟୟ କମ୍‌ ରହିବ । ଋଣମୁକ୍ତ ହୋଇପାରନ୍ତି । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।

3/12

ମିଥୁନ ରାଶି: ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତି ନେଇ ସମ୍ଭାବନା ରହିଛି । କର୍ମରେ ଆଗ୍ରହ ଓ ଆନ୍ତରିକତା ବୃଦ୍ଧି ପାଇବ । ପରିବାରର ସଦସ୍ୟଙ୍କ ସହଯୋଗ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଦୀର୍ଘ ଦିନରୁ ଭାବୁଟିବା କାର୍ଯ୍ୟଟି ଆଜି ପୂରଣ ହେବ । ସାମାଜିକ କାର୍ଯ୍ୟରେ ସଫଳତା ଓ ମାନ ସମ୍ମାନ ମିଳିବ। ସନ୍ତାନଙ୍କ ଚିନ୍ତାରେ ମାନସିକ ଅସ୍ଥିରତା ବୃଦ୍ଧି ପାଇବ ।

4/12

କର୍କଟ ରାଶି: ଆଳସ୍ୟ ଓ ଥକ୍କା ଅନୁଭବ କରିବେ। ଆଜି କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ବ୍ୟାପରରେ ବାଧା ଆସିପାରେ। ଦୂରଯାତ୍ରା ସଫଳ ହେବ। ନୂତନ ଜମି କିଣିବା ନେଇ ସୂତ୍ରପାତ ହୋଇପାରେ । ଜୀବନସାଥୀଙ୍କ ସହଯୋଗ ମିଳିବ । କର୍ମ ସଂସ୍ଥାନରେ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ବାପା ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାଗ୍ରସ୍ତ ରହିବେ ।

5/12

ସିଂହ ରାଶି: ପ୍ରିୟଜନଙ୍କ ସହ ମତାନ୍ତର ଯୋଗୁଁ ମନ ଭଲ ରହିବ ନାହିଁ । ଦୂରଯାତ୍ରା କରିପାରନ୍ତି । ଆଜି ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ରହିବ। ମନ ଅଶାନ୍ତ ରହିବ । ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ। ମହିଳାମାନେ ବିଷାଦଗ୍ରସ୍ତ ହେବେ ।

6/12

କନ୍ୟା ରାଶି: କର୍ମରେ ସଫଳତା ସହ ମହିଳା ସହକର୍ମୀଙ୍କ ସହଯୋଗ ମିଳିବ । ନୀଚ ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ନିକଟ ସମ୍ପର୍କୀୟ ମାନଙ୍କ ସାହାଯ୍ୟ ଦ୍ବାରା ପ୍ରତ୍ୟେକ କାମକୁ ନିର୍ବିଘ୍ନରେ ସମାପନ କରିବେ । ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ଧାର ଉଧାର କରିବାକୁ ପଡ଼ିପାରେ।

7/12

ତୁଳା ରାଶି: କର୍ମସ୍ଥାନରେ ବାଧାବିଘ୍ନ ଦୂର ହେବ । ସହକର୍ମୀଙ୍କ ସହଯୋଗରେ କର୍ମରେ ସଫଳତା ପାଇ ପ୍ରଶଂସା ପାଇବେ । ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ । ଶତ୍ରୁମାନେ ମିତ୍ର ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ପ୍ରଶଂସିତ ହେବେ । ଭାଇ-ଭଉଣୀମାନଙ୍କ ଠାରୁ ଆର୍ଥିକ ଲାଭ ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବ।

8/12

ବିଛା ରାଶି: ମନୋରଞ୍ଜନ ନେଇ ମନ ବଳିବ । କର୍ମକ୍ଷେତ୍ରରେ ଆଶାତୀତ ସଫଳତା ନପାଇ ମନ ଉଣା କରିବେ । ନୂତନ କର୍ମାରମ୍ଭ କିମ୍ବା ନିଯୁକ୍ତି ନେଇ ସମ୍ଭାବନା ରହିଛି । ପରିବାର ସଦସ୍ୟ ଓ ସହକର୍ମୀଙ୍କ ସହଯୋଗ ପାଇବେ। ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ । ମୂଲ୍ୟବାନ ପଦାର୍ଥ ନଷ୍ଟ ବା ହଜିପାରେ ।

9/12

ଧନୁ ରାଶି: ସ୍ଵାସ୍ଥ୍ୟ ବିଗିଡ଼ିବା ସହ ଏକାଗ୍ରତା କମ୍ ହୋଇପାରେ। ଧାର୍ମିକ କାର୍ଯ୍ୟ ପଛରେ ଧନ ଖର୍ଚ୍ଚ ହେବ। ପରିଜନମାନଙ୍କ ସହିତ ମତଭେଦ ହେବାର ଆଶଙ୍କା ଅଛି । ଯାତ୍ରା ସମୟରେ ସତର୍କ ରୁହନ୍ତୁ । କର୍ମ କ୍ଷେତ୍ରରେ ବାଧାବିଘ୍ନ ଓ ବିବାଦ ସୃଷ୍ଟି ହେବ । ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା କିମ୍ବା ମାଲିମକଦ୍ଦମାରେ ପଡ଼ିପାରନ୍ତି । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା ପ୍ରକାଶ କରିବେ ।

10/12

ମକର ରାଶି: ଆଜି ଚେଷ୍ଟାର ଫଳ ମିଳିବ। ପୁରୁଣା ବନ୍ଧୁ୍ଙ୍କ ସହ ସାକ୍ଷାତ କରି ଆନନ୍ଦିତ ହେବେ । ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲରେ କଟିବ। ଅର୍ଥ ସମ୍ବନ୍ଧୀୟ ସମସ୍ୟା ଦୂର ହେବ । ବ୍ୟକ୍ତିତ୍ୱର ଉନ୍ନତି ହେବ । ସାଙ୍ଗମାନଙ୍କ ସହ ଦୂରସ୍ଥାନକୁ ଭ୍ରମଣ ନେଇ ଯୋଜନା କରିପାରନ୍ତି ।

11/12

କୁମ୍ଭ ରାଶି: ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ରହିଛି । କର୍ମ ପ୍ରତି ଅନାଗ୍ରହ ହେତୁ ଅସଫଳ ରହିବେ । ସୃଜନାତ୍ମକ ଶକ୍ତିରେ ବୃଦ୍ଧି ହେବ। ବୈଚାରିକ ଦୃଢ଼ତା ଓ ମାନସିକ ସ୍ଥିରତା କାରଣରୁ କାର୍ଯ୍ୟରେ ସଫଳତା ମିଳିବ। ମହିଳାମାନେ ବଦଖର୍ଚ୍ଚି ହେବେ । ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ।

12/12

ମୀନ ରାଶି: ଆଜି ସୁଖାଦ୍ୟ ପ୍ରାପ୍ତି ହେବ। ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠା ଲାଭ କରିବେ । କର୍ମସ୍ଥାନରେ ପ୍ରଶଂସିତ ହେବେ । ଲକ୍ଷ୍ମୀଙ୍କର କୃପା ରହିବ । ମାନସିକ, ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଲାଭ କରିବେ । ମାନସିକ, ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଲାଭ କରିବେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link