Today Horoscope: ଅଯଥା ଖର୍ଚ୍ଚ ବଢିବା ସହ ସାବଧାନ୍ ରୁହନ୍ତୁ ଏହି ରାଶିର ଲୋକେ, ଜାଣନ୍ତୁ କେମିତି କଟିବ ଆଜିର ଦିନ?

Horoscope Today 22 October 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅକ୍ଟୋବର ୨୨ ହେଉଛି ରବିବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...

ଜୀ ଓଡ଼ିଶା ଡେସ୍କ Sun, 22 Oct 2023-5:50 am,
1/12

ମେଷ ରାଶି: ଆଜି ଦିନଟି ଶୁଭଫଳ ଦାୟୀ ଅଟେ । ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ । ଦିନ ତମାମ ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ଆନନ୍ଦ ପୂର୍ବକ ଭାବେ ସମୟ ବିତିବ। ବୈବାହିକ ଜୀବନରେ ମଧୁରତା ବଢିବ । 

2/12

ବୃଷ ରାଶି: କମ୍ ସମୟରେ ଅଧିକ ଲାଭ ପାଇବାର ଆଶା ଯୋଗୁଁ  ଅସୁବିଧାରେ ପଡ଼ିପାରନ୍ତି । ଆଜି ଭାବିଚିନ୍ତି  କାର୍ଯ୍ୟ କରନ୍ତୁ। କୋର୍ଟ-କଚେରୀ ମାମଲାଠାରୁ ଦୂରେଇ ରୁହନ୍ତୁ। ପରିବାରରେ ସୁଖ-ଶାନ୍ତି ଲାଗି ରହିବ। ନୂଆ କାର୍ଯ୍ୟ ଆରମ୍ଭ ନେଇ ଆଜିର ଦିନଟି ଶୁଭ ରହିବ। ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି। ଖାସ୍ କରି ଆଜିର ଦିନରେ ଆପଣ ନୂଆ ଗାଡି କିମ୍ବା ଘର କିଣି ପାରନ୍ତି।

 

3/12

ମିଥୁନ ରାଶି: ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ପାଇଁ ଖୁସି ହେବେ। ପିଲାଦିନର ମିତ୍ରଙ୍କ ସହ ସାକ୍ଷାତ କରି ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ରହିଛି। ବ୍ୟବସାୟ ଓ ଆର୍ଥିକ ରୂପରେ ଲାଭବାନ ହେବେ। ପାରିବାର ସଦସ୍ୟଙ୍କ ଯୋଗୁଁ ସାମାନ୍ୟ ଚିନ୍ତାରେ ରହିପାରନ୍ତି ।

 

4/12

କର୍କଟ ରାଶି: ଆଜିର ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ। ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। ପିତା ଓ ଗୁରୁଜନଙ୍କ ଆଶୀର୍ବାଦ ଲାଭ ହେବ। ଦୂରସ୍ଥାନକୁ ଭ୍ରମଣ କରିବା ନେଇ ଯୋଗ ରହିଛି ।

 

5/12

ସିଂହ ରାଶି: ଅଧିକାରୀମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ବ୍ୟାପାରରେ ବାଧା ବିଘ୍ନ ଦେଖା ଦେଇପାରେ କିନ୍ତୁ ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ସ୍ଥିତି ଅନୁକୂଳ ରହିବ। ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ। ଦାମ୍ପତ୍ୟ ଜୀବନକୁ ନେଇ ସୁଖୀ ରହବେ ।

 

6/12

କନ୍ୟା ରାଶି: ଆଜି କ୍ରୋଧ ଓ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ ନହେଲେ ଅସୁବିଧାରେ ପଡ଼ିପାରନ୍ତି। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ସରକାର ବିରୋଧୀ ପ୍ରବୃତ୍ତି ଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ। ଈଷ୍ଟ ଦେବତାଙ୍କ ଶରଣରେ ସମସ୍ୟା ଗୁଡ଼ିକର ନିବାରଣ ହେବ।

 

7/12

ତୁଳା ରାଶି: ମିତ୍ରମାନଙ୍କ ସହ ବୁଲିବା, ଖାଇବା ପିଇବା ଓ ମନୋରଞ୍ଜନରେ ଦିନଟି ବିତିବ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ନଦେଲେ ଅସୁବିଧାରେ ପଡ଼ପାରନ୍ତି । କୌଣସି କାରଣରୁ ମନ ଭଲ ରହିବ ନାହିଁ । ପରିବାରେ ଲୋକଙ୍କ ସହ ବିବାଦ ହୋଇପାରେ । ଅଯଥା ଖର୍ଚ୍ଚ ବଢିବ। ଏବଂ ଦୂରଯାତ୍ରା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

 

8/12

ବିଛା ରାଶି: ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ସଫଳତାରେ କରିବେ। ଗୃହସ୍ଥ ଜୀବନରେ ସୁଖ ଓ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ଯୋଗୁଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ମିତ୍ରମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗ ରହିଛି।

9/12

ଧନୁ ରାଶି: ବିଦ୍ୟାର୍ଥୀ ମାନେ ଆଜି ବିଦ୍ୟାଭ୍ୟାସ ଓ କ୍ୟାରିୟର ସମ୍ବନ୍ଧିତ ବିଷୟ ଗୁଡ଼ିକରେ ସଫଳତା ପ୍ରାପ୍ତ କରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ। ଅଯଥା ବିବାହରୁ ଦୂରେଇ ରୁହନ୍ତୁ । ନୂତନ କାମ ଆରମ୍ଭ ଲାଗି ଦିନଟି ଶୁଭ ଅଟେ ।

 

10/12

ମକର ରାଶି: ପାରିବାରିକ ଜୀବନରେ ଶାନ୍ତି ବନାଇ ରଖିବା ପାଇଁ ଅଯଥା ବାଦ-ବିବାଦ କରନ୍ତୁ ନାହିଁ। ଧନ ଓ ପ୍ରତିଷ୍ଠା ଯେପରି ହାନୀ ନ ହେଉ, ଏଥିପ୍ରତି ଧ୍ୟାନ ଦିଅନ୍ତୁ। ମଧ୍ୟାହ୍ନ ପରେ ଭାବୁକତା ବଢ଼ିପାରେ। ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ। ଛାତ୍ରଛାତ୍ରଙ୍କ ଲାଗି ଦିନଟି ଶୁଭ ରହିଛି ।

 

11/12

କୁମ୍ଭ ରାଶି: ମିତ୍ରମାନଙ୍କ ସହିତ ସାକ୍ଷାତ କରିବେ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ। ପରିବାରରେ ସୁଖ ଶାନ୍ତି ଲାଗି ରହିବ । ପଦୋନ୍ନତି ନେଇ ଯୋଗ ରହିଛି । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ।

12/12

ମୀନ ରାଶି: ଆଜି ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଦ୍ୟ ପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୀର୍ଘ ଦିନରୁ ଭାବୁଥିବା କାର୍ଯ୍ୟ ପୂରଣ ହେବେ । ହଠାତ୍ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link