Horoscope Today Sep 13: ଜାଣନ୍ତୁ କେଉଁ ରାଶି ପାଇଁ କେମିତି କଟିବ ଆଜିର ଦିନ

Horoscope Today 13 Sept 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ସେପ୍ଟେମ୍ବର ୧୩ ହେଉଛି ବୁଧବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବାକୁ ପଡ଼ିବ...

ଜୀ ଓଡ଼ିଶା ଡେସ୍କ Wed, 13 Sep 2023-6:29 am,
1/12

ମେଷ ରାଶି: ମେଷ ରାଶିର ଜାତକଙ୍କ ପାଇଁ ଆଜି ଦିନଟି ଅନୁକୂଳ ରହିବ । କାର୍ଯ୍ୟସ୍ଥଳରେ ଆର୍ଥିକ ସଙ୍କଟକୁ ନେଇ ଯଦି କୌଣସି ଚିନ୍ତା ଲାଗିରହିଥିଲା ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ ଏହାର ସମାଧାନ ହୋଇଯିବ। ଆଜି କୌଣସି ବଡ଼ କାମ ଗ୍ରହଣ କରିବା ଉଚିତ୍ ନୁହେଁ, ନଚେତ୍  ଭୁଲ ନିଷ୍ପତ୍ତି ନେଇପାରନ୍ତି । ଅନ୍ୟମାନଙ୍କ ପାଇଁ ଆପଣ ବିପଦରେ ପଡ଼ିବେ। ଚାକିରୀ କ୍ଷେତ୍ରରେ ଭଲ ପଦବୀ ହାସଲ କରିବାକୁ କଠିନ ପରିଶ୍ରମ କରିବାକୁ ପଡିବ ।

2/12

ବୃଷ ରାଶି: ବୃଷ ରାଶିର ଲୋକଙ୍କ ପାଇଁ ମଧ୍ୟ ଦିନ ସ୍ୱାଭାବିକ ରହିବ । ପାରିବାରିକ କ୍ଷେତ୍ରରେ ସମ୍ପର୍କ ଖରାପ ହେବାର ସମ୍ଭାବନା ରହିଛି। କିଛି କ୍ଷେତ୍ରରେ ଉନ୍ନତି ପାଇପାରନ୍ତି । କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ମଧ୍ୟ ଦିନଟି ଭଲ ହେବ । ବ୍ୟବସାୟୀଙ୍କ ପାଇଁ ଦିନଟି ମିଶ୍ରିତ ରହିବ। ବିଦ୍ୟାର୍ଥୀ ମାନେ ନିଜ କ୍ୟାରିୟରରେ ସଫଳତା ପାଇବେ।

3/12

ମିଥୁନ ରାଶି: ମିଥୁନ ରାଶିର ଲୋକଙ୍କ ପାଇଁ ଆଜି ଦିନଟି ବହୁତ ଭଲ ରହିବ। ଯଦି ଅନେକ ଦିନ ଧରି ଆପଣଙ୍କ ପରିବାରରେ କୌଣସି ସମସ୍ୟା ଚାଲିଆସୁଛି, ତେବେ ଆଜି ସେହି ସମସ୍ୟାର ସମାଧାନ ହୋଇଯିବ। ଯେଉଁ କାରଣରୁ ଆପଣଙ୍କ ପରିବାରରେ ଶାନ୍ତିର ପରିବେଶ ରହିବ । ଛୋଟ ମୋଟ ବିବାଦରୁ ବଡ଼ ଝଗଡ଼ା ହେବାରୁ ନିବୃତ୍ତ ରୁହନ୍ତୁ । ଦାମ୍ପତ୍ୟ ଜୀବନରେ ସୁଖ ଭରିଯିବ।

4/12

କର୍କଟ ରାଶି: କର୍କଟ ରାଶିର ଲୋକଙ୍କ ପାଇଁ ଏକ ଶୁଭ ଦିନ। ଯେଉଁମାନେ ଚାକିରିରେ ଅଛନ୍ତି, ଆଜିର ଦିନରେ ସେମାନେ ନିଜ ଚାକିରିରେ କିଛି ବଡ ପଦୋନ୍ନତି ପାଇପାରନ୍ତି । ଆପଣଙ୍କ ବରିଷ୍ଠ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ, ଯେଉଁଥିପାଇଁ ଆପଣଙ୍କୁ ସାଲାରି କିମ୍ବା ପଦୋନ୍ନତି ମିଳିପାରେ। ସର୍ବସାଧାରଣରେ ପ୍ରଶଂସିତ ହେବେ । ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି।

5/12

ସିଂହ ରାଶି: ସିଂହ ରାଶିର ଲୋକଙ୍କ ପାଇଁ ଆଜି ଦିନଟି ବେଶ ବିଚଳିତ ରହିବ। ମନ ଅଶାନ୍ତି ରହିବା ସହ ମନ ବହୁତ ବିବ୍ରତ ହେବ । ମାନସିକ ଶାନ୍ତି ପାଇଁ, ଆପଣ ନିଜ ଘରେ ଏକ ପ୍ରକାର ହୋମ, ଯଜ୍ଞ କିମ୍ବା କୀର୍ତ୍ତନର ଆୟୋଜନ କରିପାରିବେ। ଆଜି କିଛିଟା ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହୋଇପାରେ । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ। ଛାତ୍ରଛାତ୍ରୀ ମାନେ ପଢା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ।

6/12

କନ୍ୟା ରାଶି: କନ୍ୟା ରାଶିର ଲୋକଙ୍କ ପାଇଁ ଆଜି ଦିନଟି ଭଲ ରହିବ। ବ୍ୟବସାୟୀ ମାନେ ବହୁତ ଲାଭବାନ ହେବେ। କାର୍ଯ୍ୟରତ ଲୋକଙ୍କ ପାଇଁ ଏହା ଏକ ସତର୍କ ଦିନ ହେବ । ଅଫିସରେ କୌଣସି କାର୍ଯ୍ୟକୁ ଅସମ୍ପୂର୍ଣ୍ଣ ଛାଡନ୍ତୁ ନାହିଁ, ନଚେତ୍ ବରିଷ୍ଠ କ୍ରୋଧାନ୍ୱିତ ହୋଇପାରନ୍ତି। ପାରିବାରିକ ଜୀବନରେ ଅଶାନ୍ତି ବାତାବରଣ ଦେଖାଦେବ । ପ୍ରେମ ସମ୍ପର୍କରେ ଥିବା ଦମ୍ପତିଙ୍କ ପାଇଁ ଆଜି ଦିନଟି ଭଲରେ କଟିବ।

7/12

ତୂଳା ରାଶି: ଆଜି ଦିନଟି ତୂଳା ରାଶିଙ୍କ ପାଇଁ ବେଶ ବ୍ୟସ୍ତବିବ୍ରତ ରହିବ। କଠିନ ପରିଶ୍ରମ ପରେ ଆପଣଙ୍କୁ କିଛିଟା କ୍ଷେତ୍ରରେ ସଫଳତା ମିଳିବ।କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ମଧ୍ୟ ଦିନଟି ଭଲ ହେବ। ଅଫିସରେ ସହକର୍ମୀମାନଙ୍କ ସହଯୋଗ ମିଳିବ। ଅଯଥା ଯୁକ୍ତିରୁ ଦୂରେଇ ରୁହନ୍ତୁ । ଦାମ୍ପତ୍ୟ ଜୀବନରେ ଆଶାନ୍ତି ଦେଖାଦେବ ।ଦୂରଯାତ୍ରା ସଫଳ ହେବ।

8/12

ବିଛା ରାଶି: ଦିନଟି ଆପଣଙ୍କ ପାଇଁ ସବୁଦୃଷ୍ଟିରୁ ଶୁଭ ଫଳ ଦେବ। କାର୍ଯ୍ୟରତ ଲୋକଙ୍କ ପାଇଁ ଆଜି ଦିନଟି ଭଲ ରହିବ। ଅଫିସରେ ଥିବା ସହଯୋଗୀଙ୍କ ଠାରୁ ଆପଣ ସମର୍ଥନ ପାଇପାରନ୍ତି । ବ୍ୟବସାୟୀ ମାନେ ବ୍ୟବସାୟ କ୍ଷେତ୍ରରେ ସଫଳତା ପାଇବେ । ଦୂରଯାତ୍ରା ଆଜି କରନ୍ତୁ ନାହିଁ।

9/12

ଧନୁ ରାଶି: ଧନୁ ରାଶି ଲୋକଙ୍କ ପାଇଁ ଦିନଟି ଭଲ ରହିବ। ଆପଣଙ୍କ ଭାଗ୍ୟ ଆଜି ଆପଣଙ୍କ ସାଥୀରେ ରହିବ। ଅର୍ଥର ଅଭାବ ଦେଖାଦେବ ନାହିଁ । ଆର୍ଥିକ ଦିଗ ବହୁତ ଶକ୍ତିଶାଳୀ ହେବ । ସେୟାର ବଜାରରେ ବିନିଯୋଗ କରିବାରେ ଆଜି ହେଉଛି ଶୁଭଦିନ। ଚାକିରୀ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଅଶୁଭ ରହିବ। କାର୍ଯ୍ୟସ୍ଥଳରେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତି ନଚେତ୍ ଦିନଟି ଖରାପ ଯିବ।

10/12

ମକର ରାଶି: ମକର ରାଶିର ଲୋକଙ୍କ ପାଇଁ ଦିନଟି ବହୁତ ଉତ୍ସାହ ଆଣିବ । ହେଲେ ପରିବାରରେ ମତଭେଦ ସୃଷ୍ଟି ହୋଇପାରେ, ଯାହା ମାନସିକ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ସାଙ୍ଗ ମାନଙ୍କ ମଧ୍ୟରେ ମତାନ୍ତର ଦେଖାଦେଇପାରେ । ତେଣୁ କରି କଥାବାର୍ତ୍ତା ସମୟରେ ସଯଂତ ହୋଇଯାଆନ୍ତୁ। ଦୂରଯାତ୍ରା ସଫଳ ସହ କିଛି ନୂତନ କାମର ଆରମ୍ଭ କରିପାରନ୍ତି ।

11/12

କୁମ୍ଭ ରାଶି: କୁମ୍ଭ ରାଶିର ଲୋକଙ୍କ ପାଇଁ ଆଜି ଦିନଟି ଶୁଭରେ କଟିବ। କାର୍ଯ୍ୟ କ୍ଷେତ୍ରରେ କିଛି ବଡ଼ ଲାଭ ପାଇପାରନ୍ତି। ମନରେ ଧାର୍ମିକ ଭାବନା ଜାଗ୍ରତ ହେବ। ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ମଧ୍ୟ ଏହି ଦିନଟି ଭଲ । ବ୍ୟବସାୟରେ କିଛି ବଡ ଲାଭ ପାଇପାରନ୍ତି, ଆର୍ଥିକ ସ୍ଥିତିରେ ସୁଧାର ଆସିବ। ରାସ୍ତାରେ ଯିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

12/12

ମୀନ ରାଶି: ମୀନ ରାଶିଙ୍କ ପାଇଁ ଦିନଟି ଶୁଭ ରହିବ। ଆଜି ଦିନଟି ମହିଳାମାନଙ୍କ ପାଇଁ ଟିକିଏ ଚାପଗ୍ରସ୍ତ ରହିବ। ସମ୍ପତ୍ତି ସହିତ ଜଡିତ କିଛି ବିଷୟରେ ଆପଣ ଟିକେ ଚିନ୍ତିତ ହୋଇପାରନ୍ତି ।  ମନକୁ ଶାନ୍ତ ରଖିବା ବାୟାମ ସହ ମନ୍ଦିର ବି ଯାଆନ୍ତୁ। ଶତ୍ରୁମାନଙ୍କଠାରୁ ଦୂରେଇ ରୁହନ୍ତୁ। ଦିନଟି ଶୁଭ ଫଳ ଦେବା ସହ ସମୟର ସଦୁପୋଯୋଗ କରନ୍ତୁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link