Turmeric Remedies For Vastu: ହଳଦୀର ଏପରି ବ୍ୟବହାର ଆପଣଙ୍କୁ କରିଦେବ କାଙ୍ଗାଳ, ଜାଣନ୍ତୁ ଉପଚାର

Turmeric Remedies For Vastu: ଭାରତରେ ପ୍ରତିଟି ଘରେ ହଳଦୀର ବ୍ୟବହାର କରାଯାଏ । ପ୍ରତିଟି ଶୁଭ କାମରେ ହଳଦୀର ବ୍ୟବହାର ଘରେ ଘରେ ରହିଥାଏ। କେବଳ ବାସ୍ତୁ ନୁହେଁ ଆୟୁର୍ବେଦିକ ଚିକିତ୍ସାରେ ଖାସ୍ କରି ହଳଦୀର ବିଶେଷ ରୂପେ ବ୍ୟବହାର କରାଯାଉଛି। ଅନେକ ରୋଗକୁ ଭଲ କରିବାରେ ସକ୍ଷମ ହୋଇଥାଏ ହଳଦୀ । ଖାସ୍ କରି ଚର୍ମରୋଗ ସମୟରେ ହଳଦୀର ବ୍ୟବହାର ବହୁତ ଲାଭଦାୟକ ହୋଇଥାଏ। ସେହିପରି ବିବାହ ସମୟରେ ପୁଅ ଓ ଝିଅ ହଳଦୀ ଲଗାଇ ଗାଧୋଇଥାନ୍ତି କାରଣ ଏହା ଶୁଭ ହୋଇଥାଏ। ହେଲେ ହଳଦୀର କିଛିଟା ବ୍ୟବହାରକୁ ସଠିକ୍ ଭାବେ ନକଲେ ଆପଣ କ୍ଷତି ସହିବେ।

Fri, 23 Jun 2023-8:03 pm,
1/5

ଆପଣଙ୍କୁ କହିରଖୁଛୁ ଯେ, ବାସ୍ତୁଶାସ୍ତ୍ର ଅନୁସାରେ ହଳଦୀ ବହୁତ ଉପଯୋଗୀ ହୋଇଥାଏ। ଏହାର ବ୍ୟବହାରରେ ବାସ୍ତୁ ଦୋଷ ଦୂର ହୋଇଥାଏ। ଆଉ ଘରେ  ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। 

2/5

ହଳଦୀର ବ୍ୟବହାର ଘରେ ଥିବା ଆର୍ଥିକ ସମସ୍ୟାକୁ ଦୂରେଇ ଥାଏ। ଯଦି ତଳେ ହଳଦୀ ପଡ଼ିଯାଏ ତେବେ ଏହା ଉପରେ ଗୋଡ଼ ରଖନ୍ତୁ ନାହିଁ। ଏହାକୁ ପାଣି ପକାଇ ସଫା କରନ୍ତୁ ନଚେତ୍ କପଡ଼ାରେ ପୋଛି ଦିଅନ୍ତୁ । 

3/5

ଶାସ୍ତ୍ର ଅନୁସାରେ ଭଗବାନ ବିଷ୍ଣୁଙ୍କ ଅତି ପ୍ରିୟ ହଳଦୀ । ଗୁରୁବାର ଦନ ହଳଦୀ ସହ ଜଡ଼ିତ ଉପାୟ କଲେ ଘରେ ଥିବା ଆର୍ଥିକ ସମସ୍ୟା ଦୂରେଇଯାଏ। ଯଦି ଟଙ୍କା କେଉଁଠି ଅଟକି ରହିଛି ତେବେ ହଳଦୀ ସହ ଚାଉଳକୁ ମିଶାଇ ନିଜ ପର୍ସରେ କିମ୍ବା ଟ୍ରେଜେରୀରେ ରଖିଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

4/5

ପୂଜା ଓ ରୋଷେଇ ଘର ପାଇଁ ହଳଦୀ ଅଲଗା କରି ରଖିବା ଉଚିତ୍ । କାରଣ ରୋଷେଇ ହଳଦୀ କୌଣସି ପୂଜା କାର୍ଯ୍ୟରେ ଲଗାଇଲେ ଏହା ଅଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। 

5/5

ବହୁତ ଟଙ୍କା ରୋଜଗାର କରି ମଧ୍ୟ ଯଦି ପାଖରେ ପଇସା ରହୁନି ତେବେ ଏକ ନାଲି କପଡାରେ ହଳଦୀକୁ ରଖି ଗଣ୍ଠି ମାରି ଟ୍ରେଜେରୀରେ ରଖିଦିଅନ୍ତୁ । ଏହାକରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ।

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। ଯଦି କୌଣସି ଟିପ୍ସକୁ ଆପଣେଇବା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link