WMO Report 2023: ସାବଧାନ! ସହର ମୁହାଁ ହେଉଛି ସମୁଦ୍ର, ମାଡ଼ି ଆସୁଛି ବଡ଼ ବିପଦ

UN WMO Report: ସମଗ୍ର ବିଶ୍ୱରେ ଜଳ ପତ୍ତନ ବଢିବାକୁ ନେଇ ମିଳିତ ଜାତିସଂଘ ଅଧିନସ୍ଥ ବିଶ୍ୱ ପାଣିପାଗ ବିଭାଗ ଏକ ରିପୋର୍ଟ ପ୍ରକାଶ କରିଛି। ଯାହା ଭବିଷ୍ୟତରେ ସୃଷ୍ଟି ହେବାକୁ ଯାଉଥିବା ସମସ୍ୟା ବାବଦରେ ଆଗୁଆ ଜଣାଇ ଦେଇଛି।

Wed, 15 Feb 2023-8:41 pm,
1/5

ମିଳିତ ଜାତିସଂଘ ଅଧିନସ୍ଥ ବିଶ୍ୱ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ସମୁଦ୍ର ପତ୍ତନ ବଢିବା କାରଣରୁ ସମୁଦ୍ର ଠାରୁ ନିମ୍ନ ଭାଗରେ ରହିଥିବା ବିଭିନ୍ନ ଦ୍ୱୀପ ଲାଗି ବିପଦ ମାଡ଼ି ଆସୁଛି। ଅନ୍ୟପଟେ ସମୁଦ୍ର ପତ୍ତନ ବଢିବା ଫଳରେ  ଭାରତ, ଚୀନ୍, ନେଦରଲ୍ୟାଣ୍ଡ ଏବଂ ବାଂଲାଦେଶ ଭଳି ଦେଶ ପାଇଁ ଏକ ବଡ଼ ବିପଦ ମଧ୍ୟ ରହିଛି। କାରଣ ଏହି ଦେଶର ଜନସଂଖ୍ୟାର ଏକ ବଡ଼ ଉପକୂଳରେ ବସବାସ କରିଥାଏ।

 

2/5

ବିଶ୍ୱ ପାଣିପାଗ ବିଭାଗ ରିପୋର୍ଟ ଅନୁସାରେ ମୁମ୍ବାଇ, ସାଂଘାଇ, ଢାକା, ବ୍ୟାଙ୍କକ୍, ଜାକର୍ତ୍ତା, ମାପୁଟୋ, ଲାଗୋସ୍, କାଇରୋ, ଲଣ୍ଡନ୍, କୋପେନହେଗନ, ନ୍ୟୁୟର୍କ, ଲସ୍ ଏଞ୍ଜେଲସ୍, ବୁଏନ୍ସ୍ ଆୟର୍ସ୍ ଏବଂ ସାଣ୍ଟିଆଗୋ ଭଳି ସହର ଯାହା ସମୁଦ୍ର କୂଳରେ ଅବସ୍ଥିତ ତାହା ବିପଦରେ ରହିଛି।

3/5

ଏହି ରିପୋର୍ଟ ଜରିଆରେ କୁହାଯାଇଛି ଯେ ଗତ ୧୯୦୧ ମସିହାରୁ ୨୦୧୮ ପର୍ଯ୍ୟନ୍ତ ବିଶ୍ୱର ସର୍ବନିମ୍ନ ସମୁଦ୍ର ପତ୍ତନ ୦.୨୦ ମିଟର ବୃଦ୍ଧି ପାଇଛି। ୧୯୦୧ ମସିହାରୁ ୧୯୭୧ ମଧ୍ୟରେ ବର୍ଷକୁ ୧.୩ ମିଲିମିଟର, ୧୯୭୧ ମସିହାରୁସ ୨୦୦୬ ପର୍ଯ୍ୟନ୍ତ ବର୍ଷକୁ ୧.୯ ମିଲିମିଟର ଏବଂ ୨୦୦୬ ବର୍ଷରୁ ୨୦୧୮ ପର୍ଯ୍ୟନ୍ତ ବର୍ଷକୁ ୩.୭ ମିଲିମିଟର ବୃଦ୍ଧି ପାଇଥିଲା।

4/5

ବିଶ୍ୱ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ପୂର୍ବ ଶତାବ୍ଦୀ ତୁଳନାରେ ୧୯୦୦ ମସିହା ପର ଠାରୁ ସମୁଦ୍ର ପତ୍ତନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସମଗ୍ର ବିଶ୍ୱରେ ସମୁଦ୍ର ପତ୍ତନ ବୃଦ୍ଧି ପାଇବା ପଛରେ ଏକ ମୁଖ୍ୟ ବିଶ୍ୱ ତାପନ। 

5/5

ଏନେଇ ବିଶ୍ୱ ପାଣିପାଗ ବିଭାଗ କହିଛି ଯେ ଅତ୍ୟଧିକ ସବୁଜ କୋଠରୀ ଗ୍ୟାସ ନିର୍ଗମନ କାରଣରୁ ବିଶ୍ୱ ତାପନ ବୃଦ୍ଧି ପାଇବାରେ ଲାଗିଛି। ଯେଉଁ କାରଣରୁ ପୃଥିବୀର ମେରୁ ଅଞ୍ଚଳରେ ରହିଥିବା ବଡ଼ ବଡ଼ ବରଫ ଖଣ୍ଡ ଯାହା ହିମଖଣ୍ଡ ନାମରେ ଜଣାଶୁଣା ତାହା ତରଳିବାରେ ଲାଗିଛି। ଯାହାର ଫଳ ସ୍ୱରୂପ ସମୁଦ୍ର ପତ୍ତନ ବଢିଭାରେ ଲାଗିଛି।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link