Kedarnath Temple: କେଦାରନାଥକୁ ଫୋନ୍ ମନା, ଏଣିକି ପାରମ୍ପାରିକି ପୋଷାକ ପିନ୍ଧିଲେ ମନ୍ଦିରକୁ ମିଳିବ ଏଣ୍ଟ୍ରି

Kedarnath Temple: କେଦାରନାଥରେ (Kedarnath Temple)ମୋବାଇଲ (Mobile Phone) ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି । କାହିଁକିନା ନିକଟରେ ମନ୍ଦିର ପରିସର ଗର୍ଭଗୃହରେ ଶ୍ରଦ୍ଧାଳୁଙ୍କ ବିଶୃଙ୍ଖଳିତ ଆଚରଣର ଏକାଧିକ ଭିଡିଓ ଭାଇରାଲ(Video viral) ହୋଇଥିଲା । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।

Mon, 17 Jul 2023-8:22 am,
1/5

ଭାରତର ଆଧ୍ୟାତ୍ମିକ ମାନଚିତ୍ରରେ  ଏହି ଧାମର (Kedarnath Temple) ସ୍ବତନ୍ତ୍ର ପରିଚୟ ରହିଛି । ପ୍ରତିବର୍ଷ କେଦାରନାଥ (Kedarnath Temple)ଓ ବଦ୍ରିନାଥ ମନ୍ଦିର ଦର୍ଶନ ପାଇଁ ଦେଶବ୍ୟାପି ଶ୍ରଦ୍ଧାଳୁମାନେ ଆସିଥାଆନ୍ତି। 

 

2/5

ହେଲେ ନିକଟରେ  ଏକାଧିକ ମନ୍ଦିର ଭିତର ଭିଡିଓ ଭାଇରାଲ ହୋଇଥିଲା। କେହି କେହି ବିଶୃଙ୍ଖଳିତ ଶ୍ରଦ୍ଧାଳୁ ମନ୍ଦିର ବାହାରେ ଆପତ୍ତିଜନକ ଭିଡିଓ କରୁଥିବା ଦେଖାଯାଇଥିଲା।  ଏପରିକି କେଦାରନାଥ ମନ୍ଦିର ଗର୍ଭ ଗୃହରେ  ଜଣେ ମହିଳା ଟଙ୍କା ଉଡାଉଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା।  

 

3/5

ଯାହାକୁ ନେଇ ଦେଶବ୍ୟାପୀ ଶ୍ରଦ୍ଧାଳୁ ସୋସିଆଲ ମିଡିଆରେ ମନ୍ଦିର ପ୍ରଶାସନ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। 

 

4/5

ଅବଶ୍ୟ ପରେ ମନ୍ଦିର ପ୍ରଶାସନ ସ୍ଥାନୀୟ ପ୍ରଶାସନକୁ ସମ୍ପୃକ୍ତ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଚିଠି ଲେଖିଥିଲା ।  ହେଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ  କୌଣସି ସୂଚନା ମିଳି ନଥିଲା। ଏବେ ମନ୍ଦିର ପ୍ରଶାସନ ଏହି କଟକଣା ଜାରି କରିବା ସହ ଶ୍ରଦ୍ଧାଳୁଙ୍କ ଅବଗତି ପାଇଁ ମନ୍ଦିର ପରିସରରେ ବୋର୍ଡ ମଧ୍ୟ ଲଗାଇଛି । 

 

5/5

ମନ୍ଦିର ପ୍ରଶାସନ ଜାରି କରିଥିବା ନିୟମ ଅନୁସାରେ,ଏବେ କେବଳ ଶୃଙ୍ଖଳିତ  ତଥା ପାରମ୍ପରିକ ପୋଷାକ ପରିଧାନ ଭକ୍ତ ଦର୍ଶନ ପାଇଁ ମନ୍ଦିର ମଧ୍ୟରେ ପ୍ରବେଶ କରିପାରିବେ।  ମନ୍ଦିର ଗର୍ଭଗୃହରେ  କିମ୍ବା ମନ୍ଦିର ପରିସରରେ ଫଟୋଗ୍ରାଫି (photography) ଓ ଭିଡିଓଗ୍ରାଫି (videography) କରିପାରିବେ ନାହିଁ । ଯଦି ଜାରି କରାଯାଇଥିବା ଏହି ନିୟମକୁ କୌଣସି ଭକ୍ତ ଉଲଘଂନ କରେ । ତେବେ, ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link