Heatwave in India: କେତେ ଡିଗ୍ରୀ ତାପମାତ୍ରାରେ ଘୋଷିତ ହୋଇଥାଏ ଗ୍ରୀଷ୍ମ ପ୍ରବାହ?
Heatwave Definition IMD: ଏବେ ସମଗ୍ର ଦେଶରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ପ୍ରବଳ ଗରମ ଅନୁଭୂତ ହେଉଥିବାରୁ ଦେଶରେ ଅନେକ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଜଡ଼ିତ ସତର୍କ ସୂଚନା ଜାରି କରାଯାଇଛି। ଗ୍ରୀଷ୍ମ ପ୍ରବାହ କ`ଣ ତାହା ଆପଣ ଜାଣିରଖନ୍ତୁ।
ପ୍ରବଳ ଉତ୍ତପାକୁ ସାଧାରଣତଃ ଗ୍ରୀଷ୍ମ ପ୍ରବାହ ବୋଲି କୁହାଯାଏ। ଏପରି ସ୍ଥିତି ସାଧାରଣତଃ ମାର୍ଚ୍ଚ ମାସରୁ ଜୁନ୍ ମଧ୍ୟରେ ଅନୁଭୂତ ହୋଇଥାଏ। ସେତେବେଳେ ତାପମାତ୍ରା ବହୁ ଉଚ୍ଚରେ ରହିଥାଏ। ଯାହା ମଣିଷ ପାଇଁ ମଧ୍ୟ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ।
ଏବେ ପ୍ରଶ୍ନ ଉଠିଛି ଯେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି ନାଁ ନାହିଁ ତାହା କିପରି ସ୍ଥିର ହୋଇଥାଏ? ଆପଣଙ୍କୁ କହିରଖୁଛୁ ଯେ ବିଭିନ୍ନ ଦେଶରେ ଗ୍ରୀଷ୍ମ ପ୍ରବାହର ପରିଭାଷା ବିଷୟରେ ଭିନ୍ନ ଭିନ୍ନ ମାନକ ରହିଥାଏ। ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରିବା ବେଳେ ଭାରତୀୟ ପାଣିପାଗ ବିଭାଗ ସମତଳ ଏବଂ ପାହାଡ଼ିଆ ଅଞ୍ଚଳ ପାଇଁ ଭିନ୍ନ ଭିନ୍ନ ମାନଦଣ୍ଡ ସ୍ଥିର କରିଥାଏ।
ଯେତେବେଳେ ସମତଳ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ କିମ୍ବା ଏହା ଠାରୁ ଅଧିକ ହୋଇଯାଏ ସେତେବେଳେ ପାଣିପାଗ ବିଭାଗ ଏହାକୁ ଗ୍ରୀଷ୍ମ ପ୍ରବାହ ବୋଲି ଘୋଷଣା କରିଥାଏ କହିଥାଏ। ସେହିପରି ଯେତେବେଳେ ପାହାଡ଼ିଆ ଅଞ୍ଚଳର ତାପମାତ୍ରା ୩୦ ଡିଗ୍ରୀ ସେଲସିୟସ କିମ୍ବା ଏହା ଠାରୁ ଅଧିକ ହୋଇଯାଏ ସେତେବେଳେ ସେହି ଅଞ୍ଚଳ ପାଇଁ ଗ୍ରୀଷ୍ମ ପ୍ରବାହ ଘୋଷଣା କରାଯାଇଥାଏ।
ଭାରତୀୟ ପାଣିପାଗ ବିଭାଗ ପାଖରେ ଏକ ବୃହତ୍ତ "Surface Observatory" ରହିଛି। ଯାହାକି ସମଗ୍ର ଦେଶରେ ବିଭିନ୍ନ "Metrological Parameters" ମାପ କରିବାରେ ସକ୍ଷମ। ଏହା ମାଧ୍ୟମରେ ଦେଶରେ ତାପମାତ୍ରା, ଚାପ, ପବନ, ଗତି ଏବଂ ଦିଗ ଆଦି ପ୍ରାକୃତିକ ଘଟଣାକୁ ମାପ କରାଯାଇପାରେ।
ଯଦି କୌଣସି ଷ୍ଟେସନ ଠାର ସାଧାରଣ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଠାରୁ ଅଧିକ ହୋଇଯାଏ ସେତେବେଳେ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ଉପୁଜିଥାଏ। ସେତେବେଳେ ସାଧାରଣ ତାପମାତ୍ରା ୪-୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଥାଏ। ସେହିପରି ତାପମାତ୍ରା ଯେତେବେଳେ ୬ ଡିଗ୍ରୀ କିମ୍ବା ଏହା ଠାରୁ ଅଧିକ ହୋଇଯାଏ ସେତେବେଳେ ଗୁରୁତର ଗ୍ରୀଷ୍ମ ପ୍ରବାହ (Severe Heatwave) ଘୋଷିତ ହୋଇଥାଏ।