Aab-e-Zamzam: ଆବ-ଏ-ଜମଜମ କ`ଣ? ହଜ ଯାତ୍ରା କରୁଥିବା ମୁସଲମାନ କାହିଁକି ଏହାକୁ ସାଙ୍ଗରେ ଆଣିଥାନ୍ତି?

Aab-e-Zamzam Water: ହଜ୍ ଯାତ୍ରା କରୁଥିବା ମୁସଲମାନ ନିଜ ସହ ଆବ-ଏ-ଜମଜମ ପାଣି ଆଣିଥାନ୍ତି।

Tue, 25 Jul 2023-12:51 am,
1/7

ହଜ୍ ଏବଂ ଉମରା ସାରିବା ପରେ ସ୍ୱଦେଶ ଫେରୁଥିବା ବିଭିନ୍ନ ଦେଶର ମୁସଲମାନ ନିଜ ନିଜ ଦେଶକୁ ଆସିବା ବେଳେ ସେମାନଙ୍କ ସହିତ ଆବ-ଏ-ଜମଜମ କୂଅର ଜଳ ଆଣିଥାନ୍ତି। ସେମାନେ ଏହି ଜଳକୁ ସେମାନଙ୍କ ସାଙ୍ଗ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ବାଣ୍ଟିଥାନ୍ତି। ଆବ-ଏ-ଜମଜମ ଇସଲାମ ଧର୍ମରେ ଏକ ବିଶେଷ ଉପହାର ଭାବରେ ବିବେଚନା କରାଯାଏ। ହଜାରେ ବର୍ଷ ପୂର୍ବେ ହଜରତ ଇବ୍ରାହିମଙ୍କୁ ତାଙ୍କ ପତ୍ନୀ ହଜରତ ହାଜିରା ଏବଂ ପୁଅ ହଜରତ ଇସମାଇଲଙ୍କୁ ମକ୍କା ଠାରେ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ଆହ୍ଲା। ସେତେବେଳେ ମକ୍କା ଠାରେ କୌଣସି ଅଟ୍ଟାଳିକା ନଥିଲା କିମ୍ବା ଆଖପାଖରେ ବହୁତ ଲୋକ ନଥିଲେ। ଆହୁରି ମଧ୍ୟ, ଦୂର ଦୂରାନ୍ତ ପର୍ଯ୍ୟନ୍ତ ଖାଇବା କିମ୍ବା ପିଇବା ପାଇଁ କିଛି ନଥିଲା।

 

2/7

ଏହାର ଉତ୍ତର ନ ପାଇ ହଜରତ ହାଜିରା ହଜରତ ଇବ୍ରାହିମଙ୍କୁ କହିଥିଲେ ଯେ, କ'ଣ ଆହ୍ଲା ଆପଣଙ୍କୁ ଏହା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି? ଏହାର ଉତ୍ତରରେ ହଜରତ ଇବ୍ରାହିମ ହଁ ବୋଲି କହିଥିଲେ। ଏହା ଶୁଣିବା ପରେ ହଜରତ ହାଜିରା କହିଥିଲେ ଯେ, ଯଦି ଆଲ୍ଲା ଆଦେଶ ଦେଇଛନ୍ତି ତାହେଲେ ଆମେ ସୁରକ୍ଷିତ ରହିବୁ। ଏହା ପରେ ଆହ୍ଲାଙ୍କ ଆଦେଶ ପାଳନ କରି ହଜରତ ଇବ୍ରାହିମ ତାଙ୍କ ପତ୍ନୀ ହଜରତ ହାଜିରା ଏବଂ ପୁଅ ହଜରତ ଇସମାଇଲଙ୍କୁ ଛାଡି ସେଠାରୁ ଚାଲିଗଲେ। ଏହି ଘଟଣା ଇସଲାମୀୟ ଧର୍ମଗ୍ରନ୍ଥରେ ଉଲ୍ଲେଖ କରାଯାଇଛି।

 

3/7

ଏହାର ଉତ୍ତର ନ ପାଇ ହଜରତ ହାଜିରା ହଜରତ ଇବ୍ରାହିମଙ୍କୁ କହିଥିଲେ ଯେ, କ'ଣ ଆହ୍ଲା ଆପଣଙ୍କୁ ଏହା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି? ଏହାର ଉତ୍ତରରେ ହଜରତ ଇବ୍ରାହିମ ହଁ ବୋଲି କହିଥିଲେ। ଏହା ଶୁଣିବା ପରେ ହଜରତ ହାଜିରା କହିଥିଲେ ଯେ, ଯଦି ଆଲ୍ଲା ଆଦେଶ ଦେଇଛନ୍ତି ତାହେଲେ ଆମେ ସୁରକ୍ଷିତ ରହିବୁ। ଏହା ପରେ ଆହ୍ଲାଙ୍କ ଆଦେଶ ପାଳନ କରି ହଜରତ ଇବ୍ରାହିମ ତାଙ୍କ ପତ୍ନୀ ହଜରତ ହାଜିରା ଏବଂ ପୁଅ ହଜରତ ଇସମାଇଲଙ୍କୁ ଛାଡି ସେଠାରୁ ଚାଲିଗଲେ। ଏହି ଘଟଣା ଇସଲାମୀୟ ଧର୍ମଗ୍ରନ୍ଥରେ ଉଲ୍ଲେଖ କରାଯାଇଛି।

 

4/7

କିଛି ସମୟ ପରେ ହଜରତ ହାଜିରାଙ୍କ ନିକଟରେ ଖଜୁରୀ ଏବଂ ପାଣି ସରିଯାଇଥିଲା। ହଜରତ ଇସମାଇଲ ଶୋଷରେ ପୀଡିତ ଥିଲେ। ପୁଅର ଜୀବନ ବଞ୍ଚାଇବା ପାଇଁ ହଜରତ ହାଜିରା ସାଫା ଏବଂ ମାରୱା ପାହାଡ ମଧ୍ୟରେ ପାଣି ଖୋଜୁଥିଲେ। କ୍ଳାନ୍ତ ହୋଇ ସେ ତଳେ ପଡ଼ି ଆହ୍ଲାଙ୍କ ନିକଟରେ ପ୍ରାର୍ଥନା କରିଥିଲେ। କେବଳ ସେତେବେଳେ ହଜରତ ଇସମାଇଲଙ୍କ ପାଦ ଭୂମିରେ ଘସି ହେବାରୁ ପାଣି ବାହାରିଥିଲା। ହଜରତ ହାଜିରା ଏବଂ ହଜରତ ଇସମାଇଲଙ୍କ ଜୀବନ ରକ୍ଷା ପାଇଲା। ପ୍ରାକୃତିକ ଚମତ୍କାରିତା କାରଣରୁ ଏଠାରେ ପାଣି ବାହାରୁଥିବା ଏହି ଜଳକୁ ଆବ-ଏ-ଜମଜମ କୁହାଯାଉଥିଲା।

5/7

ଇସଲାମୀୟ ଧାର୍ମିକ ବିଶ୍ୱାସ ଅନୁଯାୟୀ ଆବ-ଏ-ଜମଜମ କୂଅ ଗଠିତ ହେବା ପରେ ଏଠାରେ ଜନବସତି ଆରମ୍ଭ ହୋଇଥିଲା। ହଜରତ ଆଦମଙ୍କ ପରେ ଯେତେବେଳେ ହଜରତ ଇବ୍ରାହିମ ଏଠାରେ ଆହ୍ଲାଙ୍କ ଘର କାବା ପୁନଃ ନିର୍ମାଣ କରିଥିଲେ, ସେତେବେଳେ ଏହି ସ୍ଥାନର ଗୁରୁତ୍ୱ ବହୁଗୁଣିତ ହୋଇଯାଇଥିଲା।

 

6/7

ଆବ-ଏ-ଜମଜମ କୂଅର ବିଶେଷତା: ମହାପୁରୁଷ ମହମ୍ମଦ ରୋଗୀଙ୍କ ଉପରେ ଏହି କୂଅର ପାଣି ସିଞ୍ଚନ କରୁଥିଲେ। ଯାହା ପରେ ଲୋକେ ଏହି କୂଅର ପାଣି ଦ୍ୱାରା ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରୁଥିଲେ। ଆବ-ଏ-ଜମଜମ ପାଣି  ଅତ୍ୟନ୍ତ ପରିଷ୍କାର ବୋଲି ବିବେଚନା କରାଯାଏ। ସାଧାରଣତଃ ଦେଖାଯାଏ ଯେ ଅନେକ ଜୀବ କୂଅରେ ବଢିବା ଆରମ୍ଭ କରନ୍ତି। ଯେଉଁଥିପାଇଁ କୂଅର ଜଳର ସ୍ୱାଦ ବଦଳିବା ଆରମ୍ଭ କରିଥାଏ। ହେଲେ ହଜାରେ ବର୍ଷର ପୁରୁଣା, ଆବ-ଏ-ଜମଜମ କୂଅର ପାଣିରେ ଏ ପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ହୋଇନାହିଁ। ଏହା ବ୍ୟତୀତ ଏହି କୂଅରେ କୌଣସି ପ୍ରକାରର ଜୀବାଣୁ ରହିନଥାଏ।

7/7

ବିଶ୍ୱାସ କରାଯାଏ ଯେ ଯେଉଁମାନେ ଏହି ପାଣି ପିଇବା ସମୟରେ ପ୍ରାର୍ଥନା କରିଥାନ୍ତି ସେମାନଙ୍କ ଡାକ ଆହ୍ଲା ଶୁଣିଥାନ୍ତି। ମୁସଲିମ ବିଶ୍ୱାସ କରନ୍ତି ଯେ ଆବ-ଏ-ଜମଜମ କୂଅର ପାଣି ସମସ୍ତ ରୋଗ ବରଦାନ ସଦୃଶ୍ୟ କାମ କରିଥାଏ। ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଆବ-ଏ-ଜମଜମ କୂଅ ପାଣିକୁ ଛିଡ଼ା ହୋଇଥିବା ସମୟରେ ପାନ କରିବା ଆବଶ୍ୟକ। ଇସଲାମ ଧର୍ମରେ ଆବ-ଏ-ଜମଜମ ବ୍ୟତୀତ ଅନ୍ୟ ସମସ୍ତ ଜିନିଷ ବସି ଖାଇବା ଏବଂ ପିଇବା ଆବଶ୍ୟକ।

 

 

 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link