ଜିନ୍ସର ରଙ୍ଗ କାହିଁକି ହୋଇଥାଏ ନୀଳ? ଜାଣନ୍ତୁ ଏହା ପଛର କାରଣ

ଆମେରିକା ଜିନ୍ସ (Jeans) କୁ ଦୁନିଆରେ ପରିଚିତ କରାଇଛି । ଏହି ଦେଶ ମାଧ୍ୟମରେ ଜିନ୍ସ ଦୁନିଆର ସବୁ କୋଣରେ ପହଞ୍ଚିଥିଲା ​। ଜିନ୍ସ ଯାହା ଆଜି ଏକ ଫ୍ୟାଶନ୍ ଷ୍ଟେଟମେଣ୍ଟ ଭାବରେ ବିବେଚନା କରାଯାଏ, ତାହା ପ୍ରକୃତରେ ଶ୍ରମିକମାନଙ୍କ ପାଇଁ ତିଆରି କରାଯାଇଥିଲା । ଜିନ୍ସ ତିଆରି କରିବାର କାରଣ ଏହା ଥିଲା ଯେପରି ଶ୍ରମିକମାନଙ୍କ ପୋଷାକ ଅତ୍ୟଧିକ ମଇଳା ନ ହେବ । ହଁ ଆଜ୍ଞା, ପ୍ୟାଣ୍ଟକୁ ବାରମ୍ବାର ନ ଧୋଇବା ପାଇଁ ଜିନ୍ସକୁ ତିଆରି କରାଯାଇଥିଲା । ଆଜିର ସମୟରେ ପ୍ରାୟ ସମସ୍ତେ ଜିନ୍ସ ପିନ୍ଧନ୍ତି ।

Tamal Bakchi/ତମାଲ ବାକଚି Apr 30, 2022, 17:12 PM IST
1/5

ନୂଆଦିଲ୍ଲୀ: ଆଜିକାଲି ଜିନ୍ସ (Jeans) ସମସ୍ତଙ୍କ ପାଇଁ ଏକ ଫ୍ୟାଶନରେ ପରିଣତ ହୋଇଛି । ଯାହା ବର୍ଷ ବର୍ଷ ଧରି ନୁହେଁ ବରଂ ଶତାବ୍ଦୀ ଧରି ଚାଲିଆସୁଛି । ଜିନ୍ସର ଇତିହାସ ୨୦୦ ବର୍ଷରୁ ଅଧିକ ହେବ ଓ ଏହାର ଷ୍ଟାଇଲରେ ସାମାନ୍ୟ ପାର୍ଥକ୍ୟ ଯଦି ଛାଡ଼ି ଦିଆଯାଏ, ତେବେ ବାକି ଜିନ୍ସ ସେହିପରି ଯେପରି ଲେଭିସ୍ କମ୍ପାନୀ (Levis Company) ଆରମ୍ଭରେ ତିଆରି କରିଥିଲା । ବର୍ଷ ବର୍ଷ ଧରି ଜିନ୍ସରେ ଅନେକ ମୌଳିକ ପାର୍ଥକ୍ୟ ଦେଖାଯାଇଛି, କିନ୍ତୁ ଏହାର ରଙ୍ଗ ଏବେବି ନୀଳ (Blue) ହୋଇଥାଏ ।

2/5

ଜିନ୍ସ (Jeans) ରଙ୍ଗ କରିବା ପାଇଁ ରଙ୍ଗକୁ ଗରମ ପାଣି କିମ୍ବା କୌଶଳରେ ଉଚ୍ଚ ତାପମାତ୍ରା ବ୍ୟବହାର କରି କପଡ଼ା ଉପରେ ରଙ୍ଗ ପ୍ରୟୋଗ କରାଯାଏ । ଏହାର କାରଣ ହେଉଛି ଅଧିକାଂଶ ରଙ୍ଗ କେବଳ ଉଚ୍ଚ ତାପମାତ୍ରାରେ କାମ କରେ, କିନ୍ତୁ ନୀଳ ରଙ୍ଗ ଅର୍ଥାତ୍ ଇଣ୍ଡିଗୋ ରଙ୍ଗ (Indigo Dye) ରେ ଏପରି ନଥିଲା । ଏହି ପ୍ରାକୃତିକ ରଙ୍ଗ କେବଳ ବାହ୍ୟ ସୂତାରେ ଲାଗିଥାଏ ଓ ଏହା ପାଇଁ ଉଚ୍ଚ ତାପମାତ୍ରାର ଆବଶ୍ୟକତା ହୋଇ ନଥାଏ ।

3/5

ପ୍ରତ୍ୟେକ ଥର ଜିନ୍ସ (Jeans) ଧୋଇଲେ ଟିକିଏ ରଙ୍ଗ ବାହାରିଯାଏ ଓ ଜିନ୍ସ୍ର କପଡ଼ା ସ୍ୱୟଂଚାଳିତ ଭାବରେ ନରମ ହୋଇଯାଏ । କାରଣ ରାସାୟନିକ ରଙ୍ଗ ଅପେକ୍ଷା ଇଣ୍ଡିଗୋ ରଙ୍ଗ ଶସ୍ତା ଥିଲା ।

4/5

ବର୍ତ୍ତମାନ ସମୟରେ ଜିନ୍ସକୁ ରଙ୍ଗ କରିବା ପାଇଁ ସେହି ସମାନ ପ୍ରକ୍ରିୟା ବ୍ୟବହୃତ ହୁଏ ଓ ଜିନ୍ସ ବର୍ତ୍ତମାନ ଏକ ଫ୍ୟାଶନ୍ ଷ୍ଟେଟମେଣ୍ଟ ଭାବରେ ମନେ କରାଯାଏ । ବ୍ଲୁ ଜିନ୍ସ ଓ ଏହାର ଅଲଗା ଅଲଗା ଛାୟା ତଥାପି ଲୋକମାନଙ୍କୁ ବହୁତ ପସନ୍ଦ ଆସିଥାଏ ।

5/5

ଏଠାରେ କହି ରଖୁଛୁ ଯେ, ଆମେରିକା ଜିନ୍ସ (Jeans) କୁ ଦୁନିଆରେ ପରିଚିତ କରାଇଛି । ଏହି ଦେଶ ମାଧ୍ୟମରେ ଜିନ୍ସ ଦୁନିଆର ସବୁ କୋଣରେ ପହଞ୍ଚିଥିଲା ​। ଜିନ୍ସ ଯାହା ଆଜି ଏକ ଫ୍ୟାଶନ୍ ଷ୍ଟେଟମେଣ୍ଟ ଭାବରେ ବିବେଚନା କରାଯାଏ, ତାହା ପ୍ରକୃତରେ ଶ୍ରମିକମାନଙ୍କ ପାଇଁ ତିଆରି କରାଯାଇଥିଲା । ଜିନ୍ସ ତିଆରି କରିବାର କାରଣ ଏହା ଥିଲା ଯେପରି ଶ୍ରମିକମାନଙ୍କ ପୋଷାକ ଅତ୍ୟଧିକ ମଇଳା ନ ହେବ । ହଁ ଆଜ୍ଞା, ପ୍ୟାଣ୍ଟକୁ ବାରମ୍ବାର ନ ଧୋଇବା ପାଇଁ ଜିନ୍ସକୁ ତିଆରି କରାଯାଇଥିଲା । ଆଜିର ସମୟରେ ପ୍ରାୟ ସମସ୍ତେ ଜିନ୍ସ ପିନ୍ଧନ୍ତି ।

ଅଧିକ ପଢ଼ନ୍ତୁ:-ଜିନ୍ସରେ କାହିଁକି ଦିଆଯାଏ ଛୋଟ ପକେଟ୍? ଜାଣନ୍ତୁ ଏହାର ସଠିକ୍ ଉତ୍ତର

ଅଧିକ ପଢ଼ନ୍ତୁ:-ଆପଣ ଜାଣିଛନ୍ତି କି ଜିନ୍ସ ପ୍ୟାଣ୍ଟର ଚେନରେ କାହିଁକି ଲେଖା ହୋଇଥାଏ 'YKK'?

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link