Police Uniform: ଏଠାରେ ଖାକି ବଦଳରେ ଧଳା ରଙ୍ଗର ୟୁନିଫର୍ମ ପିନ୍ଧିଥାଏ ପୋଲିସ; କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

White Police Uniform: ସମଗ୍ର ଦେଶର ପୋଲିସ ଖାକି ୟୁନିଫର୍ମ ପିନ୍ଧିଥାଏ। ହେଲେ ଦେଶରେ ଏପରି ଏକ ସ୍ଥାନ ରହିଛି ଯେଉଁଠି ପୋଲିସ ଖାକି ବଦଳରେ ଧଳା ରଙ୍ଗର ୟୁନିଫର୍ମ ପିନ୍ଧିଥିବାର ନଜର ଆସିଥାଏ।

Thu, 27 Jul 2023-1:36 am,
1/5

ସାଧାରଣ ନାଗରିକଙ୍କ ସ୍ୱାର୍ଥ ରକ୍ଷା ପାଇଁ ପ୍ରତ୍ୟେକ ରାଜ୍ୟରେ ପୋଲିସ୍ ଫୋର୍ସ ଗଠନ କରାଯାଇଛି। ଆମ ଦେଶର ସମସ୍ତ ରାଜ୍ୟର ପୋଲିସ କର୍ମଚାରୀ ଖାକି ୟୁନିଫର୍ମ ପିନ୍ଧିଥାଏ। ମାତ୍ର ଦେଶର ଏପରିକି ଜମାଶୁଣା ସହର ରହିଛି ଯେଉଁଠି ପୋଲିସ ଖାକି ବଦଳରେ ଧଳା ରଙ୍ଗର ୟୁନିଫର୍ମ ପିନ୍ଧିଥିବାର ନଜର ଆସିଥାଏ।

 

2/5

ଏହି ସହର ହେଉଛି ଦେଶର ସାଂସ୍କୃତିକ ରାଜଧାନୀ ଭାବରେ ଜଣାଶୁଣା କୋଲକାତା ସହର। କୋଲକାତା ପୋଲିସ୍ ଖାକି ବଦଳରେ ଧଳା ରଙ୍ଗର ୟୁନିଫର୍ମ ପିନ୍ଧିଥିବାର ନଜର ଆସିଥାଏ। ହେଲେ କ'ଣ ଆପଣ ଜାଣିଛନ୍ତି କୋଲକାତା ପୋଲିସ ଧଳା ରଙ୍ଗର ୟୁନିଫର୍ମ ପିନ୍ଧିବା ପଛରେ ଉଭୟ ଐତିହାସିକ ଏବଂ ବୈଜ୍ଞାନିକ କାରଣ ଜଡିତ ରହିଛି।

3/5

ବ୍ରିଟିଶ ସରକାର ଭାରତ ବର୍ଷରେ ପୋଲିସ ବ୍ୟବସ୍ଥାର ଗଠନ କରିଥିଲେ। ବ୍ରିଟିଶ ସରକାର ପୋଲିସ ୟୁନିଫର୍ମ ରଙ୍ଗ ଧଳା ରଖିଥିଲେ। ପୋଲିସ କର୍ମଚାରୀ କଠିନ ପରିଶ୍ରମ କରିଥାନ୍ତି। ଧଳା ରଙ୍ଗ ସହିତ ଜଡ଼ିତ ଗୋଟିଏ ସମସ୍ୟା ହେଲା ଏହାକୁ ଶୀଘ୍ର ଅପରିଷ୍କାର ହୋଇଯାଉଥିଲା। ସେଥିପାଇଁ ପରେ ପୋଲିସ୍ ୟୁନିଫର୍ମ ଖାକି ରଙ୍ଗରେ ପରିବର୍ତ୍ତନ କରାଯାଇଥିଲା।

 

4/5

ହେଲେ ଏହି ପରିବର୍ତ୍ତିତ ରଙ୍ଗ ୟୁନିଫର୍ମ ଗ୍ରହଣ କରିବାକୁ କୋଲକାତା ପୋଲିସ ମନା କରିଦେଇଥିଲା। କାରଣ ଏହା ପାଣିପାଗ ସହିତ ଜଡିତ ରହିଥିଲା। ଯେଉଁ କାରଣରୁ କୋଲକାତା ପୋଲିସ ଖାକି ବଦଳରେ ଧଳା ରଙ୍ଗର ୟୁନିଫର୍ମ ପିନ୍ଧିବା ଆରମ୍ଭ କରିଥିଲା।

5/5

କୋଲକାତା ସହର ସମୁଦ୍ର କୂଳରେ ଅବସ୍ଥିତ। ସେଥିପାଇଁ ଏଠାକାର ପାଗ ବର୍ଷସାରା ଗରମ ଏବଂ ଆର୍ଦ୍ର ରହିଥାଏ। ଏଭଳି ପରିସ୍ଥିତିରେ ପୋଲିସ ପାଇଁ ଧଳା ରଙ୍ଗର ୟୁନିଫର୍ମ ସର୍ବୋତ୍ତମ। କାରଣ ଧଳା ରଙ୍ଗର ୟୁନିଫର୍ମ ଦ୍ୱରା କମ ଗରମ ଲାଗିଥାଏ। କୋଲକାତା ପୋଲିସ ଯେପରି ଅଧିକ ଗରମ ଅନୁଭବ ନ କରିବ, ସେଥିପାଇଁ ଏହାର ୟୁନିଫର୍ମ ରଙ୍ଗ ଧଳା ରଖାଯାଇଥିଲା।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link