August Kranti Diwas: କାହିଁକି ପାଳନ କରାଯାଇଥାଏ କ୍ରାନ୍ତି ଦିବସ? ଦେଶକୁ ସ୍ୱାଧିନ କରାଇବାରେ କ’ଣ ରହିଛି ଏହାର ଗୁରୁତ୍ୱ?
August Kranti Diwas: ଆଜି ହେଉଛି ଅଗଷ୍ଟ ୯ ତାରିଖ ଅର୍ଥାତ୍ କ୍ରାନ୍ତି ଦିବସ। ୧୯୪୨ ମସିହା ଆଜିର ଦିନକୁ ଭାରତ ଇତିହାସରେ ଏକ ସ୍ମରଣୀୟ ଦିନ ଭାବରେ ପାଳନ କରାଯାଇଥାଏ।
ଆଜି ହେଉଛି ଅଗଷ୍ଟ ୯ ତାରିଖ ଅର୍ଥାତ୍ କ୍ରାନ୍ତି ଦିବସ। ୧୯୪୨ ମସିହା ଆଜିର ଦିନକୁ ଭାରତ ଇତିହାସରେ ଏକ ସ୍ମରଣୀୟ ଦିନ ଭାବରେ ପାଳନ କରାଯାଇଥାଏ।
ଦେଶ ସ୍ବାଧୀନତା ପାଇବା ପରଠାରୁ ଏହି ଦିନକୁ ସମଗ୍ର ଭାରତ ବର୍ଷରେ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଇଆସୁଛି।
୧୯୪୨ ଅଗଷ୍ଟ ୮ରେ ଭାରତୀୟ ଜାତୀୟ କଂଗ୍ରେସ(Congress) ଇଂରେଜ ସରକାର ବିରୋଧରେ ଭାରତ ଛାଡ଼ ଆନ୍ଦୋଳନର ଡାକରା ଦେଇଥିଲା। ମହାତ୍ମା ଗାନ୍ଧୀ(Mahatma Gandhi)ଙ୍କ ନେତୃତ୍ବରେ କଂଗ୍ରେସ କମିଟି ତାହାର ବମ୍ବେ ଅଧିବେଶନରେ ଏହି ନିର୍ଣ୍ଣାୟକ ଆନ୍ଦୋଳନ ପାଇଁ ସଂକଳ୍ପ ପାରିତ କରିଥିଲା।
ବିଶେଷକରି ଏହି ଦିନକୁ ମନେ ରଖିବା ତଥା ସ୍ବାଧୀନତା ସଂଗ୍ରାମୀ(Freedom Fighter)ମାନଙ୍କୁ ସ୍ମରଣ କରିବା ଲାଗି ପ୍ରତିବର୍ଷ ଅଗଷ୍ଟ ୯ ତାରିଖକୁ ‘ଅଗଷ୍ଟ କ୍ରାନ୍ତି ଦିବସ’ ଭାବେ ପାଳନ କରାଯାଇ ଆସୁଛି। ଏହି ଦିନଟି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ।

ଆଜି ସେହି ମହାନ ସଂକଳ୍ପର ସ୍ମୃତି ଚାରଣ କରୁଛି ଭାରତ(India) ବର୍ଷ। ଦେଶ ପାଇଁ ଜୀବନ ଦେଇଥିବା ବୀର ସଂଗ୍ରାମୀମାନଙ୍କ ବଳିଦାନକୁ ମନେ ପକାଉଛନ୍ତି କୋଟି କୋଟି ଭାରତୀୟ।
୧୯୪୨ମସିହା ଅଗଷ୍ଟ ମାସରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନକୁ ୧୯୪୭ରେ ସଫଳତା ମିଳିଥିଲା। ଅର୍ଥାତ ୧୯୪୭, ଅଗଷ୍ଟରେ ଭାରତ ସ୍ୱାଧୀନତାର ସ୍ୱାଦ ଚାଖିଥିଲା ଓ ଇଂରେଜ ସରକାର ଭାରତ ଛାଡ଼ିଥିଲେ।