Bengaluru Gang Rape: ପାର୍କରେ ବସିଥିଲେ ଯୁବତୀ,ଘୋଷାଡ଼ି ନେଇ ଚଳନ୍ତା କାରରେ ଗଣଦୁଷ୍କର୍ମ କଲେ ୪ ରାକ୍ଷସ

Bengaluru Gang Rape: ଦିନକୁ ଦିନ ବଢି ଚାଲିଛି ଅପରାଧ (Crime) । ଯୌନ ପିପାଶୁ ମଣିଷ ଭୁଲି ଯାଉଛି ନିଜର ହିତାହିତ ଜ୍ଞାନ । ଦଳି ଯାଉଛି ମଣିଷ ପଣିଆର ସଂଜ୍ଞା । ପଶୁ ପାଲଟୁଛି ଯୌନ ପିପାଶୁ ରାକ୍ଷସ । ନା ଦେଖୁଛି ବୟସ ,ନା ବୁଝୁଛି ସମ୍ପର୍କର ମୂଲ୍ୟ । ବେଙ୍ଗାଲୁରୁର (Bengaluru ) କୋରାମଙ୍ଗାଲା ଅଞ୍ଚଳରେ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ।

Fri, 31 Mar 2023-7:23 pm,
1/5

ପୋଲିସ କହିଛି ଯେ ମାର୍ଚ୍ଚ ୨୫ ତାରିଖ ରାତି ପ୍ରାୟ ୧୦ ଟା ସମୟରେ କୋରାମଙ୍ଗାଲାର ‘ନ୍ୟାସନାଲ ଗେମ୍ସ ଗ୍ରାମ ପାର୍କ’ରେ ବସିଥିବା ଯୁବତୀଙ୍କୁ ଚାରି ଜଣ ବ୍ୟକ୍ତି ପ୍ରଥମେ ଅପହରଣ କରି ନେଇଥିଲେ। ମାମଲା ସାମ୍ନାକୁ ଆସିବା ପରେ ତୁରନ୍ତ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ବର୍ତ୍ତମାନ ଏହି ମାମଲାରେ ସମ୍ପୃକ୍ତ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

2/5

ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ ପୀଡିତା ଏକ ଘରୋଇ ଫାର୍ମରେ କାମ କରନ୍ତି। ମାର୍ଚ୍ଚ ୨୫ ରେ ରାତି ପ୍ରାୟ ୯.୩୦ ସମୟରେ ସେ କୋରାମଙ୍ଗାଲାର ଏନଜିଏଫରେ ଜଣେ ସାଙ୍ଗଙ୍କ ସହ ପାର୍କରେ ବସିଥିଲେ। 

3/5

ତା’ପରେ ଜଣେ ଅଭିଯୁକ୍ତ ଦୁହିଁଙ୍କୁ ଦେଖି ସେଠାରେ ବସି ସେମାନଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ। ଏହି ସମୟରେ ଗଣ୍ଡୋଗଳ ପରିସ୍ଥିତି ସୃଷ୍ଟି ହୋଇଥିଲେ । ଯୁକ୍ତିତର୍କ ପରେ ଅଭିଯୁକ୍ତ ପାର୍କ ଛାଡିଥିଲେ।

 

4/5

କିଛି ସମୟ ପରେ ଯୁବତୀଙ୍କ ସାଙ୍ଗ ମଧ୍ୟ ତାଙ୍କୁ ସେଠାରେ ଛାଡି ନିଜ ଘରକୁ ଚାଲିଗଲେ। କିଛି ସମୟ ପରେ ଅଭିଯୁକ୍ତ ତାଙ୍କ ଦୁଇ ସାଙ୍ଗଙ୍କ ସହ ପାର୍କକୁ ଫେରି ଆସିଥିଲେ। ସେମାନେ ଝିଅଟି ଏକାକୀ ବସିଥିବାର ଦେଖିଲେ ଏବଂ ପୁନର୍ବାର ତାଙ୍କ ସହ ଯୁକ୍ତିତର୍କ ଆରମ୍ଭ କଲେ। 

5/5

ଏହି ସମୟରେ ଅନ୍ୟ ଜଣେ ଅଭିଯୁକ୍ତ କାର ଯୋଗେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତା’ପରେ ସେମାନେ ରାତି ପ୍ରାୟ ୧୧ ଟା ସମୟରେ ଝିଅଟିକୁ କାର ଭିତରକୁ ଟାଣି ନେଇ ଗ୍ୟାଙ୍ଗରେପ୍ କରିଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link