Zanetti Train Mystery: ଏକ ରହସ୍ୟମୟୀ ଟ୍ରେନ, ଯାହା ଟନେଲରେ ପଶି ହୋଇଯାଇଥିଲା ଗାଏବ

ବେଳେବେଳେ କିଛି ଏମିତି ଘଟଣା ଘଟିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥାଏ । ୧୯୧୧ ଏପରି ଏକ ଘଟଣା ସାମ୍ନାକୁ ଆସିଥିଲା । ଘଟଣାଟି କିଛି ଏପରି ଥିଲା ସୁଡ଼ଙ୍ଗ ବା ଟନେଲ ଭିତରେ ଦେଇ ଯିବାବେଳେ ରହସ୍ୟମୟ ଭାବେ ଉଭା ହୋଇଯାଇଥିଲା ଏକ ଟ୍ରେନ । ତେବେ ଏହା କିପରି ଓ କେମିତି ସମ୍ଭବ ତାହା ଆଜି ମଧ୍ଯ ରହସ୍ୟ ଘେରରେ ରହିଛି ।

Fri, 17 Feb 2023-4:25 pm,
1/5

ଇଟାଲୀର ରାଜଧାନୀ ରୋମରେ ୧୯୧୧ ମସିହାରେ ଘଟିଥିଲା ଏହି ରହସ୍ୟମୟ ଘଟଣା । ବାସ୍ତବରେ ଜାନେଟି ନାମକ ଏକ ଟ୍ରେନ ରୋମାନ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଥିଲା ଏହାପରେ ତାକୁ ପରବର୍ତ୍ତୀ ଷ୍ଟେସନକୁ ଯିବାର ଥିଲା । କିନ୍ତୁ ମଝିରେ ଏକ ଟନେଲ ପଡ଼ିଥିଲା ଯାହା ଭିତରେ ପଶିବା ପରେ ହଠାତ୍ ଅଦୃଶ୍ୟ ହୋଇଯାଇଥିଲା ଟ୍ରେନ୍  ।

2/5

ସୂଚନା ଅନୁଯାୟୀ, ଟ୍ରେନଟିକୁ ଖୋଜାଖୋଜି କରିବା ପରେ ଟନେଲ ବାହାରେ ଦୁଇ ଜଣ ଲୋକ ଦେଖିବାକୁ ମିଳିଥିଲା । ଏହି ଘଟଣା ନେଇ ସେମାନେ କହିଥିଲେ ଯେ, ଟ୍ରେନ ଟନେଲରେ ପହଞ୍ଚିବା ମାତ୍ରେ ସେଠାରୁ ରହସ୍ୟମୟ ଧୂଆଁ ବାହାରିବା ଆରମ୍ଭ ହୋଇଥିଲା। ଏଭଳି ପରିସ୍ଥିତିରେ ଟ୍ରେନରେ ଥିବା ଯାତ୍ରୀ ଭୟଭୀତ ହୋଇ ଟ୍ରେନରୁ ଡ଼େଁଇପଡ଼ିଥିଲେ, କିନ୍ତୁ ଟ୍ରେନଟି ଟନେଲ ଭିତରକୁ ଯାଇ ଆଉ ଫେରି ନଥିଲା 

3/5

କୁହାଯାଏ ଏହି ଟ୍ରେନଟି ଯାତ୍ରା କରିବା ସମୟରେ ୭୧ ବର୍ଷ ପଛକୁ ଯାଇଥିଲା । ମିଡ଼ିଆ ରିପୋର୍ଟ ଅନୁଯାୟୀ, ଟ୍ରେନଟି ୧୮୪୦ ମସିହାରେ ମେକ୍ସିକୋରେ ପହଞ୍ଚିଥିଲା । ଏହି କାରଣରୁ କେତେକ ଲୋକେ ଏହି ଟ୍ରେନକୁ ଭୂତ ଟ୍ରେନ ବୋଲି କୁହନ୍ତି ।

4/5

ମେକ୍ସିକୋର ଜଣେ ଡ଼ାକ୍ତର ଏହି ଟ୍ରେନକୁ ନେଇ କିଛି ରହସ୍ୟମୟ ଘଟଣା ଦାବି କରିଥିଲେ । ସେ କହିଥିଲେ ଯେ, ୧୦୪ ଜଣ ପାଗଳ ଲୋକଙ୍କୁ ଥରେ ତାଙ୍କ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଲା ସମସ୍ତ ଟ୍ରେନରେ ହସ୍ପିଟାଲ ପହଁଞ୍ଚିଥିଲେ ବୋଲି କହିଥିଲେ ।

5/5

ଏହି ଅଭୁତ ଘଟଣା ଏବେ ବି ରହସ୍ୟ ହୋଇରହିଛି । ଯଦିଓ କିଛି ଲୋକେ ରୁଷ, ଜର୍ମାନୀ, ଇଟାଲୀ ଓ ଆମେରିକାରେ ଏହାକୁ ଦେଖିଥିବା ନେଇ ଦାବି କରୁଛନ୍ତି, କିନ୍ତୁ ବର୍ତ୍ତମାନ ଯାଏଁ ପ୍ରକୃତ ସତ କେହି ଜାଣିପାରିନାହାନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link