ଜୀବନରେ କେବେବି ହେବନି ହୃଦଘାତ! କେବଳ ପରିବର୍ତ୍ତନ କରନ୍ତୁ ଆପଣଙ୍କ ଏହି ୬ଟି ଅଭ୍ୟାସ

Heart Disease: ସମସ୍ତେ ଜାଣନ୍ତି ହୃଦଘାତ କେତେ ମାରାତ୍ମକ ହୋଇଥାଏ । ଆମେ ପ୍ରାୟତଃ ଏହାର ମୂଳ କାରଣକୁ ଅଣଦେଖା କରିଥାଉ । ଯେତେବେଳେ ଏହି ରୋଗ ଗୁରୁତର ଅବସ୍ଥାରେ ପହଞ୍ଚି ଥାଏ, ସେତେବେଳେ ଏହା ଉପରେ ଆମର ଧ୍ୟାନ ପଡ଼ିଥାଏ । ଏହି ସମୟରେ ଆମେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଆରମ୍ଭ କରିଥାଉ, କିନ୍ତୁ ସମୟ ବହୁତ ବିଳମ୍ବ ହୋଇଯାଇଥାଏ ।

Tamal Bakchi/ତମାଲ ବାକଚି Apr 06, 2022, 18:57 PM IST
1/9

ନୂଆଦିଲ୍ଲୀ: Heart Disease: ହୃଦୟକୁ ପ୍ରଭାବିତ କରୁଥିବା ଯେକୌଣସି ଅବସ୍ଥା ହୃଦରୋଗର କାରଣ ହୋଇପାରେ । ଅନେକ ପ୍ରକାରର ହୃଦରୋଗ ଅଛି । ଏହା ହାର୍ଟ ଓ ବ୍ଲଡ ବାଲାନ୍ସକୁ ଅନେକ ଉପାୟରେ ପ୍ରଭାବିତ କରନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଅନୁଯାୟୀ, ଆମେରିକାରେ ପ୍ରତି ୪ରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୃଦରୋଗ କାରଣରୁ ହୋଇଥାଏ । ବୈଶ୍ୱିକ ପରିସଂଖ୍ୟାନ ଓ ରିପୋର୍ଟ ଅନୁଯାୟୀ, ହୃଦରୋଗକୁ ରୋକାଯାଇ ହେବ, ଏଥିପାଇଁ ତମାଖୁ ସେବନ, ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ଏବଂ ମଦ୍ୟପାନ କମ୍ କରି ସୁସ୍ଥ ଜୀବନଶୈଳୀ ଅନୁସରଣ କରାଯିବା ଆବଶ୍ୟକ ।

2/9

ସମସ୍ତେ ଜାଣନ୍ତି ହୃଦଘାତ କେତେ ମାରାତ୍ମକ ହୋଇଥାଏ । ଆମେ ପ୍ରାୟତଃ ଏହାର ମୂଳ କାରଣକୁ ଅଣଦେଖା କରିଥାଉ । ଯେତେବେଳେ ଏହି ରୋଗ ଗୁରୁତର ଅବସ୍ଥାରେ ପହଞ୍ଚି ଥାଏ, ସେତେବେଳେ ଏହା ଉପରେ ଆମର ଧ୍ୟାନ ପଡ଼ିଥାଏ । ଏହି ସମୟରେ ଆମେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଆରମ୍ଭ କରିଥାଉ, କିନ୍ତୁ ସମୟ ବହୁତ ବିଳମ୍ବ ହୋଇଯାଇଥାଏ । ବାଙ୍ଗାଲୁରୁର ଫୋର୍ଟିସ୍ ଲା ଫେମ ହସ୍ପିଟାଲର ଇଣ୍ଟରଭେନସନାଲ କାର୍ଡିଓଲୋଜିର ନିର୍ଦ୍ଦେଶକ ଡକ୍ଟର ରାଜପାଲ ସିଂ କହିଛନ୍ତି ଯେ 'ଆମେ ଅମର ନୁହଁ ଓ ଆମ ଚାରିପାଖରେ ଥିବା ସମସ୍ତ ଜିନିଷ ଦ୍ୱାରା ମଧ୍ୟ ପ୍ରତିରୋଧୀ ନୁହେଁ ।'

3/9

ସେ ହୃଦରୋଗ ସମ୍ୱନ୍ଧୀୟ ବିପଦରୁ ରକ୍ଷା ପାଇବା ପାଇଁ ବିଶେଷଜ୍ଞ ସୁସ୍ଥ ଖାଦ୍ୟ ଅନୁସରଣ କରିବା, ନିୟମିତ ବ୍ୟାୟାମ କରିବା, ଭଲ ନିଦ ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ଡାକ୍ତରଙ୍କ ଦ୍ୱାରା ଅନୁମୋଦିତ ସେହି ୬ଟି ଉପାୟ, ଯାହା ଆପଣଙ୍କୁ ହୃଦଘାତରୁ ରକ୍ଷା କରିବାରେ ପ୍ରଭାବଶାଳୀ ହୋଇପାରେ ।

4/9

ଦିନକୁ ୪୦ ମିନିଟ୍ କରନ୍ତୁ ବ୍ୟାୟାମ

ଡକ୍ଟର ସିଂଙ୍କ ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ୪୦ ମିନିଟ୍ ବ୍ୟାୟାମ କରିବା ଉଚିତ୍ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସପ୍ତାହରେ ୫ ଥର ବ୍ୟାୟାମ କରିବା ଦ୍ୱାରା ଆପଣଙ୍କ ହୃଦ୍‌ରୋଗର ବିପଦ ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରେ । ଓଜନ ହ୍ରାସ, ରକ୍ତରେ ଶର୍କରା, ରକ୍ତଚାପ ଏବଂ କୋଲେଷ୍ଟ୍ରଲ ସ୍ତରର ଉନ୍ନତି ପାଇଁ ଏହା ମଧ୍ୟ ଏକ ଭଲ ଉପାୟ । ବ୍ୟାୟାମ କରିବା ମଧ୍ୟ ଆପଣଙ୍କ ସେକ୍ସ ଲାଇଫରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ ।

5/9

ଖୁସିରେ ରୁହନ୍ତୁ

ଖୁସି ହେବା ହୃଦଘାତର ଆଶଙ୍କା କମାଇବା ପାଇଁ ଏକ ପ୍ରଭାବଶାଳୀ ଉପାୟ । ଡକ୍ଟର ସିଂ କହିଛନ୍ତି ଯେ ହସିବା ଅତ୍ୟନ୍ତ ଜରୁରୀ ଅଟେ । ହସିବା ଶରୀରରେ ଏଣ୍ଡୋରଫିନ୍ ହରମୋନ୍ ମୁକ୍ତ କରିଥାଏ ଯାହାକି ଆପଣଙ୍କ ରକ୍ତଚାପକୁ ହ୍ରାସ କରିବାରେ ଓ ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । 

6/9

ଭଲ ଓ ଆରାମଦାୟକ ନିଦ

ଡାକ୍ତରମାନେ ମଧ୍ୟ ବିଶ୍ରାମ ନେବା ଉପରେ ଜୋର ଦିଅନ୍ତି । ଭଲ ନିଦ ଆସିବା ଦ୍ୱାରା ମାନସିକ ଓ ହୃଦୟ ସ୍ୱାସ୍ଥ୍ୟର ଉନ୍ନତି ହୋଇପାରିବ ବୋଲି ସେ କହିଛନ୍ତି । ଡକ୍ଟର ସିଂଙ୍କ ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତି ୭-୮ ଘଣ୍ଟା ଶୋଇବା ଉଚିତ୍ ।

7/9

ଧୂମପାନ ଓ ମଦ୍ୟପାନରୁ ଦୂରେଇ ରୁହନ୍ତୁ

WHO ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଧୂମପାନ ଓ ମଦ୍ୟପାନ ଯୋଗୁଁ ଅଧିକାଂଶ ହୃଦ୍‌ରୋଗର ମାମଲା ବୃଦ୍ଧି ପାଉଛି । ଏହି ପରିସଂଖ୍ୟାନକୁ ଦେଖି ଡକ୍ଟର ସିଂ କହିଛନ୍ତି ଯେ ଧୂମପାନ ଓ ଡ୍ରଗ୍ସ ସେବନ କରୁଥିବା ବ୍ୟକ୍ତିଙ୍କ ତୁଳନା ଏହାର ସେବନ କରୁଥିବା ବ୍ୟକ୍ତିଙ୍କ ହଠାତ୍ ହୃଦ୍‌ଘାତର ଆଶଙ୍କା ୫୦ ପ୍ରତିଶତ  ବଢ଼ାଇଥାଏ । କେବଳ ଏତିକି ନୁହେଁ, ଉଚ୍ଚ ରକ୍ତଚାପ, ଷ୍ଟ୍ରୋକ୍ ଏବଂ ହୃଦଘାତ ଭଳି ଅନ୍ୟ ରୋଗର ଆଶଙ୍କା ବଢ଼ାଇବା ପାଇଁ ଏହି ଖରାପ ଅଭ୍ୟାସ ମଧ୍ୟ ଦାୟୀ । ଡକ୍ଟର ସିଂ କହିଛନ୍ତି ଯେ ମଦରେ ମାଡରେଶନ କାର୍ଡିଓ-ପ୍ରୋଟେକ୍ଟିଭ ଅଛି, କିନ୍ତୁ ଅତ୍ୟଧିକ ମଦ୍ୟପାନ ହୃଦୟ ପାଇଁ କ୍ଷତିକାରକ ବୋଲି ମନେ କରାଯାଏ ।

8/9

ସନ୍ତୁଳିତ ଆହାର

ଡକ୍ଟର ସିଂ କହିଛନ୍ତି ଯେ ଖାଦ୍ୟରେ ତେଲର ବ୍ୟବହାର ହ୍ରାସ ହେବା ଉଚିତ ଓ ଏହାକୁ ମଧ୍ୟମ ପରିମାଣରେ ଖାଇବା ଉଚିତ୍ । ବୟସ୍କମାନଙ୍କୁ ପ୍ରତି ମାସରେ ଅଧା ଲିଟର ଅଲିଭ୍, କାନୋଲା ଏବଂ ଫ୍ଲାକ୍ସସିଡ୍ ପରି ସାଚୁରେଟେଡ ଫ୍ୟାଟରେ ଭରପୂର ତେଲ ଖାଇବାକୁ ସେ ପରାମର୍ଶ ଦେଇଛନ୍ତି । ତାଙ୍କ କହିବାନୁସାରେ, ଏହା ବ୍ୟତୀତ ବୟସ୍କମାନେ ନିୟମିତ ଭାବେ ଶାଗ୍, ବାଦାମ, ପ୍ରୋଟିନ୍ ଖାଇବା ଉଚିତ୍ ।

ଏହା ବି ପଢ଼ନ୍ତୁ:-ପେନସନଭୋଗୀଙ୍କ ପାଇଁ ଖୁସି ଖବର, ଏହି ରାଜ୍ୟ ସରକାର ନେଲେ ଏହି ବଡ଼ ପଦକ୍ଷେପ

ଏହା ବି ପଢ଼ନ୍ତୁ:-ରେକର୍ଡ ସ୍ତରରେ ପହଞ୍ଚିଲା ସୁନା-ରୁପା ଦର, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍

ଏହା ବି ପଢ଼ନ୍ତୁ:-ମମତା ବି ମାନିଲେ ବିଜେପିର କୌଣସି ବିକଳ୍ପ ନାହିଁ

9/9

ନିୟମିତ କରାନ୍ତୁ ଯାଞ୍ଚ

ସେ କହିଛନ୍ତି ଯେ, ଶାରୀରିକ ପରୀକ୍ଷା, ଫୁଲ୍ ବ୍ଲଡ କାଉଣ୍ଟ, କୋଲେଷ୍ଟ୍ରଲ ସ୍ତର, କିଡନୀ, ଯକୃତ ଏବଂ ଥାଇରଏଡ ସହିତ ରକ୍ତରେ ଶର୍କରା ସ୍ତର ଏବଂ ECG ନିୟମିତ କରାଇବା ଉଚିତ । ପ୍ରୋଫାଇଲ୍ ଓ ଲକ୍ଷଣ ଉପରେ ଆଧାର କରି ହୃଦ୍‌ରୋଗ ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷା କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

 

ଡିସକ୍ଲେମର: ଏହି ପ୍ରବନ୍ଧଟି କେବଳ ସାଧାରଣ ସୂଚନା ପାଇଁ ଲେଖାଯାଇଛି । ଏହା କୌଣସି ପ୍ରକାରେ କୌଣସି ଔଷଧ କିମ୍ବା ଚିକିତ୍ସାର ବିକଳ୍ପ ହୋଇପାରିବ ନାହିଁ । ଅଧିକ ବିବରଣୀ ପାଇଁ ସର୍ବଦା ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link