Odisha Election 2024: କଟକ: ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଅଭିନେତାରୁ ରାଜନେତା ପାଲଟିଥିବା ଅରିନ୍ଦମ ରାୟ। ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇ ଦେଇଛନ୍ତି। ବିଗତ କିଛି ଦିନ ହେବ ଦଳ ସହିତ ତାଙ୍କର ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିଲା। ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ନେଇ ଅଭିଯୋଗ ଆଣିଥିଲେ ଅରିନ୍ଦମ।ଦଳ ସହିତ ଦୀର୍ଘ ଦିନ ଧରି ରହିଥିଲେ ମଧ୍ୟ ତାଙ୍କୁ କୌଣସି ପଦପଦବୀ ଦିଆଯାଇନଥିବା ନେଇ ଅରିନ୍ଦମ ଅସନ୍ତୁଷ୍ଟ ଥିଲେ । ଯାହା ପାଇଁ ଆଜି ସେ ବିଜେଡି ଛାଡ଼ିଛନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଅରିନ୍ଦମ ତାଙ୍କ ଇସ୍ତଫା ପତ୍ରକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ଯାହା ଏବେ ରାଜନୈତିକ ପାଣିପାଗକୁ ଉଷ୍ମ କରିଦେଇଛି।


COMMERCIAL BREAK
SCROLL TO CONTINUE READING