Odisha Cabinet Reshuffle: ରାଜ୍ୟ କ୍ୟାବିନେଟ ଅଦଳ ବଦଳ ହେବାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଏହି କ୍ରମରେ ବାଚସ୍ପତିଙ୍କ ସହି ଦୁଇ ଜଣ ମନ୍ତ୍ରୀ ଇସ୍ତଫା ଦେଇଥିବାର ଖବର ମିଳିଛି। ମେ ୧୨ ତାରିଖ ଶୁକ୍ରବାର ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ବିକ୍ରମ କେଶରୀ ଆରୁଖ। ବ୍ୟକ୍ତିଗତ କାରଣ ପାଇଁ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି। ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ନିକଟକୁ ତାଙ୍କ ଇସ୍ତଫାପତ୍ର ପଠାଇଥିବା କହିଛନ୍ତି ବିକ୍ରମ କେଶରୀ ଆରୁଖ।


COMMERCIAL BREAK
SCROLL TO CONTINUE READING

ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ବିଧାୟକ ବିକ୍ରମ କେଶରୀ ଆରୁଖ। ବିଦାୟୀ ବାଚସ୍ପତି ବିକ୍ରମ କେଶରୀ ଆରୁଖ ରାଜ୍ୟର ଭଞ୍ଜନଗର ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ପ୍ରତିନିଧିତ୍ୱ କରୁଛନ୍ତି। ଏନେଇ ପ୍ରତିକ୍ରିୟା ରଖି ଭଞ୍ଜନଗର ବିଧାୟକ କହିଛନ୍ତି ଦଳ ଯେତେବେଳେ ତାଙ୍କୁ ଯେଉଁ ଦାୟିତ୍ୱ ଦେଇଛି, ସେ ତାକୁ ନିର୍ବାହ, କରିଛନ୍ତି। ତାଙ୍କୁ ଭବିଷ୍ୟତରେ ଯେଉଁ ଦାୟିତ୍ବ ମିଳିବ ତାହାକୁ ନିର୍ବାହ କରିବେ। ଦଳ କିମ୍ବା ସରକାରରେ ତାଙ୍କୁ ଯେଉଁ ଦାୟିତ୍ୱ ମିଳିବ ତାହାକୁ ସେ ତୁଲାଇବେ। 


ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରେ ମନ୍ତ୍ରିମଣ୍ଡଳ ଅଦଳ ବଦଳକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ବିକ୍ରମ କେଶରୀ ଆରୁଖ ମନ୍ତ୍ରିମଣ୍ଡଳରେ ସାମିଲ ହେଉଥିବା ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ତାଙ୍କର ଇସ୍ତଫା ପରେ ବିଧାନସଭାରେ ନିଯୁକ୍ତ ହେବେ ନୂତନ ବାଚସ୍ପତି। ବାଚସ୍ପତିଙ୍କ ପରେ ଦୁଇ ଜଣ ମନ୍ତ୍ରୀ ଇସ୍ତଫା ଦେଇଥିବାର ଖବର ଆସିଛି। ଇସ୍ତଫା ଦେଇଥିବା ମନ୍ତ୍ରୀ ହେଉଛନ୍ତି ନିମାପଡ଼ା ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ପୋଲସରା ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ।  


ବାଚସ୍ପତି ବିକ୍ରମ କେଶରୀ ଆରୁଖ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନିଜ ପଦରୁ ଇସ୍ତଫା ଦେବା ପରେ ରାଜ୍ୟ କ୍ୟାବିନେଟ ବଦଳୁଥିବା ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଖୁବଶୀଘ୍ର ମନ୍ତ୍ରିମଣ୍ଡଳରେ ହୋଇପାରେ ଅଦଳ ବଦଳ। ବ୍ୟକ୍ତିଗତ କାରଣରୁ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଥିବା କୁହାଯାଉଥିବା ବେଳେ ଉଭୟ ମନ୍ତ୍ରୀ କାହିଁକି ଇସ୍ତଫା ଦେଲେ ସେ ସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିନାହିଁ।


ଏହି ଦୁଇ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ପରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଖୁବଶୀଘ୍ର ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଉଭୟ ମନ୍ତ୍ରୀଙ୍କ ପାଇଁ ବିବଦୀୟ ହୋଇପଡ଼ିଥିଲା ରାଜ୍ୟରେ କ୍ଷମତାସୀନ ବିଜେଡ଼ି ସରକାର। ପୁରୀ ଜିଲ୍ଲାର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ବିବାଦ ଘେରକୁ ଟଣା ହୋଇଥିଲା ନିମାପଡା ବିଧାୟକ ସମୀର ରଞ୍ଜନ ଦାସ। ନିକଟରେ ଅନୁଷ୍ଠିତ ହୋଇଥିବା ପୁରୀ ଜିଲ୍ଲା ପରିଷଦ ଜୋନ୍ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ପରାଜୟ ପରେ ନିମାପଡ଼ା ବିଧାୟକଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା।


ଅନ୍ୟପଟେ କିଛି ଦିନ ତଳେ ପୋଲସରା ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନିର୍ଯାତନାର ଅଭିଯୋଗ ଆଣିଥିଲେ ଜଣେ ମହିଳା ବିଜେଡି କର୍ମୀ। ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ମହିଳା ବିଜେଡି କର୍ମୀ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏନେଇ ହୋଇଥିବା ଅଭିଯୋଗକୁ ନେଇ ବିବାଦୀୟ ହୋଇପଡ଼ିଥିଲେ ମନ୍ତ୍ରୀ ଶ୍ରୀକାନ୍ତ ସାହୁ।