ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ବିଜେପି (BJP) ଓ ମୋଦି ସରକାର (Modi Govt) ଙ୍କୁ ଆଉ ଏକ ବଡ଼ ଧରଣର ଝଟକା ଲାଗିଛି । ଶିରୋମଣି ଅକାଳୀ ଦଳ ପରେ ନ୍ୟାସନାଲ ଡେମୋକ୍ରାଟିକ୍ ପାର୍ଟି (RLP) ର ସଂଯୋଜକ ହନୁମାନ ବେନିୱାଲ (Hanuman Beniwal) ମଧ୍ୟ ଏନଡିଏ (NDA) ର ସାଥ୍ ଛାଡ଼ି ଦେଇଛନ୍ତି । ବେନିୱାଲ ଶନିବାର କୃଷକ ଏବଂ ଦଳୀୟ କର୍ମୀଙ୍କ ସହ ଦିଲ୍ଲୀ ଅଭିମୂଖେ ଯାତ୍ରା କରିଛନ୍ତି । ବେନିୱାଲ ଗତ କିଛି ଦିନ ହେବ ରାଜସ୍ଥାନରେ ନିଜ ପ୍ରଭାବଶାଳୀ ଅଞ୍ଚଳରେ ଜନସମ୍ପର୍କରେ ନିୟୋଜିତ ଥିଲେ । ଡିସେମ୍ବର ୨୬ରେ କୃଷକ ଏବଂ ଦଳୀୟ କର୍ମୀଙ୍କୁ ଦିଲ୍ଲୀ ମାର୍ଚ୍ଚ କରିବାକୁ ଆହ୍ୱାନ କରିଥିଲେ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-କୋରୋନାର ନୂଆ ଷ୍ଟ୍ରେନକୁ ନେଇ ଖୁସି ଖବର ଦେଲେ ଏମ୍ସ ନିର୍ଦ୍ଦେଶକ



ଦିଲ୍ଲୀ ମାର୍ଚ୍ଚର ଏହି ଘୋଷଣାକୁ ଦୃଷ୍ଟିରେ ରଖି ହରିୟାଣା ପୋଲିସ ଶୁକ୍ରବାର  ୨ଟାରେ ଜୟପୁର-ଦିଲ୍ଲୀ ରାଜପଥର ଦ୍ୱିତୀୟ ଲେନ୍ ବନ୍ଦ କରିଦେଇଥିଲା । ଗତ କିଛି ଦିନ ହେବ ପ୍ରଥମ ଲେନ୍ ବନ୍ଦ ରହିଥିଲା । ବହୁ ସଂଖ୍ୟାରେ କୃଷକ ହରିୟାଣା-ରାଜସ୍ଥାନର ରେୱାରୀ ସୀମାରେ ଧାରଣାରେ ବସିଛନ୍ତି । ଏହା ବ୍ୟତୀତ କୃଷକମାନେ ଶାହାଜାହାନପୁର-ଖେଡା ସୀମାରେ ମଧ୍ୟ ଧାରଣା ଦେଇଛନ୍ତି । ଟିକ୍ରି ଏବଂ ସିଙ୍ଘୁ ସୀମା ପରି କୃଷକମାନେ ମଧ୍ୟ ଏଠାରେ ଛାଉଣି କରିଛନ୍ତି । ମହାରାଷ୍ଟ୍ରରୁ ଆସୁଥିବା କୃଷକମାନେ ମଧ୍ୟ ଏଠାରେ ପହଞ୍ଚିଛନ୍ତି ।


ଅଧିକ ପଢ଼ନ୍ତୁ:-୬ ଜେଡିୟୁ ବିଧାୟକ ବିଜେପିରେ ମିଶିବା ଉପରେ ଆସିଲା ନୀତିଶ କୁମାରଙ୍କ ପ୍ରତିକ୍ରିୟା


କୃଷି ଆଇନକୁ ସମର୍ଥନ କରି ବେନିୱାଲ ସଂସଦର ତିନିଟି ଲୋକସଭା କମିଟିରୁ କିଛି ଦିନ ପୂର୍ବରୁ ଇସ୍ତଫା ଦେଇଥିଲେ । ବେନିୱାଲ କହିଛନ୍ତି ଯେ ସରକାର ଚାଷୀଙ୍କ ଆନ୍ଦୋଳନକୁ ଦମନ କରିବାକୁ ଚାହୁଁଛନ୍ତି ।


ରାଜସ୍ଥାନର ନାଗରୁର ଲୋକସଭା ସାଂସଦ ବେନିୱାଲ ନଭେମ୍ବର ୩୦ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି କହିଥିଲେ ଯେ ତିନୋଟି କୃଷି ଆଇନ ପ୍ରତ୍ୟାହାର ଏବଂ ସ୍ୱାମୀନାଥନ ଆୟୋଗର ସମସ୍ତ ସୁପାରିଶକୁ କାର୍ଯ୍ୟକାରୀ କରିବାର କାର୍ଯ୍ୟ ତୁରନ୍ତ କରା ନ ଗଲେ ଆରଏଲପି ଏନଡିଏରେ ରହିବା ଉପରେ ପୁନର୍ବିଚାର କରିବ । ଗତ ବର୍ଷ ଲୋକସଭା ନିର୍ବାଚନରେ ​​ବେନିୱାଲଙ୍କ ଦଳ ବିଜେପି ସହ ମେଣ୍ଟ କରିଥିଲା ।


ଅଧିକ ପଢ଼ନ୍ତୁ:-'ଗୁଣ୍ଡା-ମାଫିଆ ରାଜ୍ୟ ଛାଡି ଦିଅ, ନଚେତ୍ ୧୦ ଫୁଟ ମାଟି ତଳେ ପୋତି ଦେବି'


ଜନସଂଖ୍ୟା ଦୃଷ୍ଟିରୁ ରାଜସ୍ଥାନର ବୃହତ ଜାଟ ସମ୍ପ୍ରଦାୟରୁ ଆସିଥିବା ବେନିୱାଲ ବୋଧହୁଏ ଜାଣିଛନ୍ତି ଯେ ଯଦି କୃଷକଙ୍କ ଏହି ଆନ୍ଦୋଳନ ସମୟରେ ତାଙ୍କୁ ସରକାରଙ୍କ ସହ ଦେଖାଯାଏ, ତେବେ ତାଙ୍କୁ ରାଜନୈତିକ କ୍ଷତି ସହିବାକୁ ପଡ଼ିପାରେ ।