ଭୁବନେଶ୍ୱର: ଖଣ୍ଡପଡ଼ାର ପୂର୍ବତନ ବିଧାୟକ ତଥା ବିଜେଡି ଯୁବନେତା ଅନୁଭବ ପଟ୍ଟନାୟକ ଦଳରୁ ଇସ୍ତଫା ଦେଇଛନ୍ତି।  ପ୍ରାର୍ଥୀ ତାଲିକାରେ ନାଁ ନପାଇବାରୁ ନିରାଶ ହୋଇ ସେ ଇସ୍ତଫା ଦେଇଥିବା ସୂଚନା ମିଳିଛି। ଏପରିକି ସେ ସ୍ୱାଧୀନ ଭାବେ ଲଢ଼ିବା ସମ୍ଭାବନା ରହିଛି। 


COMMERCIAL BREAK
SCROLL TO CONTINUE READING

ଗତକାଲି ଟ୍ୱିଟରରେ ଅନୁଭବ ନିର୍ବାଚନ ଲଢ଼ିବା ମିଶନରେ ଥିବା ନେଇ ଏପ ପୋଷ୍ଟ ଲେଖିଥିଲେ। ସେଥିରେ ସେ ନିଜର ଦୁଇଟି ଫଟୋ ପୋଷ୍ଟ କରି ଉଲ୍ଲେଖ କରିଥିଲେ ‘ ଯେତେବେଳେ ଆପଣ ଏକ ମିଶନରେ ଅଛନ୍ତି ସେତେବଳେ ସବୁକିଛି ସମ୍ଭବ ହୋଇଥାଏ। ୬ ମାସ ଭିତରେ ପରିବରତ୍ତନ ଆସିଛି। ସେ ଏବେ ‘ଧର୍ମଯୁଦ୍ଧ’ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି। ଆପଣମାନେ ପ୍ରସ୍ତୁତ କି?  ବୋଲି ପ୍ରଶ୍ନ କରିଛନ୍ତି। ‘ଆମେ ଲଢ଼ିବା ଖଣ୍ଡପଡ଼ା ଗଡ଼ିବା’ ବୋଲି ସେ ଉଲ୍ଲଖ କରିଛନ୍ତି। 


ଅନୁଭବଙ୍କ ଏହି ଟ୍ୱିଟ୍‍ ତାଙ୍କୁ ଟିକଟ ନମିଳିବାର ପୂର୍ବ ଇଙ୍ଗିତ ମିଳିଥିବା ସୂଚନା ଦେଉଛି। ଦଳ ତାଙ୍କ ପ୍ରତି ବାରମ୍ବାର ଅନ୍ୟାୟ କରି ଆସିଛି। ଆଜି ଟିକଟ ନମିଳିବା ଆଉ ଏକ ଅନ୍ୟାୟ ବୋଲି ସେ କହି ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। 


ଏହା ସହ ଆସନ୍ତା କାଲି ସେ ସ୍ୱାଧୀନ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିବେ ବୋଲି ସୂଚନା ଦେଇଛନ୍ତି। ୨୦୧୪ ମସିହାରେ  ମସିହାରେ ଖଣ୍ଡପଡ଼ାରୁ ସେ ବିଜୟୀ ହୋଇଥିଲେ। ୨୦୧୯ ମସିହାରେ ଦଳ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ସେଠାରେ ପ୍ରାର୍ଥୀ କରାଯାଇଥିଲା। ଏବେ ଏହି ଦୁଇ ନେତାଙ୍କ ଭିତରୁ  କେହି ଦଳରେ ନାହାନ୍ତି।