Asaduddin Owaisi on BJP: ମହାରାଷ୍ଟ୍ରସ୍ଥିତ ଭିୱାଣ୍ଡ ଠାରେ ଆୟୋଜିତ ହୋଇଥିବା ଏକ ରାଲିକୁ ସମ୍ବୋଧିତ କରିବା ଅବସରରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସି। କୁତୁବମୀନାର, ଜ୍ଞାନବ୍ୟାପୀ ମସଜିଦ, ତାଜମହଲ ପ୍ରସଙ୍ଗକୁ ନେଇ ଚାଲିଥିବା ବିବାଦ ସମ୍ପର୍କରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ବିଜେପି-ଆରଏସଏସ ମିଳିତ ଭାବେ ଆମର ଚିହ୍ନବର୍ଣ୍ଣ ଲିଭାଇବାକୁ ଚାହୁଁଛନ୍ତି। ଟୋପି ଏବଂ ମସଜିଦ ଦେଶ ପାଇଁ କ'ଣ ବିପଦ ବୋଲି ପ୍ରଶ୍ନ କରିଛନ୍ତି ସେ।


COMMERCIAL BREAK
SCROLL TO CONTINUE READING

ଭିୱାଣ୍ଡ ଠାରେ ଆୟୋଜିତ ହୋଇଥିବା ରାଲିକୁ ସମ୍ବୋଧିତ କରିବା ଅବସରରେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସି କହିଛନ୍ତି ମୁସଲମାନଙ୍କୁ ଭୟଭୀତ କରାଯାଉଛି। ସେମାନଙ୍କୁ ନିରାଶ କରାଯାଉଛି। ଯଦି ଏହା ଜାରି ରହେ, ତାହେଲେ ଗଣତନ୍ତ୍ର ଉପରୁ ଲୋକଙ୍କ ବିଶ୍ୱାସ ନଷ୍ଟ ହୋଇଯିବ। କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷି ସେ କହିଛନ୍ତି ଯେ ଭାରତ ମୋର କିମ୍ବା ମୋଦିଙ୍କର ନୁହେଁ। ଦେଶ ହେଉଛି ଦ୍ରାବିଡ଼ ଆଦିବାସୀଙ୍କ। ବିଜେପି ଦିନରାତି ମୋଗଲ ମୋଗଲ କରୁଛି। ମୋଗଲଙ୍କ କାରଣରୁ କ'ଣ ଦରଦାମ-ବେକାରୀ ବୃଦ୍ଧି ପାଇଛି?


ଆରଏସଆସ ବିରୋଧରେ ବର୍ଷି ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସି କହିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ହେଉଛି ମୁସଲିମ ବିରୋଧି। ଉଭୟ ଆରଏସଏସ-ବିଜେପି ଯୁଦ୍ଧ ଘୋଷଣା କରି ସାରିଛନ୍ତି। ମସଜିଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ସେ କହିଛନ୍ତି ପ୍ରଥମେ ବାବ୍ରି ମସଜିଦ ଆମ ଠାରୁ ଛଡ଼ାଇ ନିଆଗଲା। ଏବେ ଜ୍ଞାନବ୍ୟାପୀ ମସଜିଦ ଛଡାଇବାକୁ ପ୍ରୟାସ କରାଯାଉଛି।


Also Read: ପେଟ୍ରୋଲ ଦର ବୃଦ୍ଧି ପାଇଁ ଔରଙ୍ଗଜେବ ଏବଂ ଦରଦାମ ବୃଦ୍ଧି ପାଇଁ ମୋଗଲ ଦାୟୀ'  


ଏଆଇଏମ୍ଆଇଏମ୍ ମହାରାଷ୍ଟ୍ର ଶାଖା ନେତା ଖାଲିଦ ଗୁଡୁଙ୍କ ଗିରଫଦାରୀ ଉପରେ ପ୍ରତିକ୍ରିୟା ରଖି  ଅସାଦୁଦ୍ଦିନ ଓୱେସି କହିଛନ୍ତି ଯେ ଏହା ନ୍ୟାୟ ପ୍ରତି ଅପମାନ। ଶିବସେନା-ଏନସିପି କ୍ଷମତା ନିଶାରେ ଅନ୍ଦ ହୋଇପଡ଼ିଛନ୍ତି। ସେମାନେ ଜାଣିବା  ଆବଶ୍ୟକ ଯେ କ୍ଷମତା ଚିରସ୍ଥାୟୀ ନୁହେଁ। ଖାଲିଦ ଗୁଡୁଙ୍କୁ ଗିରଫ କରି ଜେଲ ପଠାଇବା ଏକ ଷଡଯନ୍ତ୍ର। ତାଙ୍କ ରାଜନୈତିକ କ୍ୟାରିଅର ଶେଷ କରିବା ପାଇଁ ଏହା କରାଯାଇଛି। ମହାରାଷ୍ଟ୍ର ରାଜନୀତିରେ କଂଗ୍ରେସ ଶିବସେନା-ଏନସିପି ସହ ବିବାହ କରିଛି। ଏଆଇଏମ୍ଆଇଏମ୍ ଭିୱାଣ୍ଡ ଅଧ୍ୟକ୍ଷ ଖାଲିଦ ଗୁଡୁଙ୍କୁ ଗତ କିଛି ମାସ ହେବ ଆଧାରୱାଡି଼ କାରାଗାରରେ ରଖାଯାଇଛି। 


ନିକଟରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଉଦ୍ଦେଶ୍ୟରେ କଟାକ୍ଷ କରି ଅସାଦୁଦ୍ଦିନ ଓୱେସି କହିଥିଲେ ଦେଶରେ ତୈଳ ଦର ବୃଦ୍ଧି ପାଇଁ ଔରଙ୍ଗଜେବ ଏବଂ ଦରଦାମ ବୃଦ୍ଧି ପାଇଁ ମୋଗଲ ଦାୟୀ। ଦେଶର ବିଭିନ୍ନ ସମସ୍ୟା ଲାଗି ମୋଗଲଙ୍କୁ ଦାୟୀ କରାଯାଉଛି। ଦରଦାମ ବୃଦ୍ଧି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରି ଏଆଇଏମଆଇଏମ ଅଧ୍ୟକ୍ଷ କହିଛନ୍ତି  ପେଟ୍ରୋଲ-ଡିଜେଲ ଦର ବଢିବା ପାଇଁ ଔରଙ୍ଗଜେବ ଦାୟୀ। ଆକବର କାରଣରୁ ଦରଦାମ ବୃଦ୍ଧି ହୋଇଛି। ଶାହାଜହାଁ ଲାଗି ବେରୋଜଗାରୀ ବଢିଛି।