Asaduddin Owaisi: ନୀତିଶ କୁମାରଙ୍କ ପିଏମ ପ୍ରାର୍ଥୀତ୍ବକୁ ନେଇ ଅସଦୁଦ୍ଦିନ ଓୱେସି ଦେଲେ ବଡ ବୟାନ
Owaisi On Nitish Kumar: ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓୱେସି (AIMIM Leader Asaduddin Owaisi) କହିଛନ୍ତି ଯେ, ଯଦି ବିଜେପି ବିରୋଧରେ ଚେହେରା ଲଢେଇ ହୁଏ ତେବେ କଷ୍ଟକର ହେବ।
Owaisi On Nitish Kumar: ଲୋକସଭା ନିର୍ବାଚନ (MP Election)କୁ ଆଉ ହାତରେ ମାତ୍ର ଦୁଇ ବର୍ଷ। ସରକାରରେ ଥିବା ବିଜେପି ସମେତ ମୁଖ୍ୟ ବିରୋଧି ଦଳ କଂଗ୍ରେସ ଏଥିପାଇଁ ଅଣ୍ଟା ଭିଡିସାରିଲାଣି। ସେପଟେ ନିର୍ବାଚନକୁ ନେଇ ସମଗ୍ର ଦେଶରେ ଯେତିକି ଚର୍ଚ୍ଚା ହେଉନାହିଁ କେବଳ ବିହାରରେ ତାଠାରୁ ଅଧିକ ଚର୍ଚ୍ଚା ଚାଲିଛି। ନୀତିଶ କମାରଙ୍କ ଦିଲ୍ଲୀ ଗସ୍ତ ପରେ ଗୋଟିଏ ପରେ ଗୋଟିଏ ନେତା ତାଙ୍କ ଉପରେ ଟିକାଟିପ୍ପଣୀ କରିଚାଲିଛନ୍ତି।
୨୦୨୪ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi)ଙ୍କୁ ଚ୍ୟାଲେଞ୍ଜ କରି ବିରୋଧୀ ଏକତା ପ୍ରଦର୍ଶନ କରୁଛି। ବିହାର ସିଏମ ନୀତିଶ କୁମାର (Nitish Kumar) ମଧ୍ୟ ବିଭିନ୍ନ ରାଜ୍ୟ ଗସ୍ତ (State Visit)ରେ ଯାଇ ବିରୋଧୀ ଦଳର ନେତା (Leader Of The Opposition Party) ଙ୍କୁ ଭେଟୁଛନ୍ତି। ଏହି ସମୟରେ ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓୱେସି କହିଛନ୍ତି ଯେ, ଯଦି ବିଜେପି ବିରୋଧରେ ଚେହେରା ଲଢେଇ ହୁଏ ତେବେ କଷ୍ଟକର ହେବ। ଅନେକ ଲୋକ ଚେଷ୍ଟା କରୁଛନ୍ତି, କିନ୍ତୁ ଯଦି ଆପଣ ପିଏମ ମୋଦିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ତେବେ ବିଜେପିକୁ ଫାଇଦା ହୋବ। ଯିଏ ଯେଉଁଠାରେ ଅଛନ୍ତି ସେହିଠାରୁ ତାଙ୍କୁ ଲଢେଇ କରିବା ଆବଶ୍ୟକ। ବିରୋଧୀ ଦଳରୁ ନୀତିଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ମଧ୍ୟ ସେ ସହମତ ନଥିବା ଜଣାପଡିଥିଲେ।।
AIMIM ନେତା ଅସଦୁଦ୍ଦିନ ଓୱେସି ନୀତିଶ କୁମାରଙ୍କୁ ଟ୍ୱିଟ କରି ଟାର୍ଗେଟ କରିବା ସହ କହିଛନ୍ତି ଯେ, ନୂଆ ନୂଆ 'ସେକୁଲାର୍ ଚାଚା' ନୀତିଶ କୁମାରଙ୍କ ଶାସନରେ ମଧ୍ୟ ପିଲାମାନେ ସୁରକ୍ଷିତ ନୁହଁନ୍ତି, ସେମାନଙ୍କୁ ରସିରେ ବାନ୍ଧି କୋର୍ଟରେ ହାଜର କରାଯାଇଛି। ପୋଲିସ ଦଙ୍ଗାକାରୀଙ୍କୁ ଧରିବା ପରିବର୍ତ୍ତେ ମୁସଲମାନ ପିଲାମାନଙ୍କୁ ଟାର୍ଗେଟ କରୁଛି। ପୋଲିସ କର୍ମଚାରୀଙ୍କୁ କଠୋର ଦଣ୍ଡ ମିଳିବା ଉଚିତ ଏବଂ ପିଲାଙ୍କ ପରିବାର ସଦସ୍ୟ କ୍ଷତିପୂରଣ ପାଇବା ଉଚିତ୍।
ଅସଦୁଦ୍ଦିନ ଓୱେଇସି ସ୍ପଷ୍ଟ ଭାବରେ କହିଛନ୍ତି ଯେ, ନୀତିଶ କୁମାର କେତେବେଳେ ବିଜେପି ସହ ରୁହନ୍ତି ତ କେତେବେଳେ ପଟ ପରିବର୍ତ୍ତନ କରିଦିଅନ୍ତି। ବଳବାନ ମାନେ ସର୍ବଦା ବଳବାନ ମାନଙ୍କୁ ସମର୍ଥନ କରନ୍ତି। ଯଦି ପିଏମ ମୋଦିଙ୍କୁ କୌଣସି ଚେହେରା ଆଗରେ ରଖି ଚ୍ୟାଲେଞ୍ଜ କରାଯାଏ, ତେବେ ବିଜେପି ଏଥିରୁ ଲାଭବାନ ହେବ।
ଏଠାରେ କହିରଖୁଛି ଯେ, ନିକଟରେ ନୀତିଶ କୁମାର ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଥିଲେ। ୟୁପି ଏବଂ ବିହାରରେ ମହାମେଣ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚ୍ୟାଲେଞ୍ଜ କରିବାକୁ ଉଦ୍ୟମ କରାଯାଉଛି ବୋଲି ବିଶ୍ୱାସ କରାଯାଏ। ଲକ୍ଷ୍ନୌର ଏସପି କାର୍ଯ୍ୟାଳୟରେ ଏକ ହୋଲଡିଂରେ ନୀତିଶ କୁମାର ଏବଂ ଅଖିଳେଶ ଯାଦବଙ୍କୁ ମଧ୍ୟ ଏକାଠି ଦେଖିବାକୁ ମିଳିଥିଲା।
ନୀତିଶ କୁମାର ଗତ ୮ ତାରିଖରେ କହିଥିଲେ ଯେ, ଅଧିକାଂଶ ନେତାଙ୍କ ଗୋଟିଏ ମତ ହେବାକୁ ଯାଉଛି । ବିଜେପି ବିରୋଧରେ ସମଗ୍ର ଦେଶରେ ବିଭିନ୍ନ ଦଳର ଏକତା ରହିଲେ ଭଲ ହେବ । ସମସ୍ତଙ୍କ ସହିତ ଏକ ଭଲ ବାର୍ତ୍ତାଳାପ ହୋଇଛି । ଅଲଗା ଅଲଗା ରାଜ୍ୟରେ କିପରି ସମସ୍ତ ଲୋକଙ୍କୁ ଏକଜୁଟ ହେବାକୁ ପଡିବ, ଏହା ଉପରେ ଅଧିକ ଆଲୋଚନା ହେବ । ଏହି ସାକ୍ଷାତରେ ବହୁତ ଭଲ ପ୍ରତିକ୍ରିୟା ଆସିଛି । ଆମେ ଆଉ ଏକ କଥା କହିଛୁ ଯେ ଯଦି ଆମେ ଏକାଠି ଲଢ଼ିବା ତେବେ ଦେଶର ବିକାଶ କାର୍ଯ୍ୟ ହେବ ।