ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ଗୋଆ, ମଣିପୁର, ଉତ୍ତରାଖଣ୍ଡ, ପଞ୍ଜାବ ଉତ୍ତର ପ୍ରଦେଶ ପ୍ରଭୃତି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ହୋଇଥିବା ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ଲାଗି ଜାରି ରହିଛି ମତ ଗଣନା।      


COMMERCIAL BREAK
SCROLL TO CONTINUE READING

ମଧ୍ୟାନ୍ନ ୨ଟା ୩୦ ମିନିଟ ପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ପକ୍ଷରୁ ମିଳିଥିବା ଖବର ଅନୁସାରେ ମୋଟ ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭା ନିର୍ବାଚନରେ ଉଭୟ ବିଜେପି-କଂଗ୍ରେସ ୨-୨ ଆସନରେ ବାଜିମାତ କରିଛନ୍ତି। ବର୍ତ୍ତମାନ ବାକି ୩୬ ଆସନ ପାଇଁ ଜାରି ରହିଛି ଭୋଟ ଗଣତି।


ଏହି ରାଜ୍ୟରେ କେତେ ଆସନରେ ଆଗୁଆ ଅଛନ୍ତି କେଉଁ ଦଳ


  • ଆମ ଆଦମୀ ପାର୍ଟି: ୨ 

  • ବିଜେପି:୧୮

  • ଗୋଆ ଫରୱାର୍ଡ ପାର୍ଟି:୧

  • ସ୍ୱାଧିନ:୩

  • କଂଗ୍ରେସ:୯

  • ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି:୨

  • ରିଭୋଲ୍ୟୁସନାରୀ ଗୋଆନ୍ସ ପାର୍ଟି:୧


ସେହିପରି ୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭା ନିର୍ବାଚନରେ ଖାତା ଖୋଲିଛନ୍ତି ବିଜେପି-ଜେଡିୟୁ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ୪୧ ଆସନରେ ଭୋଟ ଗଣତି ଜାରି ରହିଥିବା ବେଳେ ୧୯ ନିର୍ବାଚନମଣ୍ଡଳୀର ମତ ଗଣନା ବାବଦରେ କୌଣସି ଖବର ମିଳିନାହିଁ। 
ଏଠାରେ କେଉଁ ଦଳ ଜିତିଛି କେତେ ଆସନ


  • ବିଜେପି:୧

  • ଜେଡିୟୁ: ୩


ଏହି ରାଜ୍ୟରେ କେତେ ଆସନରେ କେଉଁ ଦଳ ରହିଛି ଆଗୁଆ


  • ବିଜେପି:୨୦

  • ସ୍ୱାଧିନ: ୨

  • କଂଗ୍ରେସ: ୩

  • ଜେଡିୟୁ:୨

  • କୁକି ପିପୁଲ୍ସ ଆଲାଏନ୍ସ: ୧

  • ନାଗା ପିପୁଲ୍ସ ଫ୍ରଣ୍ଟ:୫

  • ନେସନାଲ ପିପୁଲ୍ସ ପାର୍ଟି:୫


ସେହିପରି ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ନିର୍ବାଚନରେ ଖାତା ଖୋଲିଛନ୍ତି ବିଜେପି, ସ୍ୱାଧିନ, କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ୧୭ ଆସନର ଫଳାଫଳ ଆସିଥିବା ବେଳେ ୧୦୦ ନିର୍ବାଚନମଣ୍ଡଳୀରେ ଜାରି ରହିଛି ଭୋଟ ଗଣତି। 
ଏଠାରେ କେଉଁ ଦଳ ଜିତିଛି କେତେ ଆସନ


  • ଆମ ଆଦମୀ ପାର୍ଟି: ୧୩

  • ବିଜେପି: ୧

  • ସ୍ୱାଧିନ:୧

  • କଂଗ୍ରେସ: ୨


ଏହି ରାଜ୍ୟରେ କେତେ ଆସନରେ କେଉଁ ଦଳ ରହିଛି ଆଗୁଆ


  • ଆମ ଆଦମୀ ପାର୍ଟି: ୭୯

  • ବିଜେପି:୧ 

  • କଂଗ୍ରେସ: ୧୬

  • ବହୁଜନ ସମାଜ ପାର୍ଟ:୧

  • ଶିରୋମଣି ଅକାଳୀ ଦଳ: ୩  


ସେହିପରି ୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଲାଗି ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ଜାରି ରହିଛି ମତଗଣନା। 
ଏହି ରାଜ୍ୟରେ କେତେ ଆସନରେ କେଉଁ ଦଳ ରହିଛି ଆଗୁଆ


  • ବିଏସପି:୨

  • ବିଜେପି: ୪୯

  • ସ୍ୱାଧିନ: ୨

  • କଂଗ୍ରେସ:୧୭



ମୋଟ ୪୦୩ ଆସନ ବିଶିଷ୍ଟ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ଜାରି ରହିଛି ମତଗଣନା।  ଏହି ରାଜ୍ୟରେ କେତେ ଆସନରେ କେଉଁ ଦଳ ରହିଛି ଆଗୁଆ


  • ଅପନା ଦଳ ସୋନଲାଲ:୧୧

  • ବିଏସପି:୨

  • ବିଜେପି:୨୪୪

  • କଂଗ୍ରେସ:୧

  • ଜନସତ୍ତା ଦଳ ଲୋକତାନ୍ତ୍ରିକ:୨

  • ନିଷାଦ ପାର୍ଟି: ୫

  • ରାଷ୍ଟ୍ରୀୟ ଲୋକ ଦଳ: ୯

  • ସମାଜବାଦୀ ପାର୍ଟି: ୧୨୫

  • ସୁହଲଦେବ ଭାରତୀୟ ସମାଜ ପାର୍ଟି: ୪