ବଦଳିଲା ପଞ୍ଜାବ ବିଧାନସଭା ନିର୍ବାଚନର ତାରିଖ, ବର୍ତ୍ତମାନ ଏହି ଦିନ ହେବ ମତଦାନ
ରବିଦାସ ଜୟନ୍ତୀଙ୍କୁ ଦୃଷ୍ଟିରେ ରଖି କଂଗ୍ରେସ (Congress) ସମେତ ଅନ୍ୟାନ୍ୟ ରାଜନୈତିକ ଦଳ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ଦାବି କରିଥିଲେ, ଯାହାକୁ ସ୍ୱୀକାର କରିନେଇଛି କେନ୍ଦ୍ର ନିର୍ବାଚନ ଆୟୋଗ (Central Election Commission) ।
ନୂଆଦିଲ୍ଲୀ: Punjab Election 2022 Postponed: ପଞ୍ଜାବ ବିଧାନ ସଭା ନିର୍ବାଚନ ତାରିଖରେ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଫେବୃଆରୀ ୨୦ରେ ନିର୍ବାଚନ ହେବ । ରବିଦାସ ଜୟନ୍ତୀଙ୍କୁ ଦୃଷ୍ଟିରେ ରଖି କଂଗ୍ରେସ (Congress) ସମେତ ଅନ୍ୟାନ୍ୟ ରାଜନୈତିକ ଦଳ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ଦାବି କରିଥିଲେ, ଯାହାକୁ ସ୍ୱୀକାର କରିନେଇଛି କେନ୍ଦ୍ର ନିର୍ବାଚନ ଆୟୋଗ (Central Election Commission) ।
ସୂଚନାଯୋଗ୍ୟ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି (Punjab Chief Minister Charanjit Singh Channi), ଆମ୍ ଆଦମୀ ପାର୍ଟି (AAP), ବିଜେପି (BJP), ଅକାଳୀ ଦଳ ଏବଂ କ୍ୟାପଟେନ ଅମରିନ୍ଦର ସିଂ (Captain Amarinder Singh) ନିର୍ବାଚନ ଆୟୋଗକୁ ନିର୍ବାଚନ ତାରିଖ ଘୁଞ୍ଚାଇବା ପାଇଁ ଅପିଲ କରିଥିଲେ । ସମସ୍ତଙ୍କ ଦାବି ଥିଲା ଯେ, ଫେବୃଆରୀ ୧୬ ହେଉଛି ଶ୍ରୀ ଗୁରୁ ରବିଦାସଙ୍କ ଜୟନ୍ତୀ । ଏହି ଅବସରରେ ଲକ୍ଷ ଲକ୍ଷ ଲୋକ ବନାରସକୁ ଯାଆନ୍ତି । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ତାରିଖ ପରିବର୍ତ୍ତନ କରିଛନ୍ତି ।
ଏହା ବି ପଢ଼ନ୍ତୁ:-ଜରୁରୀ ଖବର! ଯଦି ଆପଣ ଏକରୁ ଅଧିକ ଆକାଉଣ୍ଟ ଖୋଲିଛନ୍ତି ତ ଆଜି ହିଁ ଏହାକୁ କରନ୍ତୁ ବନ୍ଦ, ନଚେତ୍...
ଏହା ବି ପଢ଼ନ୍ତୁ:-ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି, ଜାଣନ୍ତୁ ଆପଣଙ୍କ ସହରରେ ଶସ୍ତା ନା ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ
ଏହା ବି ପଢ଼ନ୍ତୁ:-ଆଶ୍ୱସ୍ତିକର ଖବର: ଗତକାଲି ତୁଳନାରେ ଆଜି କୋରୋନା ମାମଲାରେ ହ୍ରାସ, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ
ସୂଚନାନୁସାରେ, ଦାବିକୁ ଦୃଷ୍ଟିରେ ରଖି ପଞ୍ଜାବରେ ମତଦାନର ତାରିଖ ବୃଦ୍ଧି ପ୍ରସଙ୍ଗରେ ନିର୍ବାଚନ ଆୟୋଗ ଆଜି ଏକ ବୈଠକ କରିଛନ୍ତି । ଏହି ବୈଠକରେ ନିର୍ବାଚନ ତାରିଖ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଏଠାରେ କହି ରଖୁଛୁ ଯେ, ୟୁପି ସମେତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିଲା । ୟୁପିରେ ସାତୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ଉତ୍ତର ପ୍ରଦେଶରେ ଫେବୃଆରୀ ୧୦ରେ ପ୍ରଥମ ପର୍ଯ୍ୟାୟର ମତଦାନ ହେବ, ଫେବୃଆରୀ ୧୪ରେ ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ପ୍ରଦେଶରେ ମତଦାନ ହେବ ଏହାସହ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟ, ଗୋଆରେ ଗୋଟିଏ ପର୍ଯ୍ୟାୟ ମତଦାନ ଶେଷ ହେବ । ଫେବୃଆରୀ ୨୦ରେ ଉତ୍ତର ପ୍ରଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ, ଏହି ଦିନ ପଞ୍ଜାବରେ ମଧ୍ୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ । ଫେବୃଆରୀ ୨୩ରେ ଉତ୍ତର ପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଫେବୃଆରୀ ୨୭ରେ ଉତ୍ତର ପ୍ରଦେଶର ପଞ୍ଚମ ପର୍ଯ୍ୟାୟ ଓ ମଣିପୁରର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ ।
ମାର୍ଚ୍ଚ ୩ରେ ଉତ୍ତର ପ୍ରଦେଶରେ ଷଷ୍ଠ ପର୍ଯ୍ୟାୟ ଓ ମଣିପୁରର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ମାର୍ଚ୍ଚ ୭ରେ ଉତ୍ତର ପ୍ରଦେଶର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହେବ । ମାର୍ଚ୍ଚ ୧୦ରେ ଫଳାଫଳ ଆସିବ ।