Tripura-Meghalaya-Nagaland Assembly Election 2023:  ଚଳିତ ବର୍ଷ ଦେଶର ୩ ପୂର୍ବୋତ୍ତର ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ, ମେଘାଳୟରେ ଅନୁଷ୍ଠିତ ହେଉଛି ବିଧାନସଭା ନିର୍ବାଚନ।  ତ୍ରିପୁରା ବିଧାନସଭା ନିର୍ବାଚନ ୨୦୨୩ ଲାଗି ଫେବୃଆରୀ ୧୬ ତାରିଖରେ ଅନୁଷ୍ଠିତ ହେବ ମତଦାନ। ଅନ୍ୟପଟେ ୨୦୨୩ ନାଗାଲାଣ୍ଡ ଏବଂ ମେଘାଳୟ ବିଧାନସଭା ନିର୍ବାଚନ ପାଇଁ ୨୭ ଫେବୃଆରୀରେ ହେବ ଭୋଟ ଗ୍ରହଣ। ଏହି ୩ ରାଜ୍ୟ ମଧ୍ୟରୁ ତ୍ରିପୁରାରେ ବିଜେପି କ୍ଷମତାସୀନ ରହିଛି। ଅନ୍ୟପଟେ ନାଗାଲାଣ୍ଡ ଏବଂ ମେଘାଳୟରେ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟ ସରକାର ଗଠନ କରିଛି।    


COMMERCIAL BREAK
SCROLL TO CONTINUE READING

ଗତ ୨୦୨୮ ତ୍ରିପୁରା ବିଧାନସଭା ନିର୍ବାଚନରେ ବିଜେପି ବାମମେଣ୍ଟକୁ ପରାସ୍ତ କରି ରାଜ୍ୟରେ ପ୍ରଥମ ଥର ଲାଗି ସରକାର ଗଠନ କରିଥିଲେ। ଅନ୍ୟପଟେ ୨୦୧୮ ମେଘାଳୟ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିନଥିଲା। ପରେ ବିଜେପି ସହ ରାଜ୍ୟର ଅନ୍ୟ ଆଞ୍ଚଳିକ ଦଳ ମିଶି ସରକାର ଗଠନ କରିଥିଲେ। ଅନ୍ୟପଟେ ୨୦୨୮ ନାଗାଲାଣ୍ଡ ବିଧାନସଭା ନିର୍ବାଚନରେ ବିଜେପି-ଏନଡିପିପି ମେଣ୍ଚ ବାଜିମାତ କରିଥିଲା। 


ଦେଶର ଯେଉଁ ୩ ପୂର୍ବୋତ୍ତର ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ସେଠାରେ ଉଭୟ ଜାତୀୟ ତଥା ଆଞ୍ଚଳିକ ଦଳର ନେତାଙ୍କ ଭାଗ୍ୟ ବାଜିରେ ଲାଗିଛି। ସେମାନେ ହେଉଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା, ତ୍ରିପୁରା ବିରୋଧୀ ଦଳ ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଣିକ ସରକାର, ମେଘାଳୟର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମାସ ଏବଂ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା ଏବଂ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓ। 


ମାଣିକ ସାହ: ବର୍ତ୍ତମାନ ୭୦ ବର୍ଷୀୟ ବିଜେପି ନେତା ମାଣିକ ସାହା ତ୍ରିପୁରା ମୁଖ୍ୟମନ୍ତ୍ରୀ ଅଛନ୍ତି। ବିଜେପି ହାତ ଧରିବା ପୂର୍ବରୁ ସେ କଂଗ୍ରେସ ଦଳରେ ଥିଲେ। ଗତ ୨୦୧୬ ବର୍ଷରେ ମାଣିକ ସାହା କଂଗ୍ରେସ ଛାଡ଼ି ବିଜେପି ହାତ ଧରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କୁ ହଟାଇ ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା। ଏଥର ମାଣିକ ସାହାଙ୍କୁ ରାଜ୍ୟରେ ବାମମେଣ୍ଟକୁ ମାତ ଦେବାରେ ଦାୟିତ୍ୱ ଦିଆଯାଇଛି।


ମାଣିକ ସରକାର:  ୭୪ ବର୍ଷୀୟ ସିପିଏମ ନେତା ମାଣିକ ସରକାର ହେଉଛନ୍ତି ତ୍ରିପୁରା ବିରୋଧି ଦଳ ନେତା। ପୂର୍ବରୁ ମାଣିକ ସରକାର ୨୦ ବର୍ଷ ଧରି ତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନରେ  ସିପିଏମ ନେତୃତ୍ୱାଧିନ ବାମମେଣ୍ଟର ନେତୃତ୍ୱ ତାଙ୍କ କାନ୍ଧରେ ନ୍ୟସ୍ତ କରାଯାଇଛି।


କନରାଡ ସାଙ୍ଗମା: ବର୍ତ୍ତମାନ ମେଘାଳୟ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ଏନପିପି ମୁଖ୍ୟ କନରାଡ ସାଙ୍ଗମା। ଦେଶର ଏହି ପୂର୍ବୋତ୍ତର ରାଜ୍ୟରେ ଜାତୀୟ ଏବଂ ଆଞ୍ଚଳିକ ଦଳ ଟିଏମସି ନିଜର ଶକ୍ତି ବୃଦ୍ଧି କରୁଛି। ଟିଏମସି ନେତା ମୁକୁଲ ସାଙ୍ଗମା ୮ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି। ଯିଏ ଏବେ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରୁଛନ୍ତି। ଗତ ବର୍ଷ ଦଳର କିଛି ବିଧାୟକଙ୍କ ସହ କଂଗ୍ରେସ ଛାଡି ଟିଏମସି ହାତ ଧରିଥିଲେ ମୁକଲ ସାଙ୍ଗମା। ଅନ୍ୟପଟେ ୪୫ ବର୍ଷୀୟ କନରାଡ ସାଙ୍ଗମାଙ୍କ ପାଇଁ ମୁକୁଲ ସାଙ୍ଗମା ଜଣେ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ କ୍ଷମତାସୀନ ଏନଡିଏ ସରକାରରେ ବିଜେପି ଯଦିଓ ଏକ ସହଯୋଗୀ ରହିଛି, ହେଲେ ଏଥରର ନିର୍ବାଚନ ବିଜେପି ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଯଦି ୨୦୨୩ ମେଘାଳୟ ବିଧାନସଭା ନିର୍ବାଚନରେ ବିଜେପି କୌଣସି ଚମତ୍କାର କରେ ତାହେଲେ ଏନପିପି ମୁଖ୍ୟ କନରାଡ ସାଙ୍ଗମାଙ୍କ ସମସ୍ୟା ସୃଷ୍ଟି କରିପାରେ। 


ମୁକୁଲ ସାଙ୍ଗମା:  ପୂର୍ବତନ ମେଘାଳୟ ମୁଖ୍ୟମନ୍ତ୍ରୀ ତଥା  ବର୍ଷିୟ ଟିଏମସି ନେତା ମୁକୁଲ ସାଙ୍ଗମା ତାଙ୍କ ଦଳ ପାଇଁ ଏକ ଭରସା। ବିଶେଷଜ୍ଞଙ୍କ ଦୃଷ୍ଟିରେ ମୁକୁଲ ସାଙ୍ଗମା ରାଜ୍ୟରେ ଦଳର ଶକ୍ତି ବୃଦ୍ଧି କରିପାରିବେ। ଗତ ବର୍ଷ କିଛି କଂଗ୍ରେସ ବିଧାୟକଙ୍କ ସହ ଟିଏମସି ହାତ ଧରିଥିଲେ। ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଫାର୍ମ I-PAC ମୁକୁଲ ସାଙ୍ଗମାଙ୍କୁ ନିର୍ବାଚନରେ ସହଯୋଗ କରୁଛି। ବର୍ତ୍ତମାନର ମେଘାଳୟ ବିରୋଧି ଦଳ ନେତା ମୁକୁଲ ସାଙ୍ଗମା ଏତର ନିର୍ବାଚନରେ ​​ଏକ ପରିବର୍ତ୍ତନ ଆଣିବେ ବୋଲି ବିଶ୍ୱାସ କରାଯାଉଛି।


ନେଫ୍ୟୁରିଓ: ୭୨ ବର୍ଷୀୟ ଏନଡିପିପି ନେତା ନେଫ୍ୟୁ ରିଓ ବର୍ତ୍ତମାନ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ଅଛନ୍ତି। ବିଶ୍ଳେଷକ ବିଶ୍ୱାସ କରନ୍ତି ଯେ ରିଓଙ୍କ ସାମ୍ନାରେ କୌଣସି ବିଶେଷ ଆହ୍ୱାନ ନାହିଁ। ଏନଡିପିପି ନେତା ନେଫ୍ୟୁ ରିଓ ୩ ଥର ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ହୋଇ ସାରିଛନ୍ତି। ଏଥର ନାଗାଲାଣ୍ଡ ବିଧାନସଭା ନିର୍ବାଚନରେ ଏନଡିପିପି-ବିଜେପି ମେଣ୍ଟ କରିଛନ୍ତି। ବିଜେପି ସହ ହୋଇଥିବା ଆସନ ବୁଝାମଣାରେ ରହିବା ରିଓ ପାଇଁ ଏକ ସମ୍ଭାବ୍ୟ ଆହ୍ୱାନ ହୋଇପାରେ। ରାଜ୍ୟରେ ଏନଡିପିପି ୪୦ ଆସନ ଏବଂ ବିଜେପି ୨୦ ଆସନରେ ପ୍ରାର୍ଥୀ ଦେଇଛି।