ନୂଆଦିଲ୍ଲୀ: Bihar Assembly Election 2020: ବିହାର ବିଧାନସଭା ନିର୍ବାଚନ ପାଇଁ ଶେଷ ହୋଇସାରିଛି ମତଦାନ । ବର୍ତ୍ତମାନ ଇଭିଏମରେ କଏଦ ହୋଇଯାଇଛି ନିର୍ବାଚନୀ ମୈଦୀନରେ ଓହ୍ଲାଇଥିବା ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ । ନଭେମ୍ବର ୧୦ରେ ଆସିବ ନିର୍ବାଚନ ଫଳାଫଳ । କିନ୍ତୁ ଅନ୍ତିମ ଫଳାଫଳ ପୂର୍ବରୁ ଦେଶର ଜାତୀୟ ଗଣମାଧ୍ୟମ ଦ୍ୱାରା କରାଯାଇଥିବା ଏକଜିଟ୍ ପୋଲ (Bihar Exit Poll) ରୁ ସାମ୍ନାକୁ ଆସିଛି ବିହାର ଜନତାଙ୍କ ମୁଡ୍ ।


COMMERCIAL BREAK
SCROLL TO CONTINUE READING

ଆକଳନ ଅନୁଯାୟୀ, ବିହାରର ଜନତା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ତେଜସ୍ୱୀଙ୍କୁ ଗାଦି ହସ୍ତାନ୍ତର କରିବା ପାଇଁ ଏକତରଫା ଭାବେ ଭୋଟ କରିଛନ୍ତି । ମହାମେଣ୍ଟ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରୁଥିବାର ନଜରକୁ ଆସୁଛି । ଶାସକ ଦଳ ଦୁଇ ଅଙ୍କରେ ସଙ୍କୁଚିତ ହେଉଥିବାର ଦେଖାଯାଉଛି । ଏଥିରେ ଯଦି ଆପଣ ଦଳର ପ୍ରଦର୍ଶନକୁ ଆକଳନକୁ କରି ଦେଖନ୍ତି, ତେବେ ଲାଗୁଛି ଯେ ନୀତୀଶଙ୍କ ଦଳ ଜେଡିୟୁ କଂଗ୍ରେସ ଅପେକ୍ଷା ଦୁର୍ବଳ ପ୍ରମାଣିତ ହେଉଛି ।


ଇଣ୍ଡିଆ ଟୁଡେ-ଆକ୍ସିସ୍-ମାଇ-ଇଣ୍ଡିଆର ଏକଜିଟ୍ ପୋଲ୍ ଅନୁଯାୟୀ, କଂଗ୍ରେସ ୭୦ଟି ଆସନରେ ଓହ୍ଲାଇଥିବା ପ୍ରାର୍ଥୀଙ୍କୁ ମଧ୍ୟରୁ ୨୯ରୁ ୩୫ଟି ଆସନରେ ବିଜୟ ହାସଲ କରୁଥିବାର ଦେଖାଯାଉଛି । ଅନ୍ୟପକ୍ଷରେ ରାଜ୍ୟରେ ସର୍ବାଧିକ ୧୧୫ ବିଧାନସଭା ଆସନ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜେଡିୟୁ ମାତ୍ର ୨୬ରୁ ୩୪ଟି ଆସନ ମିଳୁଥିବା ଜଣାପଡିଛି । ଯଦି ନିର୍ବାଚନ ପରିଣାମ ଏକଜିଟ୍ ପୋଲ୍ ସହିତ ସମାନ ରହେ, ତେବେ ଏହା ସ୍ପଷ୍ଟ ଯେ ବିହାରରେ କ୍ଷମତାରେ ଥିବା ଜେଡିୟୁ ବିହାରରେ ନିଜର ଅସ୍ତିତ୍ୱ ଚାହୁଁଥିବା କଂଗ୍ରେସ ତୁଳନାରେ କମ୍ ଆସନ ଜିତି ବିଧାନସଭାରେ ପହଞ୍ଚିବାକୁ ଯାଉଛି । ଅର୍ଥାତ୍ ବିହାରର ପରବର୍ତ୍ତୀ ବିଧାନସଭାରେ ନୀତିଶଙ୍କ ସାମର୍ଥ୍ୟ କଂଗ୍ରେସଠାରୁ କମ୍ ହେବାକୁ ଯାଉଛି ।


ମହାମେଣ୍ଟର ସହଯୋଗୀ କଂଗ୍ରେସ ୭୦ଟି ଆସନ ପାଇଁ ପ୍ରାର୍ଥୀ ଦେଇଥିଲା । କିନ୍ତୁ ଦଳକୁ ୨୯ରୁ ୩୫ଟି ଆସନ ମିଳୁଥିବାର ଦେଖିବାକୁ ମିଳିଛି । ଏହିପରି ଭାବରେ ବିହାରରେ କଂଗ୍ରେସର ଷ୍ଟ୍ରାଇକ ରେଟ୍ ୫୦ ପ୍ରତିଶତ ପାଖାପାଖି ରହିବାର ସମ୍ଭାବନା ରହିଛି । ଯଦି ଆମେ ୨୦୧୫ ନିର୍ବାଚନ ଆକଳନକୁ ଦେଖିବା, ତେବେ କଂଗ୍ରେସ ୪୧ଟି ଆସନ ମଧ୍ୟରୁ ୨୭ଟି ଆସନ ଜିତିବାକୁ ସକ୍ଷମ ହୋଇଥିଲା ।


ସେପଟେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଜେଡିୟୁ ବିହାରର ୧୧୫ଟି ଆସନରେ ପ୍ରାର୍ଥୀ ଓହ୍ଲାଥିଲା । ସେଥିମଧ୍ୟରୁ ୨୬ରୁ ୩୪ଟି ଆସନ ମିଳୁଥିବାର ଦେଖାଯାଉଛି । ଏହି ପରିପ୍ରେକ୍ଷୀରେ, ଜେଡିୟୁର ଷ୍ଟ୍ରାଇକ୍ ରେଟ୍ ପ୍ରାୟ ୩୫ ପ୍ରତିଶତ ଅଟେ । ୨୦୧୫ ରେ ଜେଡିୟୁ ୧୦୧ଟି ଆସନରେ ନିର୍ବାଚନ ଲଢ଼ି ୭୧ଟି ଆସନରେ ଜିତିବାରେ ସଫଳ ହୋଇଥିଲା ।


ଅଧିକ ପଢ଼ନ୍ତୁ:-ଚୀନକୁ ଖୁସି କରିବା ପାଇଁ ପାକିସ୍ତାନ ନିଜ ଲୋକଙ୍କ ସହ କରୁଛି ଏପରି ବ୍ୟବହାର!


ଇଣ୍ଡିଆ ଟୁଡେ-ଆକ୍ସିସ୍-ମାଇ-ଇଣ୍ଡିଆ ଏକଜିଟ୍ ପୋଲ୍ ତଥ୍ୟରୁ ଜଣାପଡିଛି ଯେ, ନିର୍ବାଚନରେ ​​ମହାମେଣ୍ଟ ୧୩୯ରୁ ୧୬୧ଟି ଆସନ ଜିତିପାରେ । ଯେତେବେଳେ କି ଏନଡିଏ କେବଳ ୬୯ରୁ ୯୧ଟି ଆସନରେ ସୀମିତ ରହିପାରେ । ଚିରାଗ ପାସୱାନଙ୍କ ଦଳ ଏଲଜେପିକୁ ୩ରୁ ୫ଟି ଆସନ ମିଳିବ ବୋଲି ଆଶା କରାଯାଉଛି । ସେହିପରି ଉପେନ୍ଦ୍ର କୁଶୱାହାଙ୍କ ନେତୃତ୍ୱରେ ଗ୍ରାଣ୍ଡ ଡେମୋକ୍ରାଟିକ୍ ସେକ୍ୟୁଲାର୍ ଫ୍ରଣ୍ଟ (GDSF) ନିର୍ବାଚନରେ ​​୩ରୁ ୫ଟି ଆସନ ପାଇପାରେ । ପପୁ ଯାଦବଙ୍କ ଉଦ୍ୟମରେ ଗଠିତ ପ୍ରଗତିଶୀଳ ଡେମୋକ୍ରାଟିକ୍ ଆଲାଏନ୍ସ (PDA) ଗୋଟିଏ ବି ଆସନ ପାଇବ ଭଳି ମନେ ହେଉନାହିଁ । ଅନ୍ୟପକ୍ଷରେ ଅନ୍ୟାନ୍ୟଙ୍କୁ ୩ରୁ ୫ଟି ଆସନ ମିଳିପାରେ ।